ଧୋୟାଂଚଳ ବିଜେଡିର ବନ୍ଧୁମିଳନ



କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଂଚଳର ଦାଣ୍ଡିସାହି ଠାରେ ଆଜି ଧୋୟାଂଚଳ ବିଜେଡି ପକ୍ଷରୁ ଏକ ବନ୍ଧୁମିଳନର ଆୟୋଜନ କରାଯାଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲଙ୍କ ପୌରହିତ୍ୟ ଓ ପେଣ୍ଠପାଳ ସମିତିସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳଙ୍କ ସଂଯୋଜନାରେ ଆୟୋଜିତ ବନ୍ଧୁମିଳନ ସମାରୋହରେ ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ସବୁବର୍ଗର ଲୋକମାନଙ୍କ ପାଇଁ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଓ ମିଶନଶକ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହିତ ବିଜେଡି ସଂଗଠନକୁ ସୁଦୃଢ କରି ଆଗାମୀ ସାଧାରଣ ନିର୍ବାଚନକୁ ସଫଳ ମୁକାବିଲା କରି ଦଳକୁ ବିଜୟୀ କରିବାକୁ ସମସ୍ତ ମତଭେଦ ଭୁଲି ଦଳ ନେତା ଓ କର୍ମୀମାନେ ଏକାଠି ହୋଇ ସଂଗଠନ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ଏହା ପରେ ଜିଲ୍ଲା ସଭାପତି ଅନ୍ୟ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଚାଲିଯାଇଥିଲେ । ଜିଲ୍ଲା ସଭାପତିଙ୍କ ପରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ ବନ୍ଧୁମିଳନ ସମାରୋହରେ ପହଂଚି ନିଜ ବକ୍ତବ୍ୟରେ ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ବିଜୟୀ କରିବାକୁ ଆହ୍ୱାନ ଦେଇଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ ଭାଷଣ ଦେଇ ଧୋୟାଂଚଳର ବିକାଶ ପାଇଁ ଅଂଚଳବାସୀଙ୍କ ସଂଗ୍ରାମରେ ମୃତ୍ୟୁ ପର୍ଯ୍ୟନ୍ତ ସହଯୋଗ କରିବେ । ନିଜେ କୌଣସି ନିର୍ବାଚନରେ ଆଉ ପ୍ରାର୍ଥୀ ହେବେ ନାହିଁ ବୋଲି ନିଷ୍ପତି ନେଇଥିବା ଘୋଷଣା କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲା ଯୁବବିଜେଡି ସଂଗଠକ ପ୍ରତାପ ଦାସ (ହାଲୁ )ସମ୍ମାନିତଅତିଥି ଭାବେ ଯୋଗ ଦେଇ ଧୋୟାଂଚଳ ବିକାଶ ପାଇଁ ଅଂଚଳବାସୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରକାଶ କରିଥିଲେ । ଏହି ବନ୍ଧୁମିଳନ ସମାରୋହରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ପ୍ରାକ୍ତନ ଉପାଧ୍ୟକ୍ଷା ପ୍ରତିନିଧି ଯୁବନେତା ଅସିତ କୁମାର ସାହୁ (ଜିତୁ ),ଅଳପୁଆ ସରପଂଚ ପ୍ରତିନିଧି ରଶ୍ମିକାନ୍ତ ବେହେରା, ସମିତିସଭ୍ୟ ରାମ ଚନ୍ଦ୍ର ସେଠୀ, ପୂର୍ବତନ ସରପଂଚ ରମେଶ ଦାସ, ରବୀନ୍ଦ୍ର ଧଳ, ଜାନକୀ ବିଶ୍ୱାଳ, ବରିଷ୍ଠ ନେତା ରବୀନ୍ଦ୍ର ପରିଡା, ତରଡ଼ିପାଳ ସରପଂଚ ଦେବେନ୍ଦ୍ର ନାୟକ, ସମିତିସଭ୍ୟ ନିରଞ୍ଜନ ବାରିକ, ବିଜେଡି ସଭାପତି ହିମାଂଶୁ ବିଶ୍ୱାଳ, ଅଣ୍ଢରା ସରପଂଚ କଳ୍ପନା ଜେନା, ପୂର୍ବତନ ସରପଂଚ ସଂଜୀବ ମଲ୍ଲିକ (ଟୁକୁ )ଓ ସଞ୍ଜୟ ମଲ୍ଲିକ, ସିଂହଗାଁ ସମିତିସଭ୍ୟ ଅଭୟ ସ୍ୱାଇଁ, ବଡ଼ମୂଳବସନ୍ତ ବିଜୁ ଯୁବ ବାହିନୀ ସଭାପତି ସଂଗ୍ରାମ ସ୍ୱାଇଁ ପ୍ରାକ୍ତନ ସମିତିସଭ୍ୟ ବବିତା ମଲିକ, ସୁଧୀର ବିଶ୍ୱାଳ, ହେମନ୍ତ ବିଶ୍ୱାଳ ଓ ଗୁଣମଣି ବିଶ୍ୱାଳ, ଅମୃତମଣୋହି ସରପଂଚ ପ୍ରତିନିଧି ଦାସ, ବଲୁରିଆ ପୂର୍ବତନ ସମିତିସଭ୍ୟା ମନୋରମା ଭୂୟାଁ, ଗଣେଶ ପ୍ରସାଦ ଦାସ, ପିତାମ୍ବର ମଲ୍ଲିକ, ଭାଗିରଥି ବିଶ୍ୱାଳ, ରଂଜିତ ନାୟକ, ଦେବେନ୍ଦ୍ର ବିଶ୍ୱାଳ, ଦେବବ୍ରତ ପ୍ରଧାନ ପ୍ରମୁଖ ଭାଷଣ ଦେଇ ବନ୍ଧୁମିଳନ ସମାବେଶକୁ ସ୍ୱାଗତ କରି ଦଳର ସଂଗଠନକୁ ମଜଭୁତ କରିବା ପାଇଁ ନିବେଦନ କରିଥିଲେ । ଶେଷରେ ଅଣ୍ଢରା ପଂଚାୟତ ପୂର୍ବତନ ସରପଂଚ ସଂଜୀବ ମଲ୍ଲିକ ଧନ୍ୟବାଦ ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading