ଅନ୍ନପୂର୍ଣ୍ଣା ୟୁଥ କ୍ଲବର କର୍ମକର୍ତ୍ତା ନିର୍ବାଚନ ଓ ବୈଠକ



କେନ୍ଦ୍ରାପଡାର ସହରର ଚାଟରାପାଟଣା ସ୍ଥିତ ଅନ୍ନପୂର୍ଣ୍ଣା ୟୁଥ କ୍ଲବର ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା । ସଭାପତି ଭାବରେ ନିରଞ୍ଜନ ସାହୁ(ପିନୁ), ଉପସଭାପତି ଭାବରେ ବିଶ୍ୱଜିତ ରାଉତ(ବାବୁ), ସମ୍ପାଦକ ଭାବରେ ଇନ୍ଦ୍ରଜିତ ରାଉତ(ଦିଲୁ), ସହ ସମ୍ପଦକ ଭାବରେ ଜଗନ୍ନାଥ ଦାସ(ମୁନା) ଓ କୋଷାଧ୍ୟକ୍ଷ ଭାବରେ ନରେନ୍ଦ୍ର କୁମାର ରଣାଙ୍କୁ ଚୟନ କରାଯାଇଥିଲା । ସେହିପରି ରଘୁନାଥ ପାଣି, ଧରଣୀଧର ପୃଷ୍ଟି, ବିରେନ୍ କୁମାର ରାଉତ, ରମେଶ ଚନ୍ଦ୍ର ଦାସ, କାହ୍ନୁ ଚରଣ ପୃଷ୍ଟିଙ୍କୁ ଚୟନ କରାଯାଇ ଉପଦେଷ୍ଟା ମଣ୍ଡଳୀରେ ରଖାଯାଇଥିଲା । ଏହି ବୈଠକରେ ଆଗାମୀ ଦିନରେ ଗଣେଷ ପୂଜା ଓ ଗଜଲକ୍ଷ୍ମୀ ପୂଜା କିପରି ସରୁଖୁରୁରେ କରାଯିବ ତାହା ଉପରେ ଆଲୋଚନା କରାଯାଇଥିଲା । ଏଥି ସହିତ ଆସନ୍ତା ଦିନରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ୫୦ରୁ ଉର୍ଦ୍ଧ ସଭ୍ୟମାନେ ଯୋଗ ଦେଇଥିଲେ । ଶେଷରେ ବିଶ୍ୱଜିତ ରାଉତ ଧନ୍ୟବାଦ ଦେଇଥିଲେ ।


Next Post

ତପସ୍ୱିନୀ ନାୟକଙ୍କୁ ଚିତ୍ରଶିଳ୍ପୀ ଗୌରବରେ ସମ୍ବର୍ଦ୍ଧିତ

Fri Aug 11 , 2023
କେନ୍ଦ୍ରାପଡ଼ା ଜିଲ୍ଲା ଚିତ୍ରଶିଳ୍ପୀ ସଂଘ ଆନୁକୂଲ୍ୟ ରେ ଜିଲ୍ଲା ସ୍ତରୀୟ ପ୍ରଥମ ବାର୍ଷିକ ଚିତ୍ରକଳା ମହୋତ୍ସବ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ମହାସମାରୋହରେ ଅନୁଷ୍ଠିତ ହୋଇଯଇଅଛି । ନୃତ୍ୟପ୍ରୀୟ ତପସ୍ୱିନୀ ନାୟକ ଉଦଘାଟନ ମଞ୍ଚରେ ମଦନ “ମୋହନ ଅଷ୍ଟକମ୍‌” ଓଡ଼ିଶୀ ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରି ଉପସ୍ଥିତ ଅତିଥି ଏବଂ କାଳକାର ମାନଙ୍କ ମନ ମୋହିଥିଲେ । ତପସ୍ୱିନୀ କେନ୍ଦ୍ରାପଡ଼ାର ଜଣେ ନୃତ୍ୟ ଗୁରୁ ହୋଇ ମଧ୍ୟ ଚିତ୍ରଶିଳ୍ପୀ ରୂପେ […]

You May Like