ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣା  ; ଅଭିଯୁକ୍ତକୁ ଖୋଜୁଛି ପୋଲିସ


ଜଣେ ୮୦ ବର୍ଷିୟା ବୃଦ୍ଧାଙ୍କୁ ଝିଅ ଘରେ ଛାଡ଼ି ଦେବା ବାହାନା ଦେଖାଇ ବାଇକ୍‌ରେ ନେଇ ବଳାତ୍କାର କରି ଫେରାର ହୋଇଯାଇଥିବା ଘଟଣାକୁ ଏକମାସରୁ ଅଧିକ ହୋଇଥିଲେ ମଧ୍ୟ ପୋଲିସ ଏ ପର୍ଯ୍ୟନ୍ତ ବଳାତ୍କାରୀଙ୍କୁ ଧରିବାରେ ବିଫଳ ହୋଇଛି। ଏହିଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଉଛି । କେନ୍ଦ୍ରାପଡା ଏସ.ପି ମଡକର ସନ୍ଦିପ ସମ୍ପଦ ଅଭିଯୁକ୍ତକୁ ଧରିବା ପାଇଁ ରାଜକନିକା, ଆଳି, ପଟ୍ଟାମୁଣ୍ଡାଇ, ରାଜନଗର ଥାନା ଅଧିକାରୀମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛନ୍ତି । ଏହି ସ୍କ୍ୱାର୍ଡ ଜିଲ୍ଲା ଓ ଜିଲ୍ଲା ବାହାରେ ଚଢାଉ ଜାରିରଖିଥିବା ବେଳେ ବିଭିନ୍ ସିସିଟିଭି ଫୁଟେଜ ଆଧାରରେ ଖୁବଶିଘ୍ର ଆସାମୀକୁ ଧରାଯିବା ସହିତ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏକମାସ ତଳେ ପହିଲିରଜ ଦିନ ନିଜଝିଅ ଘରକୁ ରଜଭାର ନେଇ ଯିବା ପାଇଁ ଜନୈକା ୮୦ ବର୍ଷର ବୃଦ୍ଧା ଗାଡିକୁ ଅପେକ୍ଷା କରି ଛିଡା ହୋଇଥିଲେ । ତେବେ ଏହି ସମୟରେ ଜଣେ ଅଚିହ୍ନା ଯୁବକ ଝିଅ ଘରେ ଛାଡ଼ି ଦେବା ବାହାନାରେ ବାଇକ୍‌ରେ ନେଇଥିଲେ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାଠାରୁ ମାତ୍ର ୨ଶହ ମିଟର ଦୂର ମଦନପୁର କଟ ମଧ୍ୟକୁନେଇ ବୃଦ୍ଧାଙ୍କୁ ବଳାତ୍କାଳ କରି ଫେରାର ହୋଇଯାଇଥିଲା । ବୃଦ୍ଧାଙ୍କୁ ନ୍ୟାୟ ଦେବାକୁ ଜୁନ୍‌ ୧୫ ତାରିଖରେ ତାଙ୍କ ଝିଅ ଏବଂ ବରିଷ୍ଠ ଆଇନଜୀବୀ ଶିବ ପ୍ରସାଦ ସାମନ୍ତରାୟ ଲିଖିତ ଭାବେ ଥାନାରେ ଅଭିଯୋଗ କରିଥିଲେ। ୧୬ ତାରିଖରେ ସ୍ଥାନୀୟ ମହିଳା ମହାସଂଘ ପକ୍ଷରୁ ବଳାତ୍କାର ଶିକାର ବୃଦ୍ଧାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ। ୧୭ ତାରିଖରେ ପୋଲିସ ସନ୍ଦେହରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରି ଯୁବକଜଣଙ୍କୁ ଛାଡି ଦେଇଥିଲା । ଏହିଘଟଣା ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଥିଲା । ଗତ ମଙ୍ଗଳବାର ପୁଣି ମହିଳା ମହାସଂଘ ପକ୍ଷରୁ ଥାନା ଘେରାଉ ସହ ରାସ୍ତାରୋକୋ କରାଯାଇ ପ୍ରତିବାଦ ସ୍ବରକୁ ଶାଣିତ କରିଥିଲେ । ୭ ଦିନ ମଧ୍ୟରେ ପୋଲିସ ପ୍ରକୃତ ଦୋଷୀଙ୍କୁ ଧରିବାରେ ଯଦି ବିଫଳ ହୁଏ, ମହିଳା ମହାସଂଘ ଆଇନକୁ ହାତକୁ ନେବ ବୋଲି ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ ଗତ ଏକମାସ ହେବ ତଦନ୍ତ ଦାୟିତ୍ୱରେ ଥିବା ବେଳେ ଏବେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଦୀର୍ଘ ମାସେ ଧରି ତଦନ୍ତ ଦାୟିତ୍ୱରେ ଥିବା ଥାନା ଅଧିକାରୀ ବିଶ୍ୱାଳଙ୍କୁ କାହିଁକି ଏବଂ କେଉଁ ପରିସ୍ଥିତିରେ ବଦଳି କରାଗଲା, ଏହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ମାସେ ଧରି ପ୍ରକୃତ ଦୋଷୀକୁ ଧରିବାରେ ଥାନା ଅଧିକାରୀ ବିଶ୍ୱାଳଙ୍କ ଯୋଜନା କେତେ ସଫଳ ହୋଇଛି, ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ବଦଳି କରି ଦିଆଯାଇଛି। ଫଳରେ ବୃଦ୍ଧା ଯେ ଆଉ ନ୍ୟାୟ ପାଇବେ କି ନାହିଁ ବୁଦ୍ଧିଜୀବୀ ମହଲରେ ଆଶଙ୍କା ପ୍ରକାଶ ପାଇଛି। ବଦଳି ହୋଇଥିବା ଥାନାଧିକାରୀ ବିଶ୍ୱାଳ ପ୍ରକୃତ ବଳାତ୍କାରୀଙ୍କୁ ଧରିବାରେ ଯେଉଁ ଯୋଜନା କରିଥିଲେ, ତାଙ୍କ ବଦଳି ପରେ ଅନ୍ୟ ଯେଉଁ ଅଧିକାରୀ ଦାୟିତ୍ୱ ନେବେ ତଦନ୍ତ କ୍ଷେତ୍ରରେ ସେମାନଙ୍କ ଦାୟିତ୍ୱ ଓ ସ୍ବଚ୍ଛତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି।


Discover more from

Subscribe now to keep reading and get access to the full archive.

Continue reading