ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା


କେନ୍ଦ୍ରାପଡ଼ା: ଦୁଇ ଦଫା ଦାବିରେ ନିଖିଳ ଉତ୍କଳ ପଞ୍ଚାୟତ ଅଧିକାରୀ ସଂଘର ଆହ୍ୱାନରେ ଶୁକ୍ରବାର ଜିଲ୍ଲାର ଶତାଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରବଳ ବର୍ଷା ସତ୍ତ୍ୱେ ଧାରଣା ଦେଇଥିଲେ । ସେମାନଙ୍କ ଦାବି ହେଉଛି ପଞ୍ଚାୟତ ନିର୍ବାହୀ ଅଧିକାରୀମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇରୁ ଯୁକ୍ତତିନି(ସ୍ନାତକ) କରାଯିବା ସହ ସେମାନଙ୍କ ଦରମା ୨୧,୭୦୦ (ଲେଭେଲ୍ -୫)ରୁ ୩୫,୪୦୦ (ଲେଭେଲ-୯)କୁ ବୃଦ୍ଧି କରାଯିବା, ୧୦ବର୍ଷ ଚାକିରୀ ପୂରଣ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଦବୀ ସୃଷ୍ଟି କରାଯାଇ ସେମାନଙ୍କୁ ଅବସ୍ଥାପିତ କରାଯିବା ଏବଂ ସେମାନଙ୍କ ପାଇଁ ପଦୋନ୍ନତିର ବ୍ୟବସ୍ଥା କରାଯିବା ପ୍ରଭୃତି ଦାବି ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ତାରିଖଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଓଡିଶାର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ ସ୍ୱରୂପ କାର୍ଯ୍ୟ କରୁଥିଲେ । ସରକାର ସେମାନଙ୍କ ଦାବି ପୂରଣ ନ କରିବାରୁ ସେମାନେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଅ।।ନ୍ଦୋଳନ କରିବାକୁ ବାଧ୍ୟ ହୋଇଥିବା ଜିଲ୍ଲା ସଂଘର ସଭାପତି ଆଦିତ୍ୟ ନାରାୟଣ ରାଉତ, ସାଧାରଣ ସମ୍ପାଦକ ବିଭୁରଞ୍ଜନ ସାହୁ, ଉପସଭାପତି ଅଶୋକ କୁମାର ଜେନା, ସହସମ୍ପାଦକ ଅନନ୍ତ ଚରଣ ବିଶ୍ୱାଳ, କୋଷାଧ୍ୟକ୍ଷ ବାଉରୀବନ୍ଧୁ ପ୍ରଧାନ ପ୍ରମୁଖ ସୂଚନା ଦେଇଛନ୍ତି ।


Next Post

ଟେରାକୋଟା ଓ କାଇଁଚରେ ପ୍ରସ୍ତୁତ ରାକ୍ଷୀ ଷ୍ଟଲ୍ ଉଦ୍‌ଘାଟିତ

Fri Aug 18 , 2023
କେନ୍ଦ୍ରାପଡ଼ା : ରାକ୍ଷୀ ବଜାରକୁ ଆଖିରେ ରଖି ଓର୍‌ମାସ୍ ପକ୍ଷରୁ ଆରମ୍ଭ କରାଯାଇଛି ଏକ ନୂତନ ବିକ୍ରୟ କେନ୍ଦ୍ର । କେନ୍ଦ୍ରାପଡ଼ା ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ୍ ନିକଟସ୍ଥ ଏହି ନୂତନ ଷ୍ଟଲ୍‌କୁ ଉଦ୍‌ଘାଟନ କରିଛନ୍ତି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା । ଏହି ଅବସରରେ ଶ୍ରୀ ପଣ୍ଡା କହିଥିଲେ ଏହି ଷ୍ଟଲ୍ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀକୁ ରୋଜଗାର ଯୋଗାଇବା ସହ ଲୁପ୍ତପ୍ରାୟ ହସ୍ତକଳାକୁ […]

KANIKA