ବିରଳ ଅସ୍ତ୍ରୋପ୍ରଚାର ମହିଳାଙ୍କ ପେଟରୁ ବାହାରିଲା ୬ କିଲୋ ଟିୁ୍ୟମର

ବିରଳ ଅସ୍ତ୍ରୋପ୍ରଚାର ମହିଳାଙ୍କ ପେଟରୁ ବାହାରିଲା ୬ କିଲୋ ଟିୁ୍ୟମର


କେନ୍ଦ୍ରାପଡା, ୧୯ା୭: ଜଣେ ମହିଳାଙ୍କ ପେଟରୁ ପାଖାପାଖି ୬ କିଲୋ ଓଜନର ଟିୁ୍ୟମର ଅପରେସନ୍ କରାଯାଇ ବାହାର କରାଯାଇଥିବା ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ସହର ତିନିମୁହାଣିସ୍ଥିତ ଶ୍ରୀରାମ ହସ୍ପିଟାଲରେ ମହିଳାଙ୍କୁ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଥିଲା । ମହାକାଳପଡା ବ୍ଲକ ବିଜୟନଗର ଗ୍ରାମର ଅଲେଖ ଦାସଙ୍କ ପତ୍ନୀ ମୀନତି ଦାସ (୬୫) ଦୀର୍ଘଦିନ ଧରି ପେଟଯନ୍ତ୍ରଣାରେ ଛଟପଟ ହେଉଥିଲା । ପରେ ତାଙ୍କୁ ଶ୍ରୀରାମ ହସ୍ପିଟାଲ ଭର୍ତି କରାଯାଇଥିଲା । ଡାକ୍ତର ଦେବପ୍ରସାଦ ସାହୁ, ଡାକ୍ତର ରିତେନ୍ଦ୍ର ମହାନ୍ତି, ଡାକ୍ତର ସୈାମ୍ୟକାନ୍ତ ପାତ୍ର ପ୍ରମୁଖଙ୍କ ସହଯୋଗରେ ଅସ୍ତ୍ରୋପ୍ରଚାର କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପ୍ରଚାର ଫଳରେ ମହିଳାଙ୍କ ପେଟରୁ ୬ କିଲୋ ଟିୁ୍ୟମର ବାହାରିଥିଲା । ବର୍ତମାନ ମହିଳା ଜଣକ ସୁସ୍ଥ ଥିବା ଜଣାପଡିଛି ।