ବଜ୍ରପାତରେ ମୃତ ପରିବାରକୁ ସରକାରୀ ସହାୟତା


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପ୍ରଫୁଲ୍ଲ ସେଠୀ ବିଲରେ ଚାଷ କରୁଥିବାବେଳେ ଗତ ୧୩ତାରିଖରେ ବଜ୍ରପାତରେ ପ୍ରାଣ ହରାଇଥିଲେ I ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ ମୃତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ I ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ  ତହସିଲଦାର ଦିଲ୍ଲୀପ ସେଠୀ ମୃତ ପରିବାରକୁ ଭେଟି ମୃତ ପ୍ରଫୁଲ୍ଲଙ୍କ ପତ୍ନୀ ରଞ୍ଜନା ସେଠୀଙ୍କୁ  ପ୍ରାଥମିକ ଭାବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ I


Next Post

୯ଦଫା ଦାବିକୁ ନେଇ କଂଗ୍ରେସ ତରଫରୁ ପଟ୍ଟାମୁଣ୍ଡାଇ ବ୍ଲକ ଘେରାଉ

Fri Aug 18 , 2023
କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ୧୮ା୮- ରାଜ୍ୟର ବ୍ଲକମାନଙ୍କରେ ବ୍ୟାପକ ପିସି କାରବାର ବନ୍ଦ କରିବା ସହ ୯ ଦଫା ଦାବିକୁ ନେଇ ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ରାଜ୍ୟର ୩୧୪ଟି ବ୍ଲକ ଘେରାଉ ଡାକରା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପଟ୍ଟାମୁଣ୍ଡାଇ ନଗର କଂଗ୍ରେସ ସଭାପତି ଅମୁଲ୍ୟ ପ୍ରଧାନଙ୍କ ନେତୃତ୍ୱରେ କଂଗ୍ରେସର ବରିଷ୍ଠ ନେତା ଓ ଶତାଧିକ କର୍ମୀ କଂଗ୍ରେସ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବ୍ଲକ […]

KANIKA