ବର୍ଷିୟାନ ସିପିଆଇ(ଏମ) ନେତା ବାବାଜୀ ପରିଡାଙ୍କ ପରଲୋକ: ବିଭିନ୍ନ ମହଲରୁ ଶୋକ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଂଚଳର ବିଶିଷ୍ଟ  ସିପିଆଇ(ଏମ)ନେତା ବାବାଜୀ ପରିଡାଙ୍କର ରବିବାର ଭୋର ୬ ଟାରେ ପରଲୋକ ଘଟିଛି । ସେ ଦିର୍ଘଦିନ ଧରି ଲିଭର ସୋରିଆସିସ୍ ରୋଗରେ ପିଡୀତ ହୋଇ କଟକ ଏସସିବି ବଡ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ କେନ୍ଦ୍ରାପଡା ଜିଲ୍ଲା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ସିପିଆଇ ଏମ୍ ଦଳକୁ ସମ୍ପ୍ରସାରଣ କରିବାରେ ଅନ୍ୟତମ ଭୂମିକା ଗ୍ରହଣ କରୁଥିଲେ । । ପଟ୍ଟାମୁଣ୍ଡାଇର ବିକାଶ ପାଇଁ ତାଙ୍କର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିଲା । ଭୂମିହୀନ ମାନଙ୍କ ଆନ୍ଦୋଳନ, କୃଷକ ଆନ୍ଦୋଳନ, ଉଠାଦୋକାନୀ ଆନ୍ଦୋଳନ, ମେଡ଼ିକାଲ ଡାକ୍ତର ନିଯୁକ୍ତି ନେଇ ସେ ଆନ୍ଦୋଳନ ଜାରି ରଖିଥିଲେ । ସେ ଅବିଭକ୍ତ କଟକ ଜିଲ୍ଲା ପାଟି ସମ୍ପାଦକ ମଣ୍ଡଳୀ ସଦସ୍ୟ ଥିଲେ । ତାଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି । ସେ ବିଭିନ୍ନ ଶ୍ରମିକ ସମସ୍ୟା, ପରିବେଶ ସୁରକ୍ଷା, ଗରିବ ଓ ଖଟିଖିଆ ଲୋକଙ୍କ ନ୍ୟାୟ ପାଇଁ ସାରା ଜୀବନ ଲଢି ଆସିଛନ୍ତି ।ତାଙ୍କର ମୃତ୍ୟୁରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।ତାଙ୍କ ଆବର୍ତମାନରେ ଦଳର ଅପୂରଣୀୟ କ୍ଷତି ହୋଇଥିବା କୁହା ଯାଇଛି ।


ତାଙ୍କ ମର ଶରୀର କଟକରୁ ଆସିଲା ବେଳେ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ସିପିଆଇ(ଏମ) ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଦୁଷ୍ମନ୍ତ ଦାସ, ଜିଲ୍ଲା ସମ୍ପାଦକ ଗୟାଧର ଧଳ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ସିପିଆଇ ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ବରିଷ୍ଠ ସିପିଆଇ(ଏମ) ନେତା ଉମେଶ ଚନ୍ଦ୍ର ସିଂହ, ଜଗତଜୀବନ ଦାଶ, ମାଧବ ଦାସ, କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟ ସମ୍ପାଦକ ଅଜୟ ସାମଲ, ସାମ୍ବାଦିକ ଆଶିଷ ସେନାପତି, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ ଦାସ, ସିପିଆଇ(ଏମଏଲ) ନେତା ବଂଶୀଧର ପରିଡା, ରନ୍ଥଓୟ ମଲ୍ଲିକ, ବାବୁଲୀ ଲେଙ୍କା, ବିଜୟ ଦାସ, ସୋମନାଥ ବିଶ୍ୱାଳ, ରଞ୍ଜନ ନାୟକ, ଧନୁଜୟ ପରିଡା, ଭୀମସେନ ବେହେରା, ଗୁଣମଣୀ ବେହେରା, ବସୁରାମ ସେଠୀ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକ ପ୍ରକାଶ କରିଥିଲେ ।ଜିଲ୍ଲା ସମ୍ପାଦକ ଗୟାଧର ଧଳ ପାର୍ଟିର ପତାକାକୁ ତାଙ୍କ ମର ଶରୀରରେ ପ୍ରଦାନ କରିଥିଲେ । ପରେ ପଟ୍ଟାମୁଣ୍ଡାଇ ବଜାର ପରିକ୍ରମା କରି ତାଙ୍କ ଗ୍ରାମ ନିପଙ୍ଗରେ ମର ଶରୀର ପହଞ୍ଚିଥିଲା ।


ତାଙ୍କ ଦେହାନ୍ତ  ଖବର ପାଇ ପୁର୍ବତନ ବିଧାୟକ ରାଧାକାନ୍ତ ସେଠୀ, ପଟ୍ଟାମୁଣ୍ଡାଇ ନଗର ବିଜେଡି  ଯୁବ ସଭାପତି ମୁଟୁ ମନୋଜ ନାୟକ, ପୁର୍ବତନ କେନ୍ଦ୍ରାପଡା ବ୍ଲକ ଚେୟାରମ୍ୟାନ ଦୁର୍ଗାଶିଷ ମହାନ୍ତି, ଆଷିଶ ସେନାପତି, ଜିଲ୍ଲାପରିଷଦ ସଭ୍ୟ ସୁବାଷ ଦାଶ,  ପ୍ରଫେସର ଦେବବ୍ରତ ପ୍ରଧାନ,ପ୍ରଭାତ ପ୍ରଧାନ, ରାମକୁଷ୍ଣ ଦାଶ, ବାବୁଲି ଲେଙ୍କା ପ୍ରମୁଖ ତାଙ୍କ ଗ୍ରାମ ନିପଙ୍ଗରେ ପହଂଚି ସ୍ୱର୍ଗତ ବାବାଜୀ ପରିଡାଙ୍କୁ ଶେଷଦର୍ଶନ କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading