
ପଟ୍ଟାମୁଣ୍ଡାଇ ୧୦୮-ଆଗାମୀ ସ୍ୱାଧୀନତା ଦିବସକୁ ସମାରୋହରେ ପାଳନ କରିବା ସହିତ କୃତି ପ୍ରତିଭାମାନଙ୍କୁ ଚୟନ କରିବା ପାଇଁ ବକ୍ତୃତା, ଚିତ୍ରାଙ୍କନ, ସାଧାରଣଜ୍ଞାନ ପ୍ରତିଯୋଗିତା ଏମଏନ ହାଇସ୍କୁଲ ପରିସରରେ କରାଯାଇଥିଲା । ଏଥିରେ ଜାତୀୟଦିବସ ପାଳନ କମିଟି ସଦସ୍ୟ ପ୍ରଫେସର ଦୁର୍ଯ୍ୟୋଧନ ପରିଡା, କାଉନସିଲର ଗୋପୀବଲ୍ଲଭ ନାୟକ, ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ, ଶିକ୍ଷାବିତ ବିଜୟ ସାହୁ, ଚିତ୍ରଶିଳ୍ପୀ ସଂଜୀବ କର, ରାଜେନ୍ଦ୍ର ଦାଶ, ପ୍ରମୋଦ ସାହୁ, ସଞ୍ଜୟ ତ୍ରିପାଠୀ ଓ ସନ୍ତୋଷ ଜେନା ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତାର ପ୍ରତିଭା ଚୟନ କରିଥିଲେ । ଆସନ୍ତା ଅଗଷ୍ଟ ୧୫ ତାରିଖରେ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି ।











