ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି କାର୍ଯ୍ୟକାରିଣୀ ବୈଠକ,ଘରେ ଘରେ ପହଂଚିଛି ନବୀନଙ୍କ ବିକାଶ, ସୋସିଆଲ ମିଡିଆରେ ଅପପ୍ରଚାରର ଜବାବ ଦିଅ :ମନ୍ତ୍ରୀ


କେନ୍ଦ୍ରାପଡା : ମହିଳା, ଯୁବ, ଛାତ୍ର, କୃଷକ, ଶ୍ରମିକ, ଦଳିତ, ପଛୁଆବର୍ଗ ଓ ସଂଖ୍ୟାଲାଗୁ ଆଦି ସବୁବର୍ଗର ଲୋକଙ୍କ ପାଇଁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ସହିତ କାଳିଆ, ବଳିଆ,ବିଜୁ ସ୍ୱାସ୍ଥ୍ୟକଲ୍ୟାଣ,ହରିଶ୍ଚନ୍ଦ୍ର, ଆହାର ମମତା ଆଦି ଯୁଗାନ୍ତକାରୀ ଯୋଜନା, କୃଷକ ଓ ମହିଳାଙ୍କ ପାଇଁ ସୁଧମୁକ୍ତ ଋଣ, ଟଙ୍କିକିଆ ଚାଉଳ ଆଦି ଯୁଗାନ୍ତକାରୀ ଯୋଜନା ସର୍ବୋପରି ମିଶନ ଶକ୍ତିକୁ ଆନ୍ଦୋଳନରେ ପରିଣତ କରିଥିବା ଭାରତବର୍ଷର ୧ନଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଘରେ ଘରେ ପହଂଚି ଥିଲେ ମଧ୍ୟ କ୍ଷମତାଲିପସୁ ଭ୍ରଷ୍ଟାଚାରୀ କଂଗ୍ରେସ ଓ ପ୍ରଚାର ସର୍ବସ୍ୱ ବିଜେପି ନବୀନ ପଟ୍ଟନାୟକ ଓ ବିଜେଡି ବିରୋଧରେ ଚଲାଇ ଥିବା କୁତ୍ସାରଟନାକୁ ସୋସିଆଲ ମିଡ଼ିଆ ଜରିଆରେ କଡା ଜବାବ ଦେବା ସହିତ ବିକାଶ କ୍ଷେତ୍ରରେ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ରାଜନଗର-ପଟ୍ଟାମୁଣ୍ଡାଇ ବିକାଶକୁ ଶୀର୍ଷରେ ପହଁଚାଇବା ପାଇଁ ବିଧାୟକ ଧ୍ରୁବ ସାହୁଙ୍କୁ ଆଗାମୀ ନିର୍ବାଚନରେ ପୁନର୍ବାର ବିପୁଳ ଭୋଟରେ ବିଜୟୀ କରିବାକୁ ରାଜ୍ୟ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ରାଜନଗର ନିର୍ବାଚନମଣ୍ଡଳୀ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଜେଡି ନେତା ଓ କର୍ମୀଙ୍କୁ ଆହ୍ୱାନ ଦେବା ସହିତ ନିର୍ବାଚନୀ ମନ୍ତ୍ର ଦେଇଛନ୍ତି ।

ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ପୌରହିତ୍ୟରେ ପଟ୍ଟାମୁଣ୍ଡାଇ ଡିଭାଇନ ପ୍ୟାଲେସରେ ଆୟୋଜିତ ବିରାଟ ନିର୍ବାଚନୀ କାର୍ଯ୍ୟକାରିଣୀରେ ଭାଷଣ ଦେଇ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଲେ ୨୦୦୪ -୨୦୧୪ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ ଶାସନ କରୁଥିବା କଂଗ୍ରେସ ସରକାର ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବୁଡି ରହି ସାଧାରଣ ଲୋକଙ୍କ ସମସ୍ୟା ସମାଧାନରେ ବିଫଳ ହୋଇଥିବାବେଳେ ଆଛା ଦିନର ସ୍ଲୋଗାନ ଦେଇ ବିଜେପି ଦଳ ୨୦୧୪-୨୦୨୩ ୯ବର୍ଷ ଧରି ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି । ବର୍ଷକୁ ୨କୋଟି ଚାକିରୀ ଓ ବିଦେଶ ରୁ କଳାଧନ ଆଣି ପ୍ରତ୍ୟେକ ପରିବାର ଆକାଉଂଟରେ ୧୩ଲକ୍ଷ ଟଙ୍କା ଜମା ଦେବା ପାଇଁ ବିଜେପି ପ୍ରତିଶୃତି ଫମ୍ପା ଆବାଜରେ ପରିଣତ ହୋଇଛି । ପ୍ରତିବଦଳରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ତେଲ, ଅଟା, ଚାଉଳ ଦର ସମେତ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ଆକାଶଛୁଆଁ ହୋଇ ଲୋକଙ୍କୁ ହନ୍ତସନ୍ତ କରିଛି । ବାସ୍ତବପକ୍ଷେ ବିଜେପି ନେତା ଓ ବନ୍ଧୁ ଶିଳ୍ପପତି ଆଦାନୀ ଓ ଅମ୍ବାନୀଙ୍କ ପାଇଁ ଆଛାଦିନ ଆସିଛି । ସେମାନଙ୍କ ସମ୍ପତିି ଚାରିଗୁଣ ହୋଇଛି ବୋଲି ମନ୍ତ୍ରୀ କଟାକ୍ଷ କରିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି କର୍ମୀମାନେ ସମସ୍ତ ମନୋମାଳିନ୍ୟ ଭୁଲି ଏକାଠି ହୋଇ ଭ୍ରଷ୍ଟାଚାରୀ କଂଗ୍ରେସ ଓ ପ୍ରଚାରସର୍ବସ୍ୱ ବିଜେପିକୁ କବର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଧ୍ରୁବ ସାହୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ । ରାଜନଗର ବିଧାୟକ ଧ୍ରୁବ ସାହୁ ବିଗତ ୪ବର୍ଷ ମଧ୍ୟରେ ରାଜନଗର ଓ ପଟ୍ଟାମୁଣ୍ଡାଇରେ ହୋଇଥିବା ଅଭୁତପୂର୍ବ ବିକାଶର ଚିତ୍ର ପ୍ରଦାନ କରିବା ସହିତ ସୋସିଆଲ ମିଡିଆରେ ନବୀନଙ୍କ ବିକାଶ ବାର୍ତା ଘରେ ଘରେ ପହଁଚାଇ ବିରୋଧୀଙ୍କୁ କଡା ଜବାବ ଦେବା ପାଇଁ ଆହ୍ୱାନ ଦେଇଥିଲେ । ଦଳର ନେତା ଓ କର୍ମୀମାନେ ନିଜ ନିଜ ଭିତରେ ଥିବା ସମସ୍ତ ମନୋମାଳିନ୍ୟ ଭୁଲି ଦଳ ସ୍ୱାର୍ଥ ପାଇଁ ଏକାଠି ହୋଇ ୱାର୍ଡ ସ୍ତରରୁ ସଂଗଠନକୁ ମଜଭୁତ କରିବା ପାଇଁ ନିବେଦନ କରିଥିଲେ । ଏହି ସଭାରେ ଜିଲ୍ଲା ପରିଷଦ ଅଧକ୍ଷା ଗୀତାଞ୍ଜଳି ସେଠୀ, ଉପାଧ୍ୟକ୍ଷ ଅଶୋକ ପ୍ରତିହାରୀ, ଜିଲ୍ଲା ବିଜେଡି ସଭାପତି ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା, ଜିଲ୍ଲା ଯୁବବିଜେଡି ସଭାପତି ରାଜେଶ ଦାସ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ,ପୌର ଅଧ୍ୟକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ଖଗେଶ୍ୱର ଲେଙ୍କା, ରାଜନଗର ବ୍ଲକ ଅଧ୍ୟକ୍ଷା ପ୍ରତିଭା ପାତ୍ର, ପୂର୍ବତନ ଅଧ୍ୟକ୍ଷ ସୁରେନ୍ଦ୍ର ରାଉତ, ନିର୍ବାଚନମଣ୍ଡଳୀ ଯୁବବିଜେଡି ସଭାପତି ପ୍ରଶାନ୍ତ ରାଉତ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ବିଶ୍ୱାଳ ଓ ରଶ୍ମି ମଲିକ, ଯୁବନେତା ଇଂ ସ୍ୱପ୍ନ ରଞ୍ଜନ ବେହେରା, ରାଜ୍ୟ ଛାତ୍ରବିଜେଡି ସମ୍ପାଦକ ବୈବ୍ରତ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମିଟୁ ଦାଶ, ପଟ୍ଟାମୁଣ୍ଡାଇ ବ୍ଲକ ମହିଳା ବିଜେଡି ସଭାପତି ଜୟନ୍ତୀ ସ୍ୱାଇଁ, ନଗର ମହିଳା ବିଜେଡି ସଭାନେତ୍ରୀ ଲାସ୍ୟମୟୀ ସାହୁ, ରାଜନଗର ମହିଳା ସଭାନେତ୍ରୀ ରଶ୍ମିରଂଜିତା ସ୍ୱାଇଁ, ଜିଲ୍ଲା ବିଜେଡି ଉପସଭାପତି ସୁବାଷ ଦାଶ, ସାଧାରଣସମ୍ପାଦକ ଶ୍ରୀକାନ୍ତ ରାଉତ, ଜିଲ୍ଲା ଦଳିତ ସେଲ ପ୍ରାକ୍ତନ ସଭାପତି ବାରେଣୀ ସେଠୀ, ଜିଲ୍ଲା ପଛୁଆବର୍ଗ ସଂଯୋଜକ ବିଜୟ ନାୟକ, ଜିଲ୍ଲା ଯୁବବିଜେଡି ସମ୍ପାଦକ ଅଶୋକ ଧଳ, ବରିଷ୍ଠନେତା ଲଷ୍ମୀଧର ବାରିକ ଯୁବ ସଂଗଠକ ଗୋବର୍ଧନ ପ୍ରଧାନ ପ୍ରମୁଖ ଭାଷଣ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶ ବାର୍ତା ଘରେ ଘରେ ପହଁଚାଇବା ସହିତ ଆଗାମୀ ନିର୍ବାଚନ ବିଧାୟକ ଧ୍ରୁବ ସାହୁଙ୍କୁ ବିପୁଳ ଭୋଟରେ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ଓ ଶେଷରେ ପଟ୍ଟାମୁଣ୍ଡାଇ ବ୍ଲକ ବିଜେଡି ସାଧାରଣ ସମ୍ପାଦକ କଳାକାର ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏଇ ଅବସରରେ ପଟ୍ଟାମୁଣ୍ଡାଇ ଖଡିଅଂଟା ସରପଂଚ ଜୀବନକୃଷ୍ଣ ରାୟ ଓ ରାଜନଗର ସାତଭାୟା ସରପଂଚ ପ୍ରସନ୍ନ ପରିଡା, ସମିତି ସଭ୍ୟ କୌଶିକ ବେହେରା ଓ ରାଜପୁର ସରପଂଚ ରାଣୀମଞ୍ଜରୀ ସେଠୀ ତାଙ୍କର ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଥିଲେ । ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳରେ ସାମିଲ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading