ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ ତ୍ରିରଙ୍ଗା ଯାତ୍ରା



କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ୧୭ନଂ ଜୋନ କଂଟାବଣ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ଓ ୭୬ତମ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ତ୍ରିରଙ୍ଗା ପଦଯାତ୍ରା ପଟ୍ଟାମୁଣ୍ଡାଇ ଭାଜପା ପକ୍ଷରୁ  ଆୟୋଜିତ ହୋଇଯାଇଛି  । ପୂର୍ବତନ ବିଧାୟକ ଡ଼ ଅଲେଖ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ଯାତ୍ରାରେ ଭାଜପା ମଣ୍ଡଳ ସଭାପତି ବନମାଳି ମହାପାତ୍ର, ଜ୍ୟୋତିପ୍ରକାଶ ପ୍ରଧାନ, ଶଙ୍କର ମହାନ୍ତି, ନିରଞ୍ଜନ ସ୍ୱାଇଁ, ବିଚିତ୍ରାନନ୍ଦ ବାଇ, ଅଜୟ ସାହୁ, ସୁରେନ୍ଦ୍ର ସାମଲ, ଅଭୟ ବେହେରା, ସବ୍ୟସାଚୀ ରାଉତ, ରଞ୍ଜନ ସୂତାର, ସୁକାନ୍ତ ବେହେରା, ମାଗୁଣି ନାୟକ, ରଞ୍ଜନ ମହାପାତ୍ର, ଖଗେଶ୍ୱର ରାଉତ, କେଶବ ଖଟୁଆ, ସୁରେନ୍ଦ୍ର ରାଉତ, ପ୍ରଫୁଲ୍ଲ ଦାସ, ମିଥୁନ ମଲିକ, ଦିନେଶ ଦାସ, ସଂଗ୍ରାମ ସେଠୀ, ଆକାଶ ସାହୁ ଓ ସୌଭାଗ୍ୟ ପ୍ରଧାନ ପ୍ରମୁଖ ବହୁ କାର୍ଯ୍ୟକର୍ତା ସାମିଲ ହୋଇ ଭାରତମାତା ଓ ସ୍ୱାଧୀନତା ସଂଗ୍ରାମୀଙ୍କ ଜୟଗାନ କରି କଂଟାବଣ ବଜାର ପରିକ୍ରମା କରିଥିଲେ ।


Next Post

ହର୍ ଘର୍ ଏକ ପୌଦ୍ଧା

Tue Aug 15 , 2023
କେନ୍ଦ୍ରାପଡ଼ା ୧୪ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜୀକୃତ ସଂସ୍ଥା ମାଇଁ ଏନ୍‌.ସି.ସି. ଅ।।ଲୁମିନି ଆସୋସିଏସନ ପକ୍ଷରୁ ‘ହର ଘର ଏକ ପୌଦ୍ଧା’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଇଁ ଏନ୍‌.ସି.ସି. ଅ।ଲୁମିନି ଆସୋସିଏସନ ‘ହର ଘର ଏକ ପୌଦ୍ଧା’ ଲଗାଇବା ପାଇଁ ଯେଉଁ ଅଭିନବ ପ୍ରୟାସ ଆରମ୍ଭ କରିଥିଲା ତାହା ଅ।।ଜି କେବଳ କେନ୍ଦ୍ରାପଡା ଜିଲ୍ଲା ନୁହେଁ […]

KANIKA