କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ପିଲାଙ୍କ ବିଦ୍ୟାରମ୍ଭ


କେନ୍ଦ୍ରାପଡା ୧/୭- ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ୨୦୨୩-୨୪ ଶିକ୍ଷାବର୍ଷର ପ୍ରଥମ ଶ୍ରେଣୀ ପିଲାମାନଙ୍କର ଆଜି ପାଠପଢା ଆରମ୍ଭ ହୋଇଛି । ସକାଳ ୮ଟାରେ ପିଲାମାନଙ୍କ ସହିତ ସେମାନଙ୍କ ଅଭିଭାବକମାନେ ସ୍କୁଲ ପରିସରରେ ପହଞ୍ôଚଥିଲେ । ପ୍ରଧାନ ଶିକ୍ଷକ ସେକ୍ ଇଦ୍ରିସ ଅଲ୍ଲୀ ସେମାନଙ୍କୁ ଶ୍ରେଣୀଗୃହକୁ ପାଛୋଟି ନେଇଥିଲେ । ଏହାପରେ ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ନେଇ ଏକ ଅଭ୍ୟର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ସେହି ସଭାରେ ଅଧ୍ୟକ୍ଷ ଭାଗ୍ୟରଥି ସାହୁ ଉପସ୍ଥିତ ରହି ସ୍କୁଲର ନୀତିନିୟମ ଓ ଆଦର୍ଶ ଉପରେ ସ୍କୁଲର ବକ୍ତବ୍ୟ ରଖିବା ସହିତ ସ୍କୁଲର ନିୟମାବଳୀ ପୁସ୍ତକ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରିଥିଲେ । ସେଠାରେ ପିଲାମାନଙ୍କୁ ମାଗଣାରେ କଲମ, ପେନ୍‌ସିଲ ଓ କଟର ଦିଆଯାଇଥିଲା । ପ୍ରଥମ ଶ୍ରେଣୀରେ ଏହିବର୍ଷ ୮୦ଜଣ ପିଲା ନାମ ଲେଖାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୦ଜଣ ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରାଯିବ । ଏହି ସଭାରେ ଶିକ୍ଷକ ସୁକାନ୍ତ କିଶୋର ସାମନ୍ତରାୟ, ଅଜୟ କୁମାର ପଣ୍ଡା, ଅଜୟ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ତୁଳସୀକ୍ଷେତ୍ରର ବ୍ରହ୍ମ ତାଳଧ୍ୱଜ ରଥରେ ପ୍ରଭୁଙ୍କୁ ଶ୍ରୀ ବଳଦେବ ପାଞ୍ଜି ସମର୍ପିତ

Sat Jul 1 , 2023
କେନ୍ଦ୍ରାପଡା ୧ /୭-ପୁରାଣ ପ୍ରସିଦ୍ଧ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ବଳଦେବଜୀଉଙ୍କ ଅପାର କରୁଣାରୁ ବହୁ ପ୍ରତିକ୍ଷୀତ “ବଳଦେବ ପଞ୍ଜିକା” ପବିତ୍ର ନୀଳାଦ୍ରି ବିଜୟ ଅବସରରେ “ଶ୍ରୀ ବଳଦେବ ପଞ୍ଜିକା” ରଥ ଉପରେ ପ୍ରଭୁଙ୍କୁ ସମର୍ପିତ ହୋଇଥିଲା । ପ୍ରକାଶ ଥାଉକି ଦୋଳପୂର୍ଣ୍ଣିମା ଦିନ ଉକ୍ତ ପଞ୍ଜିକା ବଳଦେବଙ୍କ ପୀଠରେ ପୂଜା ପାଠ ପରେ ପଠନ କରାଯାଇଥିବା ବେଳେ ମହାବିଷୁବ ସଂକ୍ରାନ୍ତି ଦିନ ରାଜଭବନରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ […]

You May Like