୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 22 January 2026 କେନ୍ଦ୍ରାପଡ଼ା,୨୧ା୧: ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ଗ୍ରାମ ପଞ୍ଚାୟତ ବରିଷ୍ଠ ନାଗରିକ ମଞ୍ଚର ଏକ ପ୍ରସ୍ତୁତି ବୈଠକ ଗଣ୍ଡାକିଆ ମଣି ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶିକ୍ଷକ କୈଳାଶ ଚନ୍ଦ୍ର ସ୍ୱାଇଁ ଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ହାଇକୋର୍ଟର ସରକାରୀ ଆଇନଜିବୀ ଅବିନାଶ ପଣ୍ଡା ସମେତ ହୃଷୀକେଶ ସାହୁ, ନାନୁ ଚରଣ ଦାସ, ଅଲେଖ ସେଠୀ, ସ୍ୱାଧୀନ କୁମାର ସ୍ୱାଇଁ,…
ସାମ୍ୟବାଦୀନେତା ଶିକ୍ଷାବିତ ଲଷ୍ମୀଧର ପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା 21 January 2026 ପଟ୍ଟାମୁଣ୍ଡାଇ ତା ୨୦/୧-କେନ୍ଦ୍ରାପଡ଼ା ଜିଲ୍ଲାର ବିଶିଷ୍ଟ ସାମ୍ୟବାଦୀ ନେତା ଶିକ୍ଷାବିତ ଲଷ୍ମୀଧର ପାତ୍ରଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ପଟ୍ଟାମୁଣ୍ଡାଇ ବେଲତଳ ଠାରେ ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ଅଧ୍ୟାପକ ଗୋଲେଖ ଚନ୍ଦ୍ର ମହାରଣାଙ୍କ ପୌରହିତ୍ୟ ଓ ଯୁବ ସମାଜସେବୀ ନଳିନୀକାନ୍ତ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଡ଼ ଅଲେଖ ଜେନା, କିଶୋର ତରାଇ ଓ ରାଧାକାନ୍ତ ସେଠୀ, ଜିଲ୍ଲା ପରିଷଦ ପ୍ରାକ୍ତନ…
ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ପଲ୍ଲିଶ୍ରୀମେଳାର ଶ୍ରେଷ୍ଠ ପ୍ରଡ୍ୟୁସର ଗ୍ରୁପକୁ ସମ୍ବର୍ଦ୍ଧନା 18 January 2026 କେନ୍ଦ୍ରାପଡ଼ା,୧୮ା୧:ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡା କଲେଜ ପଡିଆରେ ଚାଲିଥିବା ଜିଲ୍ଲା ସଂସ୍କୃତି ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ଶ୍ରେଷ୍ଠ ପ୍ରଡ୍ୟୁସର ଗ୍ରୁପ ଗୁଡିକୁ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶେଷ ଦିବସରେ ମେଳାର ଶ୍ରେଷ୍ଠ ବିକ୍ରେତା ଭାବେ ନୟାଗଡର ବୁଢୀ ମା’ ପ୍ରଡ୍ୟୁସର ଗ୍ରୁପ, ସର୍ବାଧିକ ବିକ୍ରେତା ସୋନପୁରର ଜୟ ହନୁମାନ ପ୍ରଡ୍ୟୁସର ଗ୍ରୁପ ଓ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସୋନପୁରର ଓମ୍ଶାନ୍ତି ସ୍ୱୟଂ ସହାୟିକା ଗୋଷ୍ଠିକୁ ମୋମେଣ୍ଟୋ…
ତରାପୁରରେ ବିଶାଳ ହିନ୍ଦୁ ସମ୍ମିଳନୀ 18 January 2026 କେନ୍ଦ୍ରାପଡ଼ା,୧୮ା୧:ସନାତନ ଧର୍ମ ସୃଷ୍ଟିର ସର୍ବ ପୁରାତନ ତଥା ଏକମାତ୍ର ଧର୍ମ। ସନାତନ ସଂସ୍କୃତି ବସୁଧୈବ କୁଟୁମ୍ବକଂର ବାର୍ତ୍ତର୍ା ଦେଇଥାଏ। ସମଗ୍ର ବିଶ୍ୱର ମଙ୍ଗଳ କାମନା ତଥା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଅନାଦି କାଳରୁ ଏହି ଧର୍ମ ଚେଷ୍ଟା କରି ଆସିଛି ଓ ଦେଶ ମାତୃକାକୁ ନିଜର ମାଆ ବୋଲି ସମ୍ବୋଧନ କରିଆସିଛି। ହିନ୍ଦୁ ସଂସ୍କୃତି କେବଳ ଦେବୀ ବା ଦେବତା ନୁହେଁ, ମାନବ, ବୃକ୍ଷଲତା ଏପରିକି ଜଡ଼ ବସ୍ତୁରେ ମଧ୍ୟ ଭଗବତ ସତ୍ତାର ଅନୁଭବ କରିଥାଏ।…
ରେସୱା ସ୍ୱଳ୍ପରହଣୀ କେନ୍ଦ୍ର ଅନ୍ତେବାସୀଙ୍କୁ ଶୀତବସ୍ତ୍ର ବଣ୍ଟନ 18 January 2026 କେନ୍ଦ୍ରାପଡ଼ା,୧୭ା୧:କେନ୍ଦ୍ରାପଡା ଭି.ଆଇ.ପି. ରୋଡ ସନ୍ନିକଟରେ ଅବସ୍ଥିତ ରେସୱା ସ୍ୱଳ୍ପରହଣୀ କେନ୍ଦ୍ରର ଅନ୍ତେବାସୀମାନଙ୍କୁ ସମାଜସେବୀ ସ୍ୱର୍ଗତା ନନ୍ଦିତା ବ୍ରହ୍ମାଙ୍କ ସ୍ମୃତିରେ ଡାକ୍ତର ସୁଧିର କୁମାର ବ୍ରହ୍ମା ଶୀତବସ୍ତ୍ର(ଶାଲ) ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି ସ୍ୱର୍ଗତା ବ୍ରହ୍ମା ବିଗତ ଦିନରେ କିପରି ଗରିବ ନିଷ୍ପେସିତ ଲୋକଙ୍କୁ ସାହାଯ୍ୟର ହାତ ବଢାଉଥିଲେ ତାହା ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମବାୟବୀତ ରଣଧୀର ଜେନା, କବି ଅବନ୍ତୀ…
ଜିଲାରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ଏସ୍ପି ଅଫିସ ଘେରାଉ କଲା ଜିଲା ବିଜେଡି 18 January 2026 କେନ୍ଦ୍ରାପଡା,୧୬ା୧: କେନ୍ଦ୍ରାପଡ଼ା ଜିଲାରେ ଆଇନ୍ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇଛି। ପୁଲିସ ଏବେ ଗେରୁଆ ଗାମୁଚ୍ଛାଧାରୀଙ୍କୁ ସମ୍ମାନ ଦେଉଛି। ଗେରୁଆ ଗାମଛା ପକାଇଥିବା ଲୋକମାନେ ଯାହା ଦୋଷ କଲେ ସେମାନଙ୍କୁ ତିନିଖୁଣ ମାଫ। କିନ୍ତୁ ସାଧାରଣ ଜନତା ଟିକେ ଭୁଲ କଲେ ସେମାନଙ୍କୁ ସଙ୍ଗେ ଜେଲ। ଥାନା ଏବେ ବିଜେପି ଅଫିସରରେ ପରିଣତ ହୋଇଛି। ବିଜେଡି ବିଧାୟକମାନେ ଏହି ଅଭିଯୋଗ କରି ଶୁକ୍ରବାର ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରି ଗିରଫ ହୋଇଛନ୍ତି। ହଜାର ହଜାର ସଂଖ୍ୟାରେ ବିଜେଡି…
ଗୁଡି ସୂତା ଲାଗିଯିବାରୁ ମୃତ୍ୟୁ ମୁଖରୁ ବଞ୍ଚଲେ ଦେବେନ୍ଦ୍ର 18 January 2026 କେନ୍ଦ୍ରାପଡ଼ା,୧୭ା୧: ବର୍ତ୍ତମାନ ଗୁଡିଉଡା ପର୍ବ ଚାଲିଛି । ଏହି ପରିପ୍ରେକ୍ଷିରେ କେନ୍ଦ୍ରାପଡା ସହର ଗୋବରୀ ନଦୀ କୂଳରେ ପିଲାମାନେ ଗୁଡି ଉଡେଇବାରେ ବ୍ୟସ୍ତ । ଗୁଡି ସୂତା ପ୍ଲାଷ୍ଟିକରେ ହେଉ ବା ମାଞ୍ଜା ସୂତା ହେଉ । ତାହା ସାଧାରଣ ବାଟୋଇମାନଙ୍କର କାଳ । ଆଜି ଅପରାହ୍ନରେ କେନ୍ଦ୍ରାପଡା ନୂଆ ବସଷ୍ଟାଣ୍ଡ ବାଇପାସ ରାସ୍ତାରେ କେନ୍ଦ୍ରାପଡା ଗୁଲନଗର ଛକ ନିକଟ ଏକ ଅଟୋ ସୋରୁମରେ କାର୍ଯ୍ୟରତ ଅସୁରେଶ୍ୱର ଗ୍ରାମର ଦେବେନ୍ଦ୍ର ସାହୁ(୫୧) କୌଣସି ଏକ କାମରେ ପୁରୁଣା…
କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା ଉଦ୍ଘାଟିତ 15 January 2026 କେନ୍ଦ୍ରାପଡା,୧୫ା୧:କେନ୍ଦ୍ରାପଡ଼ା ସହର ତିନିମୁହାଣୀ ସ୍ଥିତ ମାରୁତି ସୋଲାର ସିଷ୍ଟମ କାର୍ଯ୍ୟାଳୟରେ ପ୍ରଧାନ ମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ଉଦ୍ଘାଟିତ ହୋଇଯାଇଛି। କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡ଼ା ନଗରପାଳ ସରିତା ସାହୁଙ୍କ ଉପସ୍ଥିତିରେ ଏହାକୁ ଉଦ୍ଘାଟନ କରି କହିଲେ ଏହି ଯୋଜନାରେ ସୌରଶକ୍ତି ମାଧ୍ୟମରେ ପ୍ରତି ମାସରେ ବିନା ଦେୟରେ ବିଦ୍ୟୁତ ଉପଭୋକ୍ତାମାନେ ବିଜୁଳି ଶକ୍ତି ପାଇ ପାରିବେ। ଏହାଦ୍ୱାରା ଜଳଶକ୍ତି ଓ ତାପଜ ଶକ୍ତି ଉପରେ ନିର୍ଭରଶୀଳତା କମିବା ସହିତ ଶକ୍ତି ସଂରକ୍ଷଣ କରାଯାଇ…
ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ କଲେଜ ୨୫ତମ ବାର୍ଷିକ କ୍ରୀଡା ଉଦଯାପିତ 15 January 2026 ପଟ୍ଟାମୁଣ୍ଡାଇ ତା୧୪/୧-ପଟ୍ଟାମୁଣ୍ଡାଇ ମହିଳା ଡିଗ୍ରୀ ମହାବିଦ୍ୟାଳୟର ୨୫ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଶ୍ର୍ରୀଧର ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ +୨ମହିଳା କଲେଜର ଅଧ୍ୟକ୍ଷା ରାଜଲଷ୍ମୀ ମହାନ୍ତି ମୁଖ୍ୟଅତିଥି ଓ କ୍ରୀଡା ଶିକ୍ଷୟତ୍ରୀ ଅଳକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କ୍ରୀଡା ସଂଯୋଜିକା ଶୁଭଶ୍ରୀ ପ୍ରିୟଦର୍ଶନୀ ତରାଇ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅଧ୍ୟାପିକା ଗୀତାଞ୍ଜଳି କର ସ୍ୱାଗତ ଭାଷଣ ଓ ବନ୍ଦନାରାଣୀ ପଣ୍ଡା…
ପିଏମଶ୍ରୀ କୋରୋ ଉଚ୍ଚ ବିଦ୍ୟାଳୟରେ ,ରାଜ୍ୟ ପୁରସ୍କାର ଟେଷ୍ଟ କ୍ୟାମ୍ପ 14 January 2026 କେନ୍ଦ୍ରାପଡ଼ା,୧୪ା୧:ପିଏମଶ୍ରୀ କୋରୋ ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଭାରତ ସ୍କାଉଟସ ଆଣ୍ଡ ଗାଇଡସ ପକ୍ଷରୁ ତିନିଦିନିଆ ରାଜ୍ୟ ପୁରସ୍କାର ପରୀକ୍ଷା ଶିବିର ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ସୋମନାଥ ମହାପାତ୍ର ଓ ସ୍କାଉଟ ମାଷ୍ଟର ଜଗନ୍ନାଥ ପ୍ରସାଦ ଉପାଧ୍ୟାୟଙ୍କ ସହଯୋଗରେ ଆରମ୍ଭ ହୋଇଥିବା ଏହି ଶିବିରରେ ପରୀକ୍ଷକ ଭାବରେ ବିଏସଜି ଓଡିଶା ରାଜ୍ୟ ମୁଖ୍ୟାଳୟରୁ ସନ୍ତୋଷ ଦେଓ ଏବଂ ଲଷ୍ମୀଧର ମହାପାତ୍ର ଯୋଗଦେଇ ପରୀକ୍ଷା ପରିଚାଳନା କରିଥିଲେ। ଜିଲ୍ଲା ସ୍କାଉଟ୍ସ ଟ୍ରେନିଂ କମିଶନର ସରୋଜକାନ୍ତ…