ଦୀପକ ନାୟକ ସିଂହଗାଁ ପଞ୍ଚାୟତ କଂଗ୍ରେସ ସଭାପତି ନିର୍ବାଚିତ



କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ସିଂହଗାଁ ପଞ୍ଚାୟତ କଂଗ୍ରେସର ଏକ ବୈଠକ ଗରାପୁର କଂଗ୍ରେସ କାର୍ଯ୍ୟଳୟ ଠାରେ ଗଣେଶ୍ୱର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସିଂହଗାଁ ପଞ୍ଚାୟତର କଂଗ୍ରେସ କମିଟିର ପୁର୍ନଗଠନ କରାଯାଇ ଦୀପକ କୁମାରଙ୍କୁ ସର୍ବ ସମ୍ମତି କ୍ରମେ ସଭାପତି ନିର୍ବାଚିତ କରାଯାଇଛି । ଏଥିସହ ପଞ୍ଚାୟତ କଂଗ୍ରେସ କମିଟିର ସୁରେନ୍ଦ୍ର ଦାସ ଉପ ସଭାପତି ଓ ହୃଷିକେଶ ମଲ୍ଲିକଙ୍କୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି । ଏହି ପଞ୍ଚାୟତର ରାଜୀବ କୁମାର ସେଠୀଙ୍କୁ ଯୁବ କଂଗ୍ରେସର ସଭାପତି ମଧ୍ୟ ନିର୍ବାଚିତ କରାଯାଇଛି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ସମେତ କର୍ମୀ ମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ଆମର ଗୋଟିଏ ସ୍ଲୋଗାନ, ତାହାହେଲେ “ଆମେ ବିଧାନସଭା ଯିବା” ତଦନୁଯାଇ ପଞ୍ଚାୟତ ସଂଗଠନକୁ ସୁଦୃଢ କରି ନୂଆ ବନ୍ଧୁ ମାନଙ୍କୁ ସାଥିରେ ନେଇ ଆମକୁ ଲକ୍ଷ ହାସଲ କରିବାକୁ ପଡିବ । ଓଡିଶା ବିଧାନସଭା ନିର୍ବାଚନ ଡିସେମ୍ବର ସୁଧା ହେବାର ନିଶ୍ଚିତ ସମ୍ବାବନା ହେତୁ ଆଜିଠାରୁ ସମସ୍ତ କର୍ମୀ ବନ୍ଧୁ ମାନେ ପୁର୍ନ ମାତ୍ରାରେ ଲାଗି ପଡିବାକୁ ସେ ଅନୁରୋଧ କରିଥିଲେ । ପଞ୍ଚାୟତର କଂଗ୍ରେସର ଏହି ବୈଠକରେ ପୂର୍ବତନ ଜୋନ ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନ, ପିସିସି ସାଧାରଣ ସମ୍ପାଦକ ଅଭିଷେକ ବିଶ୍ୱାଳ, ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ପଞ୍ଚାୟତ କଂଗ୍ରେସ ପୂର୍ବତନ ସଭାପତି ସଞ୍ଜୟ କୁମାର ବେହେରା, କଂଗ୍ରେସ ନେତା ବିଶ୍ୱଜିତ ମହାନ୍ତି,ପୂର୍ବତନ ସରପଞ୍ଚ କାଙ୍ଗାଳୀ ଚରଣ ସେଠୀ, କଂଗ୍ରେସ ନେତା କୈଳାସ ଦାସ, ପ୍ରଶାନ୍ତ ସେଠୀ, ଗଗନ ଜେନା, ଅମୂଲ୍ୟ ସେଠୀ, ସତ୍ୟାନନ୍ଦ ଦାସ, ହୃଷିକେଶ ମଲ୍ଲିକ, ଦଳିତ ନେତା ମଧୁସୂଦନ ସେଠୀ, ଯୁବ କଂଗ୍ରେସ ଉପ ସଭାପତି ହିମାଂଶୁ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading