ଶ୍ରୀ ବିନୋଦବିହାରୀ ମନ୍ଦିରରେ ଝୁଲଣ ଯାତ୍ରା


କେନ୍ଦ୍ରାପଡ଼ା,୨୭/୮: ଆଜି ପବିତ୍ର ଶ୍ରାବଣ ଶୁକ୍ଳ ଏକାଦଶୀ ଉପଲକ୍ଷେ କେନ୍ଦ୍ରାପଡା ସହର ଗଣାମାହାଲସ୍ଥିତ ଶ୍ରୀ ବିନୋଦବିହାରୀ ମନ୍ଦିରରେ ରାଧାକୃଷ୍ଣଙ୍କର ଝୁଲଣ ଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ସନ୍ଧ୍ୟା ଆଳତୀ ବଢିବା ପରେ ରାଧାକୃଷ୍ଣଙ୍କୁ ଭୂଷିତ କରାଯାଇ ଝୁଲଣ ମଣ୍ଡପକୁ ବିଜେ କରାଯାଇଥିଲା । ଏହି ଝୁଲଣ ଯାତ୍ରା ଆଜିଠାରୁ ୫ଦିନ ବ୍ୟାପୀ ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଆସନ୍ତା ଗହ୍ମାପୂର୍ଣ୍ଣିମା ଦିନ ଉଦ୍‌ଯାପନ ହେବ । ଏହି ଅବସରରେ ଶ୍ରୀ ଶ୍ରୀ ବିନୋଦବିହାରୀଜୀୟୁ ଭଜନ ସନ୍ଧ୍ୟା କଳାକାରମାନଙ୍କ ଦ୍ୱାରା ପ୍ରତିଦିନ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।


Next Post

ଧୋୟାଂଚଳ ବିଜେଡିର ବନ୍ଧୁମିଳନ

Mon Aug 28 , 2023
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଂଚଳର ଦାଣ୍ଡିସାହି ଠାରେ ଆଜି ଧୋୟାଂଚଳ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟ ଓ ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ବନ୍ଧୁମିଳନ ସମାରୋହରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସବୁବର୍ଗର ଲୋକମାନଙ୍କ ପାଇଁ ବିଜେଡି ସୁପ୍ରିମୋ […]

You May Like