କେନ୍ଦ୍ରାପଡା ୬/୮- କେନ୍ଦ୍ରାପଡା ରାଜନୀତିର ପିତାମହ ଭୀଷ୍ମ ସ୍ୱର୍ଗତ ବେଦପ୍ରକାଶ ଅଗ୍ରୱାଲା ତାଙ୍କର ଆଦର୍ଶରେ ଏବଂ ତାଙ୍କର ସ୍ମୃତିକୁ ମନେପକାଇବା ପାଇଁ ଗଠିତ ହୋଇଥିବା ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟିର ତୃତୀୟ ବୈଠକ ଗରାପୁର ଡାକବଙ୍ଗଳାଠାରେ ଅନୁଷ୍ଠାନର ସଭାପତି ପ୍ରଦୀପ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଅଗାମୀ ଦିନରେ ବେଦୁ ଭାଇଙ୍କର ଏକ ପ୍ରତିମୂର୍ତ୍ତି କେନ୍ଦ୍ରାପଡା ସହରଠାରେ ପ୍ରତିଷ୍ଠା କରିବା ନିମନ୍ତେ ଏହି ସଭାରେ ଆଲୋଚନା କରାଯାଇଥିଲା । କେନ୍ଦ୍ରାପଡା ପ୍ରତି ତାଙ୍କର ଥିବା ଅବଦାନକୁ ମନେପକାଇ ଅନୁଷ୍ଠାନର ସଦସ୍ୟମାନେ ତାଙ୍କର ସ୍ମୃତିଚାରଣ କରିଥିଲେ । ଏହି ସଭାରେ ସଭାପତି ତଥା ପୂର୍ବତନ ବ୍ଲକ ଚେୟାରମ୍ୟାନ୍ ପ୍ରଦୀପ୍ତ ମହାନ୍ତି, ସାଧାରଣ ସମ୍ପାଦକ ତଥା କେନ୍ଦ୍ରାପଡା ମ୍ୟୁନିସିପାଲିଟିର ପୂର୍ବତନ କାଉନ୍ସିଲର ପ୍ରଶାନ୍ତ କୁମାର ସିଂ, ବିଜେଡି ନଗର ସଭାପତି ଯଯାତିକେଶରୀ ମହାନ୍ତି, ରାଜ୍ୟ ବିଜେଡି ସମ୍ପାଦକ ରଞ୍ଜିତ କୁମାର ସାହୁ, ତ୍ରିଲୋଚନ ଦାସ, ଅନନ୍ତ ଚରଣ କର, ଅକ୍ଷୟ ମନ୍ତ୍ରୀ, ନିରଞ୍ଜନ କର, କମଳଲୋଚନ ଦାସ, ସେକ୍ ମେହେବୁବ୍, ହରିଲାଲ୍ ଅଗ୍ରୱାଲ, ଲୋହିତ ମହାନ୍ତି, ବହ୍ମାନନ୍ଦ ତ୍ରିପାଠୀ, ବିଜୟ ପତି, ସେକ୍ ଶାନ୍, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଗୁରୁପ୍ରସାଦ ଦାସ, ସୁଧୀର ସ୍ୱାଇଁ, ରବୀନ୍ଦ୍ରନାଥ ପଣ୍ଡା, ନାରାୟଣ ସ୍ୱାଇଁ ଏବଂ ମୋହନଚରଣ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ ।
Posted inଆନ୍ତର୍ଜାତୀୟ ଆସନ୍ତୁ ଭାବିବା
ବେଦପ୍ରକାଶ ଅଗ୍ରୱାଲା ଷ୍ଟାଚ୍ୟୁ କମିଟି କେନ୍ଦ୍ରାପଡା
