ରାଜ୍ୟ ସ୍ତରୀୟ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ମହୋତ୍ସବ


କେନ୍ଦ୍ରାପଡା ୨୮/୮- କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ସଂଙ୍ଗୀତ ମୁର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ(ଓକା) ପକ୍ଷରୁ ଓକା ଆଇଡଲ ପ୍ରତିଯୋଗୀତା ଓ ସମ୍ବର୍ଦ୍ଧନା ଉତ୍ସବ ବଲାଙ୍ଗିର ଜିଲ୍ଲାର ଟାଉନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଏସ.ଡି.ପି.ଓ ତୋଫାନ ବାଗ, ସହକାରୀ ଜିଲ୍ଲାପାଳ ବିଜ୍ଞାନ କୁମ୍ଭାର, ଗୁରୁଶ୍ରୀ ଘାସିରାମ ମିଶ୍ର, କଂସ ମହାରାଜ ଶତୃଘ୍ନ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ କଳାକାର ମାନଙ୍କୁ କଳାର ମହତ୍ୱ ଉପରେ ଆଲୋକପାତ କରିଥିଲେ ଓ ତତ୍ ସହିତ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ଅନୁଷ୍ଠାର ନିର୍ଦ୍ଦେଶକ ବସନ୍ତ କୁମାର ଦାସ ଅନୁଷ୍ଠାନ ସମ୍ପର୍କରେ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ପରେ ବିଭିନ୍ନ ବର୍ଗର ପ୍ରତାଯୋଗୀ ମାନେ କଳା ପ୍ରଦର୍ଶନ କରିଥିଲେ । ୧୨୦ରୁ ଉର୍ଦ୍ଧ୍ୱ କଳାକାରଙ୍କୁ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୬୦ଜଣ କଳାକାରଙ୍କୁ ଓକା ଟପଟେନ ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନରେ ଚଉଷଠି ଯୋଗିନି ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା ଉକ୍ତ ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦିନେଶ ମଲ୍ଲିକଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ସୁନ୍ଦରଗଡ ଜିଲ୍ଲାର ମଣ୍ଡଳ ଶିକ୍ଷା ଅଧିକାରୀ ଶଶଧର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୬୦ ଜଣ କଳା ପ୍ରତିଭାଙ୍କୁ ଚଉଷଠି ଯୋଗିନି ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ଉଚ୍ଚ କୋଟିରକଳା ପଦର୍ଶନ କରାଯାଇଥିଲା । ନିର୍ଦ୍ଦେଶକ ବସନ୍ତ ଦାସ ପ୍ରତିଭା ମାନଙ୍କ ବିକାଶ ପାଇଁ ୩୦ଟି ଜିଲ୍ଲାରେ କାର୍ଯ୍ୟକ୍ରମ ହେବବୋଲି ପ୍ରତିଶୃତି ଦେଇଥିଲେ । ସୁଶ୍ରୀ କବିତା ବାଗ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ ବଲାଙ୍ଗୀର ଜିଲ୍ଲାର ସଂଯୋଜକ ଅମିତ ପଟେଲ, ମୀନ କେତନ ପ୍ରଧାନ, ଭକ୍ତବନ୍ଧୁ ମେହେର ଓ ରତ୍ନାକର ସାହୁ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ପ୍ରଦୀପ କୁମାର ବିହାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

 


Next Post

ବିଜେଡି ବ୍ଲକ ସଭାପତିରୁ ହଟିଲେ ଅଶୋକ; ନିରଞ୍ଜନଙ୍କୁ ମିଳିଲା ଦାୟିତ

Tue Aug 29 , 2023
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡି ସଭାପତି ପଦରୁ ଅଶୋକକୁମାର ପ୍ରତିହାରୀଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ବ୍ଲକ ବିଜେଡି ଉପସଭାପତି ଥିବା ନିରଂଜନ ରାଉତଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ବିଜୁ ଜନତା ଦଳର ତିନି ତିନିଥର ବ୍ଲକ ସଭାପତି ହୋଇଥିବା ଅଶୋକ ତାଙ୍କ ତୃତୀୟ ପାଳିରେ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ବିଧାୟକ ଧ୍ରୁବ ସାହୁଙ୍କ ବିରୁଦ୍ଧରେ ମତାମତ ଦେବା ମହଙ୍ଗା ପଡିଛି । […]

KANIKA