ଅସରାଏ ବର୍ଷାରେ ବେହାଲ ପଟ୍ଟାମୁଣ୍ଡାଇ ସହର: ରାସ୍ତା ଉପରେ ଜମିଲା ଆଣ୍ଠୁଏ ଉଚ୍ଚର ପାଣି



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରେ ଅସରାଏ ବର୍ଷା ହେଲେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ଯାତାୟତରେ ବାଧାସୃଷ୍ଠି କରୁଛି । ଗତ କାଲି ଓ ଆଜି ଘଂଟାଏ ଧରି ବର୍ଷା ହେବା ପରେ ସହରରେ ଏଭଳି ଜଳବନ୍ଦୀ ସ୍ଥିତି ଦେଖାଦେଇଛି । ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ପାଖରୁ ବାସୁପାତ୍ର ଗଳି ରାସ୍ତାଟି ନାଳ ପାଣି ଭାସୁଛି । ଯଦି ଅସରାଏ ବର୍ଷାରେ ସହରର ସ୍ଥିତି ଏପରି ହେଉଛି ତେବେ ଆଗକୁ ମୌସୁମୀ ବର୍ଷା ହେଲେ ଲୋକଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ପଟ୍ଟାମୁଣ୍ଡାଇ ବଜାରରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ନୂତନ ଭାବେ ମରାମତି ହୋଇଥିବା ବୋଳେ ଅସରାଏ ବର୍ଷା ହେଲେ ସବୁ ପାଣି ଜମି ରହୁଛି । ଏହି ରାସ୍ତାରେ ପ୍ରତିଦିନ ହଜାର ହଜାର ଗାଡି ମୋଟର ଯାତାୟାତ କରିଥାଆନ୍ତି । ଯାହାଦ୍ୱାରା ଏହି ରାସ୍ତା ଦେଇ ଯାଉଥିବା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ରାସ୍ତା କଡ ଦୋକାନ ଗୁଡିକ ବ୍ୟବସାୟ ମଧ୍ୟ ଏକ ପ୍ରକାରର ବନ୍ଦ ହୋଇଯାଉଛି । ସମସ୍ୟାର ସମଧାନ ପାଇଁ ସ୍ଥାନୀୟ ଲୋକମାନେ ବିଗତ ଦିନରେ ବହୁବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଇ ନାହିଁ । ଯାହା ଫଳରେ ଅସରାଏ ବର୍ଷା ହେଲେ ଏଠାକାର ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ତେବେ ଏହି ସମସ୍ୟାର ତ୍ୱରିତ ସମାଧାନ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।


Next Post

କେନ୍ଦ୍ରାପଡ଼ା ପଞ୍ଚାୟତ ସମିତିର ସାଧାରଣ ବୈଠକ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଉପରେ ଗୁରୁତ୍ୱ

Wed Jul 5 , 2023
କେନ୍ଦ୍ରାପଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ରଶ୍ମିତା ସେଠୀଙ୍କ ଅଧ୍ୟକ୍ଷତାରେ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଯୋଗ ଦେଇଥିବା ବେଳେ ମଣ୍ଡଳ ଉନ୍ନୟନ ଅଧିକାରୀ ବନ୍ଦିତା ଖଟୁଆ ପୂର୍ବ ବୈଠକର ବିବରଣୀ ପାଠ କରିବା ସହ ଆଜିର ବୈଠକ ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟକ୍ଷଙ୍କ ଅନୁମତିରେ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ […]

KANIKA