ବିଜେପିର ସମ୍ବିଧାନ ବିରୋଧି କୃଷକ, ଶ୍ରମିକ ହତ୍ୟାକାରୀ ନୀତି ପାଇଁ ସି.ପି.ଆଇ.ର ଲଢେଇ ଡାକରା


କେନ୍ଦ୍ରାପଡ଼ା, ୨୫ା୮: ବିଜେପିର ସମ୍ବିଧାନ ବିରୋଧି କୃଷକ, ଶ୍ରମିକ ମାରଣ ନୀତି ପାଇଁ ସି.ପି.ଆଇ. ଲଢେଇ ଡାକରା ଦେଇଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସି.ପି.ଆଇ.)ର କେନ୍ଦ୍ରାପଡା ଜିଲ୍ଲା ପରିଷଦ ବୈଠକ ବିକାଶ ସାମୁଖ୍ୟ କାର୍ଯ୍ୟାଳୟ ପରିସରରେ ସଭାପତି ସାଥି ବାବାଜୀ ଧଳଙ୍କ ସଭାପତିତ୍ୱରେ ଆରମ୍ଭ ହୋଇ ପ୍ରାରମ୍ଭରେ ବରିଷ୍ଠ କମ୍ୟୁନିଷ୍ଟ ନେତା ବାବାଜି ପରିଡା, ବରିଷ୍ଠ ଜନବାଦୀ ସାହିତ୍ୟିକ କୁମାର ହାସନ, ସ୍ୱାଧୀନତା ସଂଗ୍ରାମୀ ମକର ଦାସଙ୍କ ଉଦେଶ୍ୟରେ ଏକ ମିନିଟ ନିରବ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ବିଗତ ଦିନର କାମଦାମର ବିବରଣୀ ଓ ଆଗାମୀ ସେପ୍ଟେମ୍ବର ପହିଲା କୃଷକମାନଙ୍କର ଦାବି ଦିବସରେ ଜିଲ୍ଲା ବ୍ୟାପି ଆନ୍ଦୋଳନ, ଦରଦାମ ବୃଦ୍ଧି, ଚାଷୀକୁ ଫସଲର ଉଚିତ ମୂଲ୍ୟ ମିଳିବା ଓ ଚାଷୀଙ୍କୁ ମାସିକ ସର୍ବନିମ୍ନ ୩ହଜାର ଟଙ୍କା ପେନସେନ, କେନ୍ଦ୍ରାପଡାରେ ତ୍ୱରିତ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା, କେନ୍ଦ୍ରାପଡାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡାକୁ ଯାତ୍ରୀବାହୀ ରେଳ ଚାଲୁ କରିବା ସହିତ ସମ୍ବିଧାନ ଓ ଗଣତନ୍ତ୍ର ଉପରେ ବିଜେପି ନେତୃତ୍ୱାଧୀନ ସରକାରର ଯୋଜନାକୁ ପଣ୍ଡ କରିବା ପାଇଁ ଜିଲ୍ଲା ସମ୍ପାଦକ ସାଥି ରମଣୀରଞ୍ଜନ ରାଉତରାୟ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାଥି ଆଦିକନ୍ଦ ରାଉଳ, ସାଥି ନିରଞ୍ଜନ ଦାଶ, ସାଥି ଅଧ୍ୟାପକ ଅଜୟ ସାମଲ, ସାଥି ପଦ୍ମନାଭ ଦାସ, ସାଥି ଅଭୟ ଦାସ, ସାଥି ପ୍ରଦୀପ୍ତ ବେହେରା, ସାଥି ଅଜୟ ସାମଲ(ରାଜକନିକା), ସାଥି ସଂଯୁକ୍ତା ରାଉତ, ସାଥି ଅମୀୟ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ଆଗାମୀ ସେପ୍ଟେମ୍ବରମାସ ପହିଲାରେ ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।


Next Post

ବଡ଼ଭାଇ ମାଡ଼ଖାଉଥିବା ଦେଖି ବିରୋଧ କରିବା କାଳ ହେଲା,ସାନଭାଇକୁ ଲୁହାରଡ୍‌ରେ ପିଟି ମାରିଦେଲେ ଦୁର୍ବୁତ୍ତ

Sat Aug 26 , 2023
କେନ୍ଦ୍ରାପଡ଼ା,୨୬ା୮: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।  ବଡ଼ଭାଇକୁ କେତେଜଣ ଦୁର୍ବୁତ୍ତ ମାରୁଥିବା ଦେଖି ସାନଭାଇ ପ୍ରତିରୋଧକରିଥିଲେ । ଯାହାର ପରିଣାମସ୍ୱରୂପ ଦୁର୍ବୁତ୍ତମାନେ ତାଙ୍କୁ ଲୁହାରଡ୍‌ରେ ପିଟିପିଟି ମାରିଦେଇଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ତନାଘନା ଆରମ୍ଭ କରିଛି । ସୂଚନା ଯୋଗ୍ୟ ଯେ କଂସାର ଗ୍ରାମରେ ମୃତ ଉତ୍ତମ ସେଠୀଙ୍କ ବଡ଼ଭାଇ ରମେଶ ସେଠୀଙ୍କ ସହ ତାଙ୍କର […]

KANIKA