ବଳଦେବଙ୍କ ଜନ୍ମୋତ୍ସବ ପାଳନ

ବଳଦେବଙ୍କ ଜନ୍ମୋତ୍ସବ ପାଳନ

କେନ୍ଦ୍ରାପଡା ୩୦/୮- କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜନ୍ମୋତ୍ସବ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ଆଜି ପ୍ରାତ କାଳରେ ଜୟମଙ୍ଗଳା ଆଳତୀ, ନିତିସ୍ନାନ କରାଯାଇ ଖେଚୁଡିଧୂପ ଲାଗି କରାଯାଇଥିଲା । ଏହାପରେ ଶ୍ରୀଜୀଉଙ୍କର ବସ୍ତ୍ର ଉଲ୍ଲଗୀ କରାଯିବା ପରେ ନୂତନ ବସ୍ତ୍ର ପରିଧାନ କରାଯିବା ପରେ ପୁରୀ ଶ୍ରୀକ୍ଷେତ୍ରରୁ ଆସିଥିବା ରାକ୍ଷୀ ବନ୍ଧନ କରାଯାଇଥିଲା । ପରେ ପରେ ଲକ୍ଷେ ତୁଳସୀ ଅର୍ପଣ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉପଲକ୍ଷେ ପାଳିଆ ପଣ୍ଡାଙ୍କ ତତ୍ୱାବଧାନରେ ଏକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ବିଶେଷ କରି ଜନ୍ମ ଦିନ ଉପଲକ୍ଷେ ଖିରି ପିଠା ଶ୍ରୀଜୀଉଙ୍କୁ ଅର୍ପଣ କରାଯାଇ ସମବେତ ହଜାର ହଜାର ଭକ୍ତମାନଙ୍କୁ ଏହି ପ୍ରସାଦ ପ୍ରଦାନ କରାଯାଇଥିଲା । ଏହି ଅବସରରେ ରଥ ଦାଣ୍ଡରେ ଜନ୍ମୋତ୍ସବ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥିଲା ।