କେନ୍ଦ୍ରାପଡା ବ୍ଲକ୍ ଘେରିଲା କଂଗ୍ରେସ

କେନ୍ଦ୍ରାପଡ଼ା,୧୮ା୮: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଶୁକ୍ରବାର କେନ୍ଦ୍ରାପଡ଼ା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ବ୍ଲକ୍ ଘେରାଉ କରାଯାଇଥିଲା । ଏହି ଉପଲକ୍ଷେ ଅତିଶୟ ପ୍ରତିକୂଳ ପାଗ ସତ୍ତ୍ୱେ କଂଗ୍ରେସ କର୍ମୀମାନେ ସରକାରୀ ଟାଉନ୍ ହାଇସ୍କୁଲ୍ ଛକଠାରୁ…

ଓଡିଶା କୃଷିସେବା ସଙ୍ଘ ଜିଲ୍ଲା ୟୁନିଟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା,୧୮ା୮ :ଓଡିଶା କୃଷିସେବା ସଙ୍ଘ କେନ୍ଦ୍ରାପଡା ଜିଲ୍ଲା ୟୁନିଟ ପକ୍ଷରୁ ଏକ ୯ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ସଙ୍ଘର ଏହି କୃଷି ଅଧିକାରୀମାନେ ରାଜ୍ୟର ୭୭.୫୪ଲକ୍ଷ…

ସଦ୍‌ଭାବନା ଦିବସ , ଜାତୀୟ ଏକତା ଓ ସଂହତିକୁ ମଜବୁତ୍ ରଖିବାର ଚାବିକାଠି ଆମ ହାତରେ

କେନ୍ଦ୍ରାପଡ଼ା,୧୮ା୮: ଭାରତର ଭୂତପୂର୍ବ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସ୍ମୃତିରେ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସଦ୍‌ଭାବନା ଦିବସ ପାଳିତ ହୋଇଯାଇଛି । ଏଇ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବିଭିନ୍ନ କର୍ମଚାରୀଙ୍କୁ ସଦ୍‌ଭାବନା…

ଟେରାକୋଟା ଓ କାଇଁଚରେ ପ୍ରସ୍ତୁତ ରାକ୍ଷୀ ଷ୍ଟଲ୍ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା : ରାକ୍ଷୀ ବଜାରକୁ ଆଖିରେ ରଖି ଓର୍‌ମାସ୍ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂତନ ବିକ୍ରୟ କେନ୍ଦ୍ର । କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ ନିକଟସ୍ଥ ଏହି ନୂତନ ଷ୍ଟଲ୍‌କୁ ଉଦ୍‌ଘାଟନ କରିଛନ୍ତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ…

ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

କେନ୍ଦ୍ରାପଡ଼ା: ଦୁଇ ଦଫା ଦାବିରେ ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘର ଆହ୍ୱାନରେ ଶୁକ୍ରବାର ଜିଲ୍ଲାର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ବର୍ଷା ସତ୍ତ୍ୱେ ଧାରଣା ଦେଇଥିଲେ । ସେମାନଙ୍କ ଦାବି ହେଉଛି ପଞ୍ଚାୟତ ନିର୍ବାହୀ…

ମଣି ସାହୁ ହତ୍ୟା ଘଟଣାରେ ଜଣେ ଗିରଫ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ଅନ୍ତର୍ଗତ ବନ୍ତପାଟଣା ଗ୍ରାମରେ ଗତ ଜୁଲାଇ ୨୩ ତାରିଖରେ ଗୁଣି ଗାରେଡ଼ି ସନ୍ଦେହରେ ଘଟିଥବା ମଣି ଚରଣ ସାହୁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମଧ୍ୟରୁ ଜଣକୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି…

ଭୂତକୋଠି ପାଲଟିଛି ଖଡ଼ିଅଂଟା ପ୍ରାଣୀ ଚିକିତ୍ସା କେନ୍ଦ୍ର

ପଟ୍ଟାମୁଣ୍ଡାଇ: ଗ୍ରାମାଂଚଳରେ ଗୋରୁ, ଛେଳି, ମେଣ୍ଢା, କୁକୁଡ଼ା, ମଇଁଷି ଆଦି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା ଦିଗରେ ସରକାରଙ୍କ ବିଭିନ୍ନ ପଦକ୍ଷେପ କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଉଥିବା ଅଭିଯୋଗ ହେଉଛି । ଏପରି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି…

୯ଦଫା ଦାବିକୁ ନେଇ କଂଗ୍ରେସ ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ୧୮ା୮- ରାଜ୍ୟର ବ୍ଲକମାନଙ୍କରେ ବ୍ୟାପକ ପିସି କାରବାର ବନ୍ଦ କରିବା ସହ ୯ ଦଫା ଦାବିକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟର ୩୧୪ଟି ବ୍ଲକ ଘେରାଉ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର…

ବଜ୍ରପାତରେ ମୃତ ପରିବାରକୁ ସରକାରୀ ସହାୟତା

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପ୍ରଫୁଲ୍ଲ ସେଠୀ ବିଲରେ ଚାଷ କରୁଥିବାବେଳେ ଗତ ୧୩ତାରିଖରେ ବଜ୍ରପାତରେ ପ୍ରାଣ ହରାଇଥିଲେ I ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ ମୃତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ…

ନୂଆଦିଲ୍ଲୀ ପ୍ୟାରେଡରେ ଭାଗ ନେଇଥିବା ପଟ୍ଟାମୁଣ୍ଡାଇ କଲେଜ ଏନସସି ଛାତ୍ରୀ ସମ୍ବର୍ଦ୍ଧିତ

ଚଳିତବର୍ଷ ଜାନୁଆରୀ ୨୬ ତାରିଖ ସାଧାରଣ ତନ୍ତ୍ର ଦିବସରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଜାତୀୟ ପ୍ୟାରେଡରେ ଓଡିଶା ରାଜ୍ୟର ପ୍ରତିନିଧି ଭାବେ ଭାଗ ନେଇଥିବା ପଟ୍ଟାମୁଣ୍ଡାଇ କଲେଜ ଏନ ସି ସି ଛାତ୍ରୀ (ଏ ୧ ଓଡିଶା ) ଭାଗ୍ୟଶ୍ରୀ ଦାଶ…

ପଟ୍ଟାମୁଣ୍ଡାଇରେ ବେଧଡ଼କ ଚାଲିଛି ନିଶା କାରବାର ଚେଇଁ ଶୋଇଛି ଅବକାରୀ ବିଭାଗ

କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ବେଆଇନ ଦେଶୀ ଓ ବିଦେଶୀ ମଦ ସାଙ୍ଗକୁ ଗଞ୍ଜେଇ, ଅଫିମ, ବ୍ରାଉନସୁଗାର କାରବାର କାୟା ମେଲିଛି ।  କିନ୍ତୁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଚୋରା…

କେନ୍ଦ୍ରାପଡ଼ା ସହରରେ ଅଜଣା ଗାଡିକୁ ନେଇ ଆତଙ୍କ

କେନ୍ଦ୍ରାପଡ଼ା,୧୬ା୮: କେନ୍ଦ୍ରାପଡା ସହରରେ ଏକ ଅଜଣା କାରକୁ ନେଇ କିଛି ସମୟ ଧରି ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିଲା । କିନ୍ତୁ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ କରିବା ପରେ ଲୋକଙ୍କ ମନରୁ ସନ୍ଦେହ ଦୂର ହୋଇଥିଲା…

ଆନନ୍ଦ ଜେନାଙ୍କ ମୂର୍ତ୍ତୀ ସ୍ଥାନାନ୍ତର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ବିଶାଳ ଗଣଧାରଣା

କେନ୍ଦ୍ରାପଡ଼ା, ୧୭ା୮: ଡଃ ବି.ଆର୍‌. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରୁ ଆନନ୍ଦ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତୀ ସ୍ଥାନାନ୍ତର ଦାବିରେ ଆମ୍ବେଦକର ଷ୍ଟାଚ୍ୟୁ କମିଟି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଡଃ. ଆମ୍ବେଦକର ଷ୍ଟାଚ୍ୟୁ…