କେନ୍ଦ୍ରାପଡା ୪.୭-କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମଏନ ହାଇସ୍କୁଲ ସପ୍ରତି ସମସ୍ୟା ପରେ ସମସ୍ୟାରେ ଛନ୍ଦି ହୋଇପଡିଛି । ରାଜ୍ୟ ସରକାର ଏହି ପୁରାତନ ହାଇସ୍କୁଲର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ପ୍ରଯ୍ୟାପ୍ତ ସରକାରୀ ଅନୁଦାନ ଯୋଗାଇ ଦେବା ସହିତ ସ୍କୁଲକୁ ସେଣ୍ଟର ଅଫ ଏକ୍ସିଲେନ୍ସ ମାନ୍ୟତା ପ୍ରଦାନ କରିଛନ୍ତି । ମାତ୍ର ପ୍ରଧାନଶିକ୍ଷକ ସମେତ ବହୁ ଶିକ୍ଷକ ପଦବୀ ଖାଲି ପଡିବା ଘଟଣା ସ୍କୁଲ […]

ପଟ୍ଟାମୁଣ୍ଡାଇ ୪.୭-ତିନିଦିନ ତଳୁ ନିଖୋଜ ଥିବା ଯୁବକର ମୃତ ଦେହ ବ୍ରାହ୍ମଣୀ ନଦୀରୁ ଉଦ୍ଧାର ହୋଇଛି । ପରିବାର ପକ୍ଷରୁ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଂଚଳ ତନୁପୁର ନନ୍ଦିନଗର ଗାଁର ଶୁକଦେବ ପାତ୍ରଙ୍କ ପୁଅ ନାରାୟଣ ପାତ୍ର (୨୮) ଗତ ତିନି ଦିନ ତଳୁ  ନିଖୋଜ ଥିଲେ । ଏନେଇ ପଟ୍ଟାମୁଣ୍ଡାଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା । ମଙ୍ଗଳବାର […]

ପଟ୍ଟାମୁଣ୍ଡାଇ ତା ୩.୭-ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ପକ୍ଷରୁ ପଟ୍ଟାମୁଣ୍ଡାଇ ବ୍ଲକ ଚନ୍ଦନନଗର ପଂଚାୟତ ଅଢାଯୋଡ଼ି ସାତହୁଙ୍କା ମଠ ଠାରେ ମହାଜନସମ୍ପର୍କ ଓ ଲାଭାର୍ଥୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନା ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ଶାସନ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।.ବିଜେପି ନେତା ବନମାଳୀ ମହାପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶରେ ବରିଷ୍ଠ […]

ପଟ୍ଟାମୁଣ୍ଡାଇ ତା ୩.୭-ଆଜି ପଟ୍ଟାମୁଣ୍ଡାଇ ବ୍ଲକର ଦିହୁଡିପୁର ପଞ୍ଚାୟତରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ  ବିଡ଼ିଓ ଶୁଭ୍ରାଂଶୁ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦିହୁଡି ପୁର ସରପଞ୍ଚ ନରେଶ ମଲିକ  ପ୍ରମୁଖ ଯୋଗ ଦେଇ ପଲ୍ଲୀ ପ୍ରଶାସନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ I ଏହି ନିଆରା ସରକାରୀ କାର୍ଯ୍ୟକ୍ରମ ପ୍ରତି ଲୋକମାନଙ୍କ ସମର୍ଥନ ଥିବା ଦେଖିବାକୁ ମିଳିଥିଲା ।  ଏଥିରେ ଆବାସ, ରାସନକାର୍ଡ,ଓ […]

କେନ୍ଦ୍ରାପଡ଼ା, ୩ା୭ : ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.)କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆକାଶ ଛୁଆଁ ଦରବୃଦ୍ଧିର ପ୍ରତିବାଦ କରାଯାଇଥିଲା । ବର୍ତ୍ତମାନ ଯେଭଳି ଭାବେ ଅଦା କିଲୋ ୩ଶହ ଟଙ୍କା, ବିଲାତି କିଲୋ ୧୨୦ଟଙ୍କା, ରସୁଣ କିଲୋ ୧୫୦ଟଙ୍କା, ଡାଲି, ତେଲ, ପେଟ୍ରୋଲ, ଡିଜେଲ, ଔଷଧ, ପାଠ ପଢିବା ପାଇଁ ଆବଶ୍ୟକ ସାଧା କାଗଜ ପ୍ରଭୃତିର ଦାରଦାମ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ଆକାଶ ଛୁଆଁ […]

କେନ୍ଦ୍ରାପଡ଼ା, ୩ା୭: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନରେ ୯୧.୮୫ ପ୍ରତିଶତ ନମ୍ବର ରଖି ବରଜ କୁମାର ଦାସ ଟପ୍ପର ହୋଇଛନ୍ତି । ସେ ଜଣେ ଦିବ୍ୟାଙ୍ଗ ହୋଇମଧ୍ୟ କଲେଜ ଟପ୍ପର ହୋଇଥିବାରୁ ବିଭିନ୍ନ ମହଲରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଶ୍ରୀ ଦାସଙ୍କୁ ଜାବିର ବିନ କବିର ଶୈକ୍ଷିକ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଛ, ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି । ବିଗତ ବର୍ଷମାନଙ୍କରେ […]

କେନ୍ଦ୍ରାପଡା ୩/୭- ଜିଲ୍ଲାର କଳାକାରମାନେ ଆଜି ସହକାରୀ ଜିଲ୍ଲାପାଳଙ୍କୁ ଭେଟି ଜିଲ୍ଲା ସଂସ୍କୃତି ଅଧିକାରିଣୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ କରିଥିଲେ । ସେମାନଙ୍କ ଅଭିଯୋଗ ଥିଲା କଳାକାରମାନଙ୍କ ଭତ୍ତା ସେମାନଙ୍କୁ ନିୟମିତ ଦିଆନଯାଇ ସାତଆଠ ମାସ କାଳ ତାଙ୍କ କାର୍ଯ୍ୟାଳୟରେ ପକାଇ ରଖୁଛନ୍ତି । ଜୀବିତ ପ୍ରମାଣ ପତ୍ର କଳାକାରମାନଙ୍କଠାରୁ ବର୍ଷକୁ ୨୦ ଥର ନେଉଛନ୍ତି । ବରିଷ୍ଠ ନାଗରିକ ଓ ବୃଦ୍ଧ କଳାକାରମାନଙ୍କୁ ଅସମ୍ମାନ କରୁଛନ୍ତି । ଭତ୍ତା […]