ମୌସୁମୀ ଲୁଚକାଳି ଖେଳ,କେନାଲରେ ପାଣି ନାହିଁ ଗଜା ମରୁଡ଼ି ଆଶଙ୍କା, ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଦାବି


କେନ୍ଦ୍ରାପଡ଼ା ୫ା୭-:ବର୍ଷା ନଥିବାରୁ ଚାଷୀମାନେ ପାଣିଟୋପାଏ ପାଇଁ ଚାହିଁ ବସିଥିବାବେଳେ ପଟ୍ଟାମୁଣ୍ଡାଇ ମୁଖ୍ୟକେନାଲ ସହିତ ଶାଖା କେନାଲ ଶୁଖିଲା ପଡିଛି  । ପ୍ରତିଦିନ ଆକାଶରେ କଳାବାଦଲ ଢ଼ାଙ୍କୁଥିଲେବି ଭଲ କରି ବର୍ଷା ହେଉନାହିଁ । ଫଳରେ କେନ୍ଦ୍ରପଡା ଜିଲ୍ଲାର ଭାତ ହାଣ୍ଡି କୁହଯାଉଥିବା ପଟ୍ଟାମୁଣ୍ଡାଇ ଉତିକଣ ଅଞ୍ଚଳର ଶହଶହ ଏକର ଚାଷଜମିରେ ପାଣି ବିନା ଚାଷକାମ ଆଗେଇ ପାରୁନାହିଁ  । ଏନେଇ ଉତିକଣ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ଵ ଚାଷୀ ପଟ୍ଟାମୁଣ୍ଡାଇ ଜଳସଂପଦ ବିଭାଗ କର୍ଜୟାଳୟରେ ପହଁଞ୍ଚି ତୁରନ୍ତ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ  ସହାନିର୍ବାହୀ ଯନ୍ତ୍ରିଙ୍କୁ ଦାବିପତ୍ର ଦେବା ସହ ଏକକିତା ନକଲ କେନ୍ଦ୍ରପଡା ଜିଲ୍ଲାପାଳଙ୍କୁ ପ୍ରେରିତ କରିଛନ୍ତି ।

କୃଷି ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ସମୁଦାୟ ଜଳସେଚିତ ୬୫,୦୩୨ ହେକ୍ଟର ଜମି ମଧ୍ୟରୁ ୪୫,୯୧୪ ହେକ୍ଟର ଜମି କେନାଲ ମାଧ୍ୟମରେ ଜଳସେଚିତ ହୋଇଥାଏ। ସେଥି ମଧ୍ୟରୁ ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳର ୧୧,୦୪୯ ହେକ୍ଟର ଜମିକୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଏ । ପ୍ରତ୍ୟକ ବର୍ଷ ଖରିଫ ଚାଷ ଅରମ୍ଭରୁ ଜୁନ ମାସ ବେଳକୁ ଜଗତପୁର ମହାନଦୀ ବ୍ୟାରେଜରୁ ବାହାରି ଥିବା ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡାଯାଇଥାଏ । ମାତ୍ର ଚଳିତବର୍ଷ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ନ ଆସିବାରୁ ଶାଖା କେନାଲ ଓ ମାଇନର କେନାଲ ଗୁଡିକ ମଧ୍ୟ ଶୁଖିଯାଇଛି । ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲକୁ ସଂଯୋଗ କରୁଥିବା ଗୋବରୀ ସମ୍ପ୍ରସାରିତ କେନାଲ ଓ ଏହାର ଶାଖା ନଂ. ୧୬ କେନାଲ, ନଂ. ୨କେନାଲ, କୋରିଆପଲ୍ଲା ମାଇନର, ନଂ. ୧୪ କେନାଲ, ନଂ. ୧୫, ତାତନା ମାଇନର ଶୁଖିଲା ପଡିଛି । ଗୋଟିଏ ପଟେ ନିଅଣ୍ଟିଆ ବର୍ଷାକୁ ଅନ୍ୟପଟେ ବ୍ଲକରେ ଥିବା କେନାଲଗୁଡ଼ିକ ଶୁଖିଲା ପଡ଼ିଛି । ପାଣିକୁ ଅନେଇ ବସିଥିବା ଚାଷୀମାନେ ହତାଶ ହୋଇପଡ଼ିଛନ୍ତି । ଖରିଫ ଚାଷ ଲାଗି ଅଣ୍ଟା ଭିଡୁଥିବା ବେଳେ ଦୁର୍ବଳ ମୌସୁମୀ ବର୍ଷା ସାଙ୍ଗକୁ କେନାଳରେ ପଣି ନ ଆଶିବା ସେମାନଙ୍କୁ ଚିନ୍ତାରେ ପକାଇଛି । ଆଷାଢ଼ ଯାଇ ଶ୍ରାବଣ ହେବାକୁ ଆଉ କିଛି ଦିନ ବାକି ଅଛି । ହେଲେ ଧାନ ତଳି ଉତାରି ହୋଇପାରୁ ନାହିଁ । ଗଜା ବାହାରି ପାଣି ଅଭାବରୁ ତାହା ଗଛ ହୋଇପାରୁନି । ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପଟ୍ଟାମୁଣ୍ଡାଇ ଅଂଚଳର କେନାଲ ପାଖାପାଖି ଜମିରେ ତଳି ପକାଯାଇ ଧାନ ଗଛ ରୁଆଯାଏ । ସହଳ କିସମ ଧାନର ଗଛ ପାଇଁ ସମୟସୀମା ଅଛି । ଜୁନ ମାସ ଆରମ୍ଭରୁ ଧାନ ତଳି ପକାଇଲେ ଶତ ପତିଶତ ଗଛ ହେଉଥିବା ବେଳେ ମାସର ଶେଷକୁ ତଳି ପକାଇଲେ ପ୍ରାୟ ୬୦ ପ୍ରତିଶତ ଗଛ ମିଳିବ । ତେବେ ଜିଲା ଜଳସମ୍ପଦ ବିଭାଗ ଏଥିନେଇ ସଚେତନ ନୁହନ୍ତି । ଉପଯୁକ୍ତ ସମୟରେ କେନାଲରେ ପାଣି ଛାଡ଼ିବା ପାଇଁ ସେମାନେ ତତ୍ପରତା ଦେଖାଉନାହାନ୍ତି । ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ସୁଫଳ ମିଳୁନାହିଁ । ତେବେ ତୁରନ୍ତ କେନାଲରେ ପାଣି ଛାଡ଼ିବାକୁ ସାମାଜିକ କର୍ମୀ ତଥା କୃଷକ ଜ୍ୟୋତି ପ୍ରକାଶ ପ୍ରଧାନଙ୍କ ନେତୃତ୍ୱରେ ବନମାଳୀ ମହାପାତ୍ର, ମହେନ୍ଦ୍ର ଜୀବନ ଦାଶ, ସୁରେନ୍ଦ୍ର ସାମଲ,ରମାକାନ୍ତ ଦାଶ, ଜଳଧର ମହାନ୍ତି, ଖଗେଶ୍ୱର ରାଉତ,ମିଥୁନ ମଳିକ, କାଳନ୍ଦି ପଲାଇ, ଜମେଶ୍ ସ୍ୱାଇଁ ,ଦିଲ୍ଲୀପ ମଲ୍ଲିକ, କୁଳମଣି ପଣ୍ଡା ସୌଭାଗ୍ୟ ପ୍ରଧାନ,ଅଭିରାମ ଜେନା,କେଶବ ପ୍ରଧାନ, ବୀରକିଶୋର ସ୍ୱାଇଁଙ୍କ ସମେତ ପ୍ରାୟ ୫୦ରୁ ଅଧିକ ଚାଷୀ ଜଳସମ୍ପଦ ବିଭାଗ କାର୍ଯ୍ୟଳୟରେ ପହଂଚି ସହାନିର୍ବାହୀ ଯନ୍ତ୍ରି ପ୍ରଭାତ ସାହୁଙ୍କୁ ଦାବିପତ୍ର ଦେବା ସହ ଦିନେ ୨ ଦିନ ମଧ୍ୟରେ କେନାଲରେ ପାଣି ଛାଡିବାକୁ ଦାବି କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading