ଯଶସ୍ୱୀ ଜନନେତା ଭାଗବତବାବୁଙ୍କ ଜୟନ୍ତୀ ଓ ପ୍ରତିମୃତ୍ତି ଉନ୍ନୋଚନ ଉତ୍ସବ


କେନ୍ଦ୍ରାପଡ଼ା, ୭ା୭ : ବିଶିଷ୍ଟ ଜନନାୟକ, ସର୍ବଜନପ୍ରିୟ ପ୍ରାକ୍ତନ ମନ୍ତ୍ରୀ ତଥା ଯଶସ୍ୱୀ ରାଜନେତା ଭାଗବତ ପ୍ରସାଦ ମହାନ୍ତିଙ୍କର ୯୫ତମ ଜୟନ୍ତୀ ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଓଡିଶା ନ୍ୟାୟାଳୟର ପ୍ରାକ୍ତନ ନ୍ୟାୟାଧିଶ ଡଃ ମଦନ ମୋହନ ଦାସ ଶ୍ରୀ ମହାନ୍ତିଙ୍କର ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରି ଶ୍ରୀ ମହାନ୍ତିଙ୍କୁ ଜଣେ ବିଶିଷ୍ଟ ଜନନାୟକ ତଥା ସଚ୍ଚୋଟ ଓ ନୀତିନିଷ୍ଠ ବ୍ୟକ୍ତିତ୍ୱର ଅଧିକାରୀ ଭାବେ ଅଭିହିତ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଶ୍ରୀ ମହାନ୍ତିଙ୍କୁ ଜଣେ ସଚ୍ଚୋଟ ଏବଂ ଆଦର୍ଶ ଜନନେତା ଥିଲେ ବୋଲି କହିଥିଲେ । ତାଙ୍କ ଦ୍ୱାରା ସେ ଅନୁପ୍ରାଣିତ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ବକ୍ତା ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା ଶ୍ରୀ ମହାନ୍ତିଙ୍କ ଗୁଣାବଳୀ ବର୍ଣ୍ଣନା କରି ସେ ଜଣେ ସାହସୀ, ସ୍ପଷ୍ଟବାଦୀ ଓ ଦୃଢମନା ନେତୃତ୍ୱର ଅଧିକାରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାକ୍ତନ ବିଧାୟକ ଅଲେଖ ଚନ୍ଦ୍ର ଜେନା ସାଂପ୍ରତିକ ରାଜନୀତିରେ ଭାଗବତ ବାବୁଙ୍କ ଆଦର୍ଶକୁ ଅନୁକରଣ କରାଗଲେ ପ୍ରକୃତ ଗଣତନ୍ତ୍ରର ମର୍ଯ୍ୟାଦା ରକ୍ଷା କରାଯାଇପାରିବ ବୋଲି ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବି ସାମଲ, ଅଜୟ କୁମାର ରାଉତ, ପ୍ରାକ୍ତନ ନଗରପାଳ ଧିରେନ କୁମାର ସାହୁ, ବିଷ୍ଣୁ ଚରଣ ବାରିକ, ହଳଧର ସେଠୀ, ଡଃ ବାସୁଦେବ ଦାସ ଇତ୍ୟାଦି ଶ୍ରୀ ମହାନ୍ତିଙ୍କର ଗୁଣାବଳୀ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ଅପର୍ଣ୍ଣା ମହାନ୍ତି, ନବଜ୍ୟୋତି ରାୟ, ମହମ୍ମଦ ଆକବର ଅଲ୍ଲୀ, ପ୍ରବୀର ମହାନ୍ତି, ଦେବଦାସ ମହାନ୍ତି, ପ୍ରଭାଶିଷ ପଣ୍ଡା, ସୁକୁମାର ଚୌଧୁରୀ, ଉମେଶ ଚନ୍ଦ୍ର ନାୟକ, ଉମେଶ ଚନ୍ଦ୍ର ଦାସ, ଶ୍ୟାମପ୍ରସାଦ ମିଶ୍ର, ସୁଧୀର କୁମାର ମହାନ୍ତି , ବାବୁ ପ୍ରତାପ ଓ ପରିବାର ଲୋକମାନେ ଇତ୍ୟାଦି ଉପସ୍ଥିତ ଥିଲେ ।

ଟ୍ରଷ୍ଟର ଅନ୍ୟତମ ସଦସ୍ୟ ସୁଶିଲ କୁମାର ସାମଲ ଅତିଥି ପରିଚୟ ପ୍ରଦାନ ପୂର୍ବକ ମୂର୍ତ୍ତି ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରିଥିବା ବ୍ୟକ୍ତିବିଶେଷଙ୍କର ନାମ ଘୋଷଣା କରିଥିଲେ । ସଭାରେ ସଭାପତି ତଥା ଶ୍ରୀ ମହାନ୍ତିଙ୍କ ଜ୍ୟେଷ୍ଠପୁତ୍ର ଗୁରୁପ୍ରସାଦ ମହାନ୍ତି ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏହି ସଭାରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ବସନ୍ତ କୁମାର ସେଠୀ, ଫକୀର ଚରଣ ଖଟୁଆ, ଶରତ କୁମାର ବେହୁରା, ମହେନ୍ଦ୍ର ପରିଡା, ମୁକ୍ତାର ଖାଁ, ଦୟାନିଧି ଜେନା,ମାନସ କୁମାର ସାହୁ(ମାନ),ପ୍ରଦିପ ମହାନ୍ତି, ବିଦୁଭୂଷଣ ମହାପାତ୍ର, ତରୁଣ ରଞ୍ଜନ ପ୍ରଧାନ, ଗାୟତ୍ରୀ ମହାନ୍ତି ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ । ଶେଷରେ ଶରତ କୁମାର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ବହୁ ଶିକ୍ଷାବିତ୍‌, ଆଇନଜୀବୀ, ରାଜନେତା ଓ ସମାଜସେବୀ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading