ସର୍ପାଘାତରେ ମହିଳାଙ୍କ ମୃତ୍ୟୁ,ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ଆଂଟିଭେନମ୍ ଅଛି ଡାକ୍ତର ନାହାଁନ୍ତି


ସାପ କାମୁଡାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଧୋୟାଂଚଳର ଅଣ୍ଢରା ଗ୍ରାମରେ । ମୃତକଙ୍କ ହେଲେ କୀର୍ତନ ମଲ୍ଲିକଙ୍କ ପତ୍ନୀ ଜାନକୀ ମଲ୍ଲିକ । ଗତ ରବିବାର ସନ୍ଧ୍ୟାରେ ପାଖ ପଡୋଶୀ ଘରୁ ଫେରିବା ସମୟରେ ପିଣ୍ଡା ମୂଳରେ ଛକିଥିବା ବିଷଧର ସାପଟି କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଥିଲେ । ମାତ୍ର ସେଠାରେ ଡାକ୍ତର ଅନୁପସ୍ଥିତି ଥିବାରୁ ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରିୟ ଚିକିତ୍ସାକେନ୍ଦ୍ର ଭର୍ତି କରିଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି, କେନ୍ଦ୍ରାପଡ଼ା ମୁଖ୍ୟଚିକିତ୍ସାଳୟକୁ ରେଫର କରିଦେଇଥିଲେ । ମାତ୍ର କେନ୍ଦ୍ରାପଡ଼ା ଯିବା ବାଟରେ ଜାନକୀ ମୃତ୍ୟୁ ବରଣ କରିଥିଲେ । ସୋମବାର ତାଙ୍କର ଶବ ବେବଚ୍ଛେଦ ପରେ ଗ୍ରାମ ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି ।ସେ ଅତ୍ୟନ୍ତ ଗରିବ ପରିବାର ଏବଂ ଛୋଟ ଛୋଟ ପିଲା ଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ବୁଦ୍ଧିଜୀବୀ ଚିତରଞନ ମଲ୍ଲିକ କୁହନ୍ତି ସର୍ପାଘାତ ମୃତ୍ୟୁ ରୋକିବାକୁ ଜନସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନ ଜାରି କରି ପାଳନ କରିବାକୁ ସବୁ ସିଡିଏମ୍‌ଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଂଟିଭେନମ୍ ମହଜୁଦ ରଖିବାକୁ ନିର୍ଦ୍ଦେଶରେ କୁହାଯାଇଛି । ସବୁ ମେଡିକାଲ(ଡିଏଚ୍‌ଏଚ୍‌,ଏସ୍‌ଡିଏଚ୍‌, ସିଏସ୍‌ସି, ପିଏଚ୍‌ସି)ରେ ଔଷଧ ଓ ଟେଷ୍ଟିଂ ମାଗଣା ଯୋଗାଇଦେବା ସହିତ ମେଡିକାଲକୁ ଆସୁଥିବା ସର୍ପାଘାତ ରୋଗୀଙ୍କ ତଥ୍ୟ ପ୍ରତିଦିନ ବିଭାଗକୁ ଜଣାଇବା ସହ ସଚେତନ କରାଇବା ନିଦ୍ଧେଶ ରହିଛି । ଅଣ୍ଢରା ସ୍ୱାସ୍ଥ୍ୟକେନ୍ଦ୍ରରେ ସାପକାମୁଡା ଆଂଟିଭେନମ୍ ମହଜୁଦ ଥିଲେ ମଧ୍ୟ ଅପରାହ୍ନ ପରେ ଏଠାରେ ଡାକ୍ତର ରହୁ ନଥିବାରୁ, ଜଟିଳ ରୋଗୀମାନଙ୍କୁ ୧୫ କିମି ଦୁର ପଟ୍ଟାମୁଣ୍ଡାଇକୁ ଯିବାକୁ ପଡୁଛି । ସେଥିପାଇଁ ଏକ ଘଂଟା ବିଳମ୍ବରେ ଚିକିତ୍ସା ଆରମ୍ଭ ହେଉଛି ଯଦ୍ୱାରା ଲୋକମାନେ ମୃତ୍ୟୁ ମୁଖରେ ପଡୁଛନ୍ତି ବୋଲି ସେ କହିଛନ୍ତି ।

ସାମାଜିକକର୍ମୀ ଉଲ୍ଲାସ ମଲ୍ଲିକ କୁହନ୍ତି ବର୍ଷ ବର୍ଷ ଧରି ଧୋୟାଂଚଳବାସୀ, ବିଶେଶକରି ସଚେତନ ନାଗରିକ ମାନେ ସର୍ବପୁରାତନ ଅଣ୍ଢରା ମେଡିକାଲକୁ ୨୪ଘଂଟିଆ ଅର୍ଥାତ ଉଭୟ ଦିନରାତି ଡାକ୍ତରୀ ସେବା ଯୋଗାଇ ଦେବାକୁ ଦାବି କରି ଆସୁଛନ୍ତି । ଏନେଇ ନିକଟରେ ଜଣେ ଡାକ୍ତରଙ୍କୁ ଅଣ୍ଢରା ମେଡିକାଲରେ ନିଯୁକ୍ତି ପାଇଛନ୍ତି । ତେବେ ଏଠାରେ ଡାକ୍ତରଙ୍କ ରହିବା ଘର ଥିଲେ ମଧ୍ୟ ମଧ୍ୟାହ୍ନ ପରେ ଡାକ୍ତର ରହୁ ନାହାନ୍ତି । ଏଠାକୁ ଆସୁଥିବା ବିଭିନ୍ନ ରୋଗିଙ୍କ ପାଇଁ ଥିବା େଓøଷଦ ଏଠାରେ ଉପଲବଧ ଥିଲେ ବି କୌଣସି କାମରେ ଲାଗୁନି । ଫଳରେ ସାଧାରଣଙ୍କ ଜୀବନ ଅକାଳରେ ଝଡି ଯାଉଛି ବୋଲି ସେ କହିଛନ୍ତି । ଏବାବଦରେ ପଟ୍ଟାମୁଣ୍ଡାଇ ଚିକିତ୍ସାଧିକାରୀ ଡା. ନିରାକାର ପରିଡାଙ୍କୁ ପଚାରିବାରେ ଅଣ୍ଢରା ସ୍ୱାସ୍ଥ୍ୟ କେନ୍ଦ୍ର ୨୪ ଘଂଟିଆ ଖୋଲିବା ପାଇଁ ନିଦ୍ଦେଶ ଆସିନାହିଁ ।


Next Post

ଶ୍ରୀରାମ ମନ୍ଦିରରେ ଭିନ୍ନକ୍ଷମ ଦ୍ୱୟଙ୍କ ଆଦର୍ଶ ବିବାହ

Mon Aug 21 , 2023
  କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ବିବାହ କରାଇଲା ଜଣେ ଦୃଷ୍ଟି ବାଧିତଙ୍କୁ ଜଣେ ଦୃଷ୍ଟିଶକ୍ତି ଥିବା ଝିଅ ସହ କେନ୍ଦ୍ରାପଡା ୨୧/୮- ସାଧାରଣତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ କେହି ସହଜରେ ବିବାହ କରିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ଏଥିରେ ପରିବର୍ତନ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସାଧାରଣ ବ୍ୟକ୍ତି ବିବାହକଲେ ପ୍ରୋତ୍ସାହନ ଅର୍ଥ ରାଶି ପ୍ରଦାନ କରିବା ଯୋଜନା ଏହା ୨୦୧୪ ମସିହାରୁ […]

You May Like