ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ


କେନ୍ଦ୍ରାପଡ଼ା,୨୨ା୮ : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ କର୍କଟ ରୋଗୀ ଓ ଅନ୍ୟ ଜଣେ ଛାତ୍ରୀଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ଚଢେଇଗୁଆଁ ପାଟଣା ଗ୍ରାମର କର୍କଟ ରୋଗରେ ଆକ୍ରାନ୍ତ ନିର୍ମଳ କୁମାର ସ୍ୱାଇଁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ବେଳେ ଡେରାବିଶ ବ୍ଲକର ପବିତ୍ରପଡା ଗ୍ରାମର ଛାତ୍ରୀ ସାଲୋନୀ ମହାନ୍ତିଙ୍କୁ ମେଧାବୃତ୍ତି ପ୍ରଦାନ କରାଯାଇଛି । ଏହି ଉଭୟ କାର୍ଯ୍ୟକୁ ଟ୍ରଷ୍ଟର ସଂଯୋଜକ ପ୍ରଦିପ କୁମାର ମହାନ୍ତି ନିର୍ବାହ କରିଥିବା ବେଳେ ତାଙ୍କ ସହ ମହାକାଳପଡାର ପୂର୍ବତନ ପ୍ରଧାନ ଶିକ୍ଷକ ରତ୍ନାକର ରାଉତରାୟ ଓ ସମାଜସେବୀ ପ୍ରଫୁଲ୍ଲ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହିତ କର୍କଟରେ ଆକ୍ରାନ୍ତ ନିର୍ମଳଙ୍କୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିମାନେ ସହଯୋଗର ହାତ ବଢାଇବା ପାଇଁ ନିବେଦନ କରାଯାଇଛି ।


Next Post

ଶିଳାନ୍ୟାସକୁ ୪ ବର୍ଷ ବିତିଲା, ଫଳକରେ ଅଟକିଛି ପକଳ୍ପ

Wed Aug 23 , 2023
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଆସନ୍ତା ୩୧ ତାରିଖରେ ସ୍ୱାୟତ ଶାସନ ଦିବସ ପାଳିବ । ଏହି ଦିବସକୁ ଦୃଷ୍ଟିରେ ରଖି ବିଧାୟକ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌରାଅଂଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ହେଲେ ୪ବର୍ଷ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପରୁ ୨ରୁ ୩ଟି କାର୍ଯ୍ୟ ସମ୍ପୁଣ୍ଣ୍‌ର୍ ହୋଇଥିବା ବେଳେ କେତେକ ଅଧାପଡିଛି […]

You May Like