ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ “ହର ଘର ଏକ ପୌଧା” ୪୫ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ


କେନ୍ଦ୍ରାପଡ଼ା, ୨୬ା୮: କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପଞ୍ଜିକୃତ ସଂସ୍ଥା ମାଇଁ ଏନ୍‌.ସି.ସି ଆଲୁମିନି ଆସୋସିଏସନ୍ ପକ୍ଷରୁ ଅଗଷ୍ଟ ୧ ତାରିଖରୁ ୧୫ତାରିଖ ପର୍ଯ୍ୟନ୍ତ ଚାଲିଥିବା “ହର ଘର ଏକ ପୌଧା” ଅନ୍ତର୍ଗତ ଏକ ବିଶାଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ୪୫ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ ସାରା ଭାରତ ବର୍ଷରେ କୋଣ ଅନୁକୋଣରେ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ ଯଥା ସ୍ମାଇଲପ୍ଲିଜ ଫାଉଣ୍ଡେସନ, ନିସ୍ୱାର୍ଥ ସେବା ସଙ୍ଗଠନ, ଶ୍ରୀକୃଷ୍ଣ ଫାଉଣ୍ଡେସନ, ଉତ୍ସର୍ଗ ପରିବାର, ତୁଳସୀକ୍ଷେତ୍ର ହେଲପ ଫାଉଣ୍ଡେସନ, ଆଦର୍ଶ ଯୁବ ପରିଷଦ, ମା ରାମଚଣ୍ଡୀ ସେବା ସମିତି, ଅଭିନବ ପ୍ରୟାସ ପରିବାର ଛୋଟ ଏକ ପ୍ରୟାସ, ଶ୍ରୀ ଶ୍ରୀ ସଚିଦାନନ୍ଦ ସ୍ୱେଚ୍ଛାସେବୀ ସଙ୍ଗଠନ, ଶ୍ରୀହରି ଫାଉଣ୍ଡେସନ, କଲ୍ୟାଣୀ ଚାରି ଟେବୁଲ ଟ୍ରଷ୍ଟ, ବରଗଡ ପରିବେଶ ବିକାଶ ମଞ୍ଚ, ଅମୃତ ତରାଇ, ବିନୋଦ କୁମାର ନାୟକ ପ୍ରମୁଖ ସହଯୋଗର ହାତ ବଢାଇଥିଲେ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରକୁ ସରସ ଓ ସୁନ୍ଦର କରିବା ଉଦେଶ୍ୟରେ ଏକ ଚାରା ରୋପଣ ଲାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଗୋପାଳ ଚନ୍ଦ୍ର ବେହେରାଙ୍କ ସମେତ ଅଧ୍ୟାପକ ଜ୍ଞାନ ରଞ୍ଜନ ଦାସ, ଅଧ୍ୟାପକ ରଞ୍ଜିତ କୁମାର ଦାସ, ଅଧ୍ୟାପକ ଅଶାକ କୁମାର ଦାସ, ଅଧ୍ୟାପକ ଗୌର ପ୍ରସାଦ ଷଡ଼ଙ୍ଗୀ, ଅଧ୍ୟାପିକା ସୁଜାତା ଷଡଙ୍ଗୀ, ଅଧ୍ୟାପିକା ନିରୁପମା ସାହୁଙ୍କ ସହ ଏନ.ସି.ସି. ବାଳକ ବିଭାଗର ମେଜର ମନୋରଞ୍ଜନ ମହାନ୍ତି ଏବଂ ଏନ.ସି.ସି. ବାଳିକା ବିଭାଗର କ୍ୟାପେଟନ ସୀମା ମହାନ୍ତି ଉପସ୍ଥିତ ରହି ଚାରା ରୋପଣ କରିଥିଲେ । ଏହିଚାରା ରୋପଣ କାର୍ଯ୍ୟକ୍ରମରେ ଆଲୁମିନି ଆସୋସିଏସନ୍ ସଦସ୍ୟ ରଶ୍ମୀରଞ୍ଜନ ମହାରଣା, ଅନୁପ କୁମାର ରାଉତ, ଉମେଶ ଚନ୍ଦ୍ର ସାହୁ, ଦେବୀ ପ୍ରସାଦ ସାହୁ, ସୁଜିତ ସେଠୀ ପ୍ରମୁଖଙ୍କ ସମେତ ବର୍ତ୍ତମାନ ଏନ.ସି.ସି ବାଳିକା ଏବଂ ବାଳକ ବିଭାଗର କ୍ୟାଡେଟ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ପାଳନ କରାଯିବା ସହତି ଚଳିତ ବର୍ଷ ସହଯୋଗ କରିଥିବା ସମସ୍ତ ସାମାଜିକ ସଙ୍ଗଠନ, ସହଯୋଗୀ ଏବଂ ଜନସାଧାରଣଙ୍କୁ ମାଇଁ ଏନ.ସି.ସି ଆଲୁମିନି ଆସୋସିଏସନ୍‌ର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ କୃତଜ୍ଞତା ଜ୍ଞାପନ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading