ପୂଜ୍ୟପୂଜାର ସ୍ମୃତି ସଂରକ୍ଷଣ ପାଇଁ ଉଦ୍ୟମ


କେନ୍ଦ୍ରାପଡ଼ା,୨୨ା୮ : ଜିଲ୍ଲା ପ୍ରତିଭା ପୂଜା ସଂସଦ, କେନ୍ଦ୍ରାପଡା ପକ୍ଷରୁ ପୂଜ୍ୟପୂଜାର ସ୍ମୃତିକୁ ସଂରକ୍ଷଣ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ପୁରାତନ ସ୍ମୃତି ଫଳକର ରକ୍ଷଣାବେକ୍ଷଣ କରାଯିବାର ଆବଶ୍ୟକତାକୁ ଉପଲବ୍ଧି କରିବା ପରେ ସଂସଦ ପକ୍ଷରୁ ପ୍ରଥମ ଦଫାରେ ପତ୍ରପୁର ପୋଲର ଉଭୟ ପାଶ୍ୱର୍ରେ ଲାଗିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ଶରତ କୁମାର ଦେବଙ୍କ ଦ୍ୱାରା ଉନ୍ମୋଚିତ ସ୍ମୃତି ଫଳକକୁ ପୁର୍ନରୁଦ୍ଧାର କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି, ପ୍ରଫୁଲ୍ଲ ଦାସ ଓ ରମାକାନ୍ତ ଦାଶ ପ୍ରମୁଖ ନିର୍ବାହ କରିଛନ୍ତି । ଭିନ୍ନ ଭିନ୍ନ ବିଭାଗର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବହେଳିତ ଭାବରେ ଥିବା ଏଭଳି ପୁରାତନ ସ୍ମୃତି ଫଳକ ଗୁଡିକର ଯଥାଶୀଘ୍ର ପୁର୍ନରୁଦ୍ଧାର କରାଯିବାକୁ ସଂସଦ ପକ୍ଷରୁ ଦାବି କରାଯିବା ସହିତ ସଂପୃକ୍ତ ବିଭାଗୀୟ କତ୍ତୃପକ୍ଷଙ୍କୁ ଅବଗତ କରିଦିଆ ଯାଇଥିବା ସୂଚନା ମିଳିଛି । ଏଭଳି ସ୍ମୃତି ଫଳକ ଗୁଡିକର ସଂରକ୍ଷଣ କରାଗଲେ ଆଗାମୀ ପିଢୀ ପୂଜ୍ୟପୂଜାକୁ ଉଚିତ ସମ୍ମାନ ପ୍ରଦର୍ଶନ କରିବା ସହ ପୂର୍ବଜମାନଙ୍କ ସାମ୍ପର୍କରେ ଅବଗତ ହୋଇପାରିବେ ବୋଲି ସଂସଦ ପକ୍ଷରୁ କୁହାଯାଇଛି ।


Discover more from

Subscribe now to keep reading and get access to the full archive.

Continue reading