ବିଜେଡି ବ୍ଲକ ସଭାପତିରୁ ହଟିଲେ ଅଶୋକ; ନିରଞ୍ଜନଙ୍କୁ ମିଳିଲା ଦାୟିତ


କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ବିଜେଡି ସଭାପତି ପଦରୁ ଅଶୋକକୁମାର ପ୍ରତିହାରୀଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ବ୍ଲକ ବିଜେଡି ଉପସଭାପତି ଥିବା ନିରଂଜନ ରାଉତଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ବିଜୁ ଜନତା ଦଳର ତିନି ତିନିଥର ବ୍ଲକ ସଭାପତି ହୋଇଥିବା ଅଶୋକ ତାଙ୍କ ତୃତୀୟ ପାଳିରେ ସାମାଜିକ ଗଣମାଧ୍ୟମ ଓ ଗଣମାଧ୍ୟମରେ ବିଧାୟକ ଧ୍ରୁବ ସାହୁଙ୍କ ବିରୁଦ୍ଧରେ ମତାମତ ଦେବା ମହଙ୍ଗା ପଡିଛି । ବିଧାୟକ ଶ୍ରୀ ସାହୁ ଓ ଅଶୋକଙ୍କ ମଧ୍ୟରେ ମତାନ୍ତରୁ ମନାନ୍ତର ରୂପ ନେଇଥିଲା । ଏନେଇ ରବିବାର ଦିନ ବିଧାୟକ ଡାଙ୍ଗମାଳସ୍ଥିତ ଜୟଦୂର୍ଗାଙ୍କ ପୀଠରେ ବ୍ଲକର ସମସ୍ତ ଦଳୀୟ ନେତା ଓ ଆଗଧାଡିର କର୍ମୀଙ୍କୁ ଡାକି ମତାମତ ନେଇଥିଲେ । ଯେଉଁ ବୈଠକରେ ଜିଲ୍ଲା ସଭାପତି ଉତ୍କଳ କେଶରୀ ପରିଡା ଉପସ୍ଥିତ ଥିଲେ । ଧ୍ରୁବଙ୍କ ରାଜନୈତିକ ଜୀବନ ଆରମ୍ଭରୁ ତାଙ୍କର ଅତ୍ୟନ୍ତ ବିଶ୍ୱସ୍ତ ସହଯୋଗୀ ଥିବା ଅଶୋକ ବ୍ଲକ ସଭାପତି ରହିବା ସହ ୩୧ ନମ୍ବର ଜୋନରୁ ଜିଲ୍ଲା ପରିଷଦ ଜିତି ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଅଛନ୍ତି । ଏନେଇ ଅଶୋକକୁମାର ପ୍ରତିହାରୀଙ୍କୁ ପଚାରିବାରୁ ମୋତେ ବ୍ଲକ ସଭାପତି ପଦରୁ ହଟା ଯାଇଛି ବୋଲି ମୁଁ ଏପର୍ଯ୍ୟନ୍ତ ଜାଣିନାହିଁ ବୋଲି ସେ କହିଥିଲେ । ଅପରପକ୍ଷରେ ଅଶୋକଙ୍କୁ ଜିଲ୍ଲା ସଭାପତି ଶ୍ରୀ ପରିଡା ବ୍ଲକ ବିଜେଡି ସଭାପତିରୁ ହଟାଇବା ସହ ତାଙ୍କୁ ୭ଦିନ ମଧ୍ୟରେ ଉତର ଦେବାକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଅଶୋକଙ୍କୁ ବ୍ଲକ ସଭାପତି ପଦରୁ ହଟାଇବା ଓ କାରଣ ଦର୍ଶାଅ ନୋଟିସରେ ଜିଲ୍ଲା ବିଜେଡି ସଭାପତି ଶ୍ରୀ ପରିଡାଙ୍କ ସ୍ୱାକ୍ଷର ଦେଖିବାକୁ ମିଳିଛି ।


Next Post

ଶରଣାର୍ଥୀମାନଙ୍କୁ ଥଇଥାନ ଦାବିରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିବାଦ

Tue Aug 29 , 2023
କେନ୍ଦ୍ରାପଡା, ୨୮/୮- କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ରାମନଗର, ଖରିନାସୀ, ବତୀଘର ଗ୍ରାମପଞ୍ଚାୟତର ଗ୍ରାମବାସୀମାନେ ୧୯୫୦ ମସିହାରୁ ସେଠାରେ ବସବାସ କରିଆସୁଛନ୍ତି । କେନ୍ଦ୍ରାପଡାରେ ଏକ ସମ୍ବାଦିକ ସମ୍ମିଳନୀରେ ସେମାନେ ସୂଚନା ଦେଇଥିଲେ ଯେ ୧୯୪୭ ମସିହାରେ ଭାରତ ପାକିସ୍ଥାନ ବିଭକ୍ତ ହୋଇଥିବାରୁ ପାକିସ୍ଥାନରେ ହିନ୍ଦୁମାନଙ୍କୁ ଅତ୍ୟାଚାର କରାଯାଇଥିଲା । ତତ୍‌୍‌କାଳିନ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସେମାନେ ପାକିସ୍ଥାନ ଛାଡି ଭାରତରେ ଶରଣାର୍ଥୀ ଭାବରେ ପଳାଇ ଆସି ଏହି ଅଞ୍ଚଳରେ […]

KANIKA