ବଜ୍ରପାତରେ ମୃତ ପରିବାରକୁ ସରକାରୀ ସହାୟତା


କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମର ପ୍ରଫୁଲ୍ଲ ସେଠୀ ବିଲରେ ଚାଷ କରୁଥିବାବେଳେ ଗତ ୧୩ତାରିଖରେ ବଜ୍ରପାତରେ ପ୍ରାଣ ହରାଇଥିଲେ I ଖବର ପାଇ ରାଜନଗର ବିଧାୟକ ଧ୍ରୁବ ସାହୁ ମୃତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ I ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶରେ ପଟ୍ଟାମୁଣ୍ଡାଇ  ତହସିଲଦାର ଦିଲ୍ଲୀପ ସେଠୀ ମୃତ ପରିବାରକୁ ଭେଟି ମୃତ ପ୍ରଫୁଲ୍ଲଙ୍କ ପତ୍ନୀ ରଞ୍ଜନା ସେଠୀଙ୍କୁ  ପ୍ରାଥମିକ ଭାବେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ I


Discover more from

Subscribe now to keep reading and get access to the full archive.

Continue reading