
କେନ୍ଦ୍ରାପଡ଼ା ୪ା୭: ଏକୋଇଶି ବର୍ଷରୁ କମ ଭାରତୀୟ ଭଲିବଲ ଦଳରେ ଓଡିଶାର କେନ୍ଦ୍ରାପଡା ସହରସ୍ଥ ରଣପଡା ଗ୍ରାମର ମହମ୍ମଦ ରାଜା ସ୍ଥାନ ପାଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ସେ ଆନ୍ତର୍ଜାତୀୟ ଭଲିବଲ୍ ପ୍ରତିଯୋଗିତାରେ ଭାଗନେବା ପାଇଁ ଆଜି ବାହାରିନ ଯାତ୍ରା କରିବେ । ଏହି ଶୁଭ ଖବର କେନ୍ଦ୍ରାପଡାର କ୍ରୀଡାପ୍ରେମୀ, ଜନସାଧାରଣ ଓ କ୍ଲବମାନଙ୍କରେ ଖୁସିର ଲହରୀ ଖେଳାଇ ଦେଇଛି । ବାହାରିନର ମାନାମାଠାରେ ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ ୨୧ବର୍ଷରୁ କମ୍ ପୁରୁଷ ଭଲିବଲ୍ ବିଶ୍ୱ ଚାମ୍ପିଆନ୍ସିପ୍ ଚଳିତ ମାସ ୮ଜୁନ୍ ରୁ ୧୬ ଜୁନ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିପାଇଁ ଭାରତୀୟ ଭଲିବଲ୍ ଦଳ ମନୋନୀତ କରାଯାଇଛି । ସେ କେନ୍ଦ୍ରାପଡା କ୍ରୀଡା ସଂସଦରୁ ଓ ଓଡିଶା ରାଜ୍ୟ ଭଲିବଲ ଆସୋସିଏସନ୍ ତରଫରୁ ମନୋନୀତ ହୋଇ ଭାରତୀୟ କ୍ୟାମ୍ପରେ ଯୋଗ ଦେଇ ପ୍ରଶିକ୍ଷଣ ନେଉଥିଲେ । ସେକ ରାଜା ଓଡିଶା ଜୁନିଅର ଭଲିବଲ ଦଳରେ ସାମିଲ ହୋଇ ଜାତୀୟ ଭଲିବଲରେ ଭାଗନେଇଥିଲେ । ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡାର ମସିଉଜ ଜମା ୧୯୯୫-୯୬ମସିହାରେ ଭାରତୀୟ ଭଲିବଲ ଦଳରେ ସାମିଲ ହୋଇ ଶ୍ରୀଲଙ୍କାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଭଲିବଲ ପ୍ରତିଯୋଗିତାରେ ଯୋଗ ଦେଇଥିଲେ । ସେକ ରାଜା ଭାରତୀୟ ଭଲିବଲ ଦଳରେ ସାମିଲ ହୋଇଥିବାରୁ ଓଡିଶା ଭଲିବଲ ଆସୋସିଏସନ୍ ତଥା ଭାରତୀୟ ଭଲିବଲ ଫେଡେରେସନ୍ର ସଭାପତି ଅଚ୍ୟୁତ ସାମନ୍ତ,ଓଡିଶା ଭଲିବଲ ଆସୋସିଏସନ ସମ୍ପାଦକ ଡଃ ଗଗନେନ୍ଦୁ ଦାସଙ୍କୁ ଓଡିଶା ଭଲିବଲ ଆସୋସିଏସନ ଉପ ସଭାପତି ତଥା କେନ୍ଦ୍ରାପଡା କ୍ରିଡା ସଂସଦ ସମ୍ପାଦକ ଅକମଲ ଅଲ୍ଲୀ ଧନ୍ୟବାଦ ଜଣାଇଛନ୍ତି । ଧନ୍ୟବାଦ ଜଣାଇଛନ୍ତି ।











