ବିରଳ ଅସ୍ତ୍ରୋପ୍ରଚାର ମହିଳାଙ୍କ ପେଟରୁ ବାହାରିଲା ୬ କିଲୋ ଟିୁ୍ୟମର



କେନ୍ଦ୍ରାପଡା, ୧୯ା୭: ଜଣେ ମହିଳାଙ୍କ ପେଟରୁ ପାଖାପାଖି ୬ କିଲୋ ଓଜନର ଟିୁ୍ୟମର ଅପରେସନ୍ କରାଯାଇ ବାହାର କରାଯାଇଥିବା ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହର ତିନିମୁହାଣିସ୍ଥିତ ଶ୍ରୀରାମ ହସ୍ପିଟାଲରେ ମହିଳାଙ୍କୁ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ମହାକାଳପଡା ବ୍ଲକ ବିଜୟନଗର ଗ୍ରାମର ଅଲେଖ ଦାସଙ୍କ ପତ୍ନୀ ମୀନତି ଦାସ (୬୫) ଦୀର୍ଘଦିନ ଧରି ପେଟଯନ୍ତ୍ରଣାରେ ଛଟପଟ ହେଉଥିଲା । ପରେ ତାଙ୍କୁ ଶ୍ରୀରାମ ହସ୍ପିଟାଲ ଭର୍ତି କରାଯାଇଥିଲା । ଡାକ୍ତର ଦେବପ୍ରସାଦ ସାହୁ, ଡାକ୍ତର ରିତେନ୍ଦ୍ର ମହାନ୍ତି, ଡାକ୍ତର ସୈାମ୍ୟକାନ୍ତ ପାତ୍ର ପ୍ରମୁଖଙ୍କ ସହଯୋଗରେ ଅସ୍ତ୍ରୋପ୍ରଚାର କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପ୍ରଚାର ଫଳରେ ମହିଳାଙ୍କ ପେଟରୁ ୬ କିଲୋ ଟିୁ୍ୟମର ବାହାରିଥିଲା । ବର୍ତମାନ ମହିଳା ଜଣକ ସୁସ୍ଥ ଥିବା ଜଣାପଡିଛି ।


Next Post

କେନ୍ଦ୍ରାପଡା ବନ୍ୟା ନିୟନ୍ତ୍ରଣ କରିବାକୁ ଜାତୀୟ ମାନବାଧିକାର ଆୟୋଗଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Thu Jul 20 , 2023
କେନ୍ଦ୍ରାପଡା ୧୯/୭- କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ଋତୁରେ ହେଉଥିବା ବନ୍ୟା ବିତ୍ପାତରୁ ରକ୍ଷା କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ଜାତୀୟ ମାନବାଧିକାର ଆୟୋଗ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନଦୀ, ନାଳମାନଙ୍କରେ କୂଳ ବନ୍ଧ ନଥିବା, ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଇ ନଥିବା କାରଣରୁ କୃତ୍ରିମ ବନ୍ୟା ସୃଷ୍ଟିହେବା ସହ ବର୍ଷା ଦିନରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହେଉଛି । ବିଶେଷ କରି କୋର, କୁତରଙ୍ଗ, […]

KANIKA