ପୂଜ୍ୟପୂଜାର ସ୍ମୃତି ସଂରକ୍ଷଣ ପାଇଁ ଉଦ୍ୟମ


କେନ୍ଦ୍ରାପଡ଼ା,୨୨ା୮ : ଜିଲ୍ଲା ପ୍ରତିଭା ପୂଜା ସଂସଦ, କେନ୍ଦ୍ରାପଡା ପକ୍ଷରୁ ପୂଜ୍ୟପୂଜାର ସ୍ମୃତିକୁ ସଂରକ୍ଷଣ କରାଯିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ପୁରାତନ ସ୍ମୃତି ଫଳକର ରକ୍ଷଣାବେକ୍ଷଣ କରାଯିବାର ଆବଶ୍ୟକତାକୁ ଉପଲବ୍ଧି କରିବା ପରେ ସଂସଦ ପକ୍ଷରୁ ପ୍ରଥମ ଦଫାରେ ପତ୍ରପୁର ପୋଲର ଉଭୟ ପାଶ୍ୱର୍ରେ ଲାଗିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ଶରତ କୁମାର ଦେବଙ୍କ ଦ୍ୱାରା ଉନ୍ମୋଚିତ ସ୍ମୃତି ଫଳକକୁ ପୁର୍ନରୁଦ୍ଧାର କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି, ପ୍ରଫୁଲ୍ଲ ଦାସ ଓ ରମାକାନ୍ତ ଦାଶ ପ୍ରମୁଖ ନିର୍ବାହ କରିଛନ୍ତି । ଭିନ୍ନ ଭିନ୍ନ ବିଭାଗର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବହେଳିତ ଭାବରେ ଥିବା ଏଭଳି ପୁରାତନ ସ୍ମୃତି ଫଳକ ଗୁଡିକର ଯଥାଶୀଘ୍ର ପୁର୍ନରୁଦ୍ଧାର କରାଯିବାକୁ ସଂସଦ ପକ୍ଷରୁ ଦାବି କରାଯିବା ସହିତ ସଂପୃକ୍ତ ବିଭାଗୀୟ କତ୍ତୃପକ୍ଷଙ୍କୁ ଅବଗତ କରିଦିଆ ଯାଇଥିବା ସୂଚନା ମିଳିଛି । ଏଭଳି ସ୍ମୃତି ଫଳକ ଗୁଡିକର ସଂରକ୍ଷଣ କରାଗଲେ ଆଗାମୀ ପିଢୀ ପୂଜ୍ୟପୂଜାକୁ ଉଚିତ ସମ୍ମାନ ପ୍ରଦର୍ଶନ କରିବା ସହ ପୂର୍ବଜମାନଙ୍କ ସାମ୍ପର୍କରେ ଅବଗତ ହୋଇପାରିବେ ବୋଲି ସଂସଦ ପକ୍ଷରୁ କୁହାଯାଇଛି ।


Next Post

ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ

Wed Aug 23 , 2023
କେନ୍ଦ୍ରାପଡ଼ା,୨୨ା୮ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ରୋଗୀ ଓ ଅନ୍ୟ ଜଣେ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଚଢେଇଗୁଆଁ ପାଟଣା ଗ୍ରାମର କର୍କଟ ରୋଗରେ ଆକ୍ରାନ୍ତ ନିର୍ମଳ କୁମାର ସ୍ୱାଇଁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଡେରାବିଶ ବ୍ଲକର ପବିତ୍ରପଡା […]

KANIKA