କେନ୍ଦ୍ରାପଡା ବାଲିଯାତ୍ରା-୨୦୨୩ ନିମନ୍ତେ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା ୬ା୮: କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ-୨୦୨୩ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାଲିଯାତ୍ରା କମିଟିର ସଭାପତି ଆଇନଜୀବୀ ପ୍ରଦୀପ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ୨୦୨୨ ମସିହା ବାଲିଯାତ୍ରା ସଫଳ ହୋଇଥିବା ସମସ୍ତ ସଭ୍ୟ/ସଭ୍ୟାମାନଙ୍କୁ ଏହି ବୈଠକରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ଏଥିରେ ୨୦୨୨ ମସିହା ବାଲିଯାତ୍ରା ମହୋତ୍ସବର ଆଂଶିକ ଆୟ ବ୍ୟୟ କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ ଉପସ୍ଥାପନ କରିଥିଲେ । ଆଗାମୀ ୨୦୨୩ ବାଲିଯାତ୍ରାକୁ ସର୍ବାଙ୍ଗ ସୁନ୍ଦର କରିବା ପାଇଁ ଏହି ବୈଠକରେ ସ୍ଥିର କରାଯାଇଥିଲା । ଆଗାମୀ ଦିନରେ ପୂର୍ଣ୍ଣାଙ୍ଗ ଆୟବ୍ୟୟର ହିସାବ ଉପସ୍ଥାପନ କରାଯାଇଥିଲା । ଆଗାମୀ ମହୋତ୍ସବ ଉପଲକ୍ଷେ ପ୍ରକାଶ ପାଇବାକୁ ଯାଉଥିବା ବାଲିଯାତ୍ରା ମହୋତ୍ସବର ମୁଖପତ୍ର ‘ସ୍ମୃତିର ବୋଇତ’ ନିମନ୍ତେ ଅଗଷ୍ଟ ମାସ ଶେଷ ସୁଦ୍ଧା ଲେଖା ପଠାଇବାକୁ ଇଚ୍ଛୁକ ସାହିତ୍ୟିକମାନଙ୍କୁ ଅନୁରୋଧ କରାଗଲା । ଏହି ବୈଠକରେ ଉପଦେଷ୍ଟା କରୁଣାକର ଦାସ, ରମଣୀରଞ୍ଜନ ରାଉତରାୟ, ପତ୍ରିକା ସମ୍ପାଦକ ଶୁଭାଂଶୁ କୁମାର ଦାସ, ପତ୍ରିକାର ମୁଖ୍ୟ ସମ୍ପାଦକ ନିରଞ୍ଜନ ମେକାପ, ସାମ୍ବାଦିକ ପ୍ରଫୁଲ୍ଲ ଦାସ, କୋଷାଧ୍ୟକ୍ଷ ମନୋରଞ୍ଜନ ତ୍ରିପାଠୀ, ଟୁଟୁ ଗେରୁ, ପ୍ରଦୀପ କୁମାର ବିହାରୀ, ପ୍ରଜ୍ଞାନନ୍ଦ ଦାସ, ଶ୍ରୀଧର କୁମାର ମହାନ୍ତି, ରଜନୀକାନ୍ତ ଦାସ, ଚିତ୍ତରଞ୍ଜନ ଆଚାର୍ଯ୍ୟ, ଟିଟିକାନ୍ତ ନାୟକ, ପଞ୍ଚାନନ ଗେରୁ, ମୃତ୍ୟୁଞ୍ଜୟ ସାହୁ, କୁଳମଣୀ ଗୋଚ୍ଛାୟତ, ରାମଚନ୍ଦ୍ର ବାରିକ, ତ୍ରିଲୋଚନ ଦାସ ପ୍ରମୁଖ ଯୋଗଦେଇ ଆଗାମୀ ବାଲିଯାତ୍ରାକୁ ସଫଳ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କେନ୍ଦ୍ରାପଡା ଓ ଓଡିଶାର ନୌବାଣିଜ୍ୟ ସମ୍ପର୍କିତ ଲେଖାକୁ ନେଇ ୨୦୨୩ର ସ୍ମୃତିର ବୋଇତ ପ୍ରକାଶିତ ହେବ । ସଂଜୀବନୀ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଏହି ବୈଠକରେ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀଧର କୁମାର ଭୋଳ ।


Next Post

ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟି କେନ୍ଦ୍ରାପଡା

Sun Aug 6 , 2023
କେନ୍ଦ୍ରାପଡା ୬/୮- କେନ୍ଦ୍ରାପଡା ରାଜନୀତିର ପିତାମହ ଭୀଷ୍ମ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ତାଙ୍କର ଆଦର୍ଶରେ ଏବଂ ତାଙ୍କର ସ୍ମୃତିକୁ ମନେପକାଇବା ପାଇଁ ଗଠିତ ହୋଇଥିବା ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟିର ତୃତୀୟ ବୈଠକ ଗରାପୁର ଡାକବଙ୍ଗଳାଠାରେ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଅଗାମୀ ଦିନରେ ବେଦୁ ଭାଇଙ୍କର ଏକ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ସହରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଏହି ସଭାରେ ଆଲୋଚନା କରାଯାଇଥିଲା । […]

You May Like