ସାହିତ୍ୟ ସଂସଦର ମାସିକ ସାହିତ୍ୟ ଆସର ଓ କବିତା ସଙ୍କଳନ ଉନ୍ମୋଚିତ


କେନ୍ଦ୍ରାପଡ଼ା ୨୭/୮: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ସଂସଦର ସଭାପତି ଡଃ ବାସୁଦେବ ଦାସଙ୍କ ପୌରୋହିତ୍ୟରେ ଆଜି ଅପରାହ୍ନରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି କୁମାର ହସନ୍‌, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସ୍ୱାଧୀନତା ସଂଗ୍ରାମୀ ମକର ଦାସ, ସମାଜସେବୀ ବାବାଜୀ ପରିଡା, ମଣିପୁର ଦଙ୍ଗାରେ ମୃତାହତ ହୋଇଥିବା ବ୍ୟକ୍ତିବିଶେଷ ଓ ଦୁର୍ଘଟଣାରେ ଦେହାନ୍ତ ହୋଇଥିବା ସୈନିକମାନଙ୍କ ଉଦେଶ୍ୟରେ ଦୁଇମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ଆସରରେ ମୁଖ୍ୟ ଅତିଥି ଭାବରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ବରେଣ୍ୟ ଅତିଥି ଭାବରେ ପ୍ରକ୍ତନ ବିଧାୟିକା କବି ଡଃ ସିପ୍ରା ମଲ୍ଲିକ, ମୁଖ୍ୟବକ୍ତା ଭାବରେ ପରିବେଶବିତ୍ କବି ହେମନ୍ତ କୁମାର ରାଉତ, ସମ୍ମାନୀୟ ଅତିଥି ଭାବେ ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧିତ ବିଶିଷ୍ଟ କଥାକାର କାଳିନ୍ଦୀ ଚରଣ ଜେନା, ପଲକ ପତ୍ରୀକାର ସମ୍ପାଦକ ଶଶିକାନ୍ତ ଦାସ, ବିଶିଷ୍ଟ ଗାଳ୍ପିକ ଅବନ୍ତୀ ବେହେରା, ଅଧ୍ୟାପକ ଅଜୟ କୁମାର ସାମଲ, ସମାଜସେବୀ ରମଣୀରଞ୍ଜନ ରାଉତରାଏ, ସାହିତ୍ୟ ସଂସଦର ଉପସଭାପତି ପ୍ରଦୀପ କୁମାର ଦାଶ ଓ ପ୍ରେମଲତା ଗିରି, କୋଷାଧ୍ୟକ୍ଷ ନୃସିଂହ ଚରଣ ତ୍ରିପାଠୀ, ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ ଓ ସାଂଗଠନିକ ସମ୍ପାଦକ ଆଦିକନ୍ଦ ରାଉଳ ସାହିତ୍ୟ ଆସର ସମ୍ପର୍କରେ ଆଲୋଚନା କରିବା ସହିତ ଉନ୍ମୋଚିତ ପୁସ୍ତକ ଲଢେଇର ଆମର ବେଦପୁସ୍ତକକୁ ସମୀକ୍ଷା କରିଥିଲେ । ଏଥିରେ ବିପ୍ଳବୀ କବି ରାମକୃଷ୍ଣ ଦାଶଙ୍କ ରଚିତ ପୁସ୍ତକ ଲଢେଇର ଆମର ବେଦକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ଅବସରରେ ନିକଟରେ ସାହିତ୍ୟ ଏକାଡେମୀରୁ ସମ୍ବର୍ଦ୍ଧିତ ହୋଇଥିବା ବିଶିଷ୍ଟ କଥାକାର କାଳିନ୍ଦୀ ଚରଣ ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ଏକ କବିତା ପାଠୋତ୍ସବ କବି ଅଶୋକ କୁମାର ସାହୁ ଓ ନିରୂପମା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ଶ୍ରୀଧର କୁମାର ଭୋଳ, ଦିବାକର ସାହୁ, ସ୍ୱପ୍ନାଂଶୁ କୁମାର ଦାସ, ଗୀତାଞ୍ଜଳି ସାହୁ, ତପସ୍ୱିନୀ ପଟ୍ଟନାୟକ, ବୈଷ୍ଣବ ମଳିକ, ଶରତ କୁମାର ରାଉତ, ଡଃ ରତ୍ନକାର ମଲ୍ଲିକ, ଦୀପକ କୁମାର ସାହୁ, ଶ୍ରୀଧର କୁମାର ମହାନ୍ତି, ଗଗନ ବିହାରୀ ବେଜ୍‌, ରଞ୍ଜନ କୁମାର ବାଇ, ପୂର୍ଣ୍ଣଚନ୍ଦ୍ର ବଳ, ରଜନିକାନ୍ତ ଦାସ, ଅଜୟ କୁମାର ପାତ୍ର, ମନୋରଞ୍ଜନ ତ୍ରିପାଠୀ, ଅମର ପ୍ରସାଦ ରାଉତ, ପରମାନନ୍ଦ ଥାଟୋଇ, ଅଜୟ କୁମାର ପାତ୍ର, ଅଧର ଚନ୍ଦ୍ର ଜେନା, ବିପିନି ବିହାରୀ ନାଥ, ସାମ୍ବାଦିକ ଆଶିଷ ସେନାପତି, ପ୍ରଫୁଲ୍ଲ ଦାସ, ନିରଞ୍ଜନ ମେକାପ, ଦେବାଶିଷ ପ୍ରଧାନ ପ୍ରଭୃତି ଶତାଧିକ କବି ସାହିତ୍ୟିକମାନେ ଯୋଗଦାନ କରି କବିତା ପାଠ କରିଥିଲେ । ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଚିତ୍ତରଞ୍ଜନ କବି ଧନ୍ୟବାଦ ଜ୍ଞାପନ କରିଥିଲେ ।


Next Post

“ଫେରିଆସ ଡାକ୍ତର” ପୁସ୍ତକ ଉନ୍ମୋଚିତ ଓ ସ୍ମୃତି ସଭା

Sun Aug 27 , 2023
କେନ୍ଦ୍ରାପଡ଼ା, ୨୭ା୮: ଡ଼ାକ୍ତର ବୈଷ୍ଣବ ପରିଡା ଥିଲେ ସର୍ବୋଚ୍ଚ ମାନବୀୟ ଆଦର୍ଶ ସେବା, ସଂକଳ୍ପ ଓ ଉତ୍ସର୍ଗର ସର୍ବଶ୍ରେଷ୍ଠ ରୂପକାର । ତାଙ୍କ ପରି ମଣିଷ ଆଜିର ସଂସାରରେ ବିରଳ ଓ ସମାଜର ଅମୂଲ୍ୟ ସମ୍ପଦ ବୋଲି ନିସ୍ୱାର୍ଥପର ସେବକ ଡାକ୍ତର ବୈଷ୍ଣବ ଚରଣ ପରିଡାଙ୍କ ୨ୟ ବାର୍ଷିକ ସ୍ମରଣ ସଭା ଅବସରରେ ସଂକଳିତ ସ୍ମରଣିକା “ଫେରିଆସ ଡାକ୍ତର”ର ଉନ୍ମୋଚନ ଉତ୍ସବରେ ମୁଖ୍‌ଯ ଅତିଥି ରୂପେ ଯୋଗଦେଇ ଶାନ୍ତି ନିକେତନ […]

KANIKA