କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଓ ରାଜନଗର ବ୍ଲକରେ କୁମ୍ଭୀର ଆକ୍ରମଣରେ ଛଅଟି ଲୋକ ପ୍ରାଣ ହରାଇଥିବା ଘଟଣା ବ୍ରାହ୍ମଣୀ ନଦୀର ତଟବର୍ତ୍ତୀ ଗାଁରେ ଭୟଙ୍କର ଆତଙ୍କ ସୃଷ୍ଟି କରିଛି । ମାତ୍ର ୭୫ ଦିନ ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକର ୩ଜଣ, ରାଜନଗର ବ୍ଲକରୁ ୨ ଜଣ ଓ ବରୀ ବ୍ଲକରୁ ଜଣେ ରକ୍ତମୁଖା କୁମ୍ଭୀରର ଶିକାର ହୋଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକର ଘାଗରାଡିଆ, କୁଳସାହି, ଶାସନ, ବରୀ ବ୍ଲକର ଅମଂପୁର […]
Day: 1 September 2023
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳରେ ନିଅଂଟିଆ ବର୍ଷା ସାଙ୍ଗକୁ କେନାଲ ପାଣି କ୍ଷେତକୁ ମାଡୁନଥିବା ଯୋଗୁଁ ସବୁଠି ସ୍ଥିତି ବେହାଲ । ସରିଲା ଶ୍ରାବଣ, କିନ୍ତୁ ବର୍ଷାର ଦେଖାନାହିଁ । ନା ଅଛି ମୌସୁମୀ ବର୍ଷା ନା ଲଘୁଚାପଜନିତ ବର୍ଷା । ଚାଷୀ ଚାଷ କାର୍ଯ୍ୟ ପାଇଁ ମଟରପମ୍ପ ଲଗାଇ ରୁଆ ପୋତା କରୁଛନ୍ତି । ମୁଖ୍ୟ କେନାଲର ଅବ୍ୟବସ୍ଥା ତଥା ମରାମତି କାର୍ଯ୍ୟର ଅବହେଳା ହେତୁ ପାଣି କ୍ଷେତକୁ […]
କେନ୍ଦ୍ରାପଡା ପୈାରପରିଷଦ ପକ୍ଷରୁ ସର୍ବ ଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସନ୍ଧ୍ୟାରେ ପୈାର ଟାଉନହଲରେ ପୈାରାଧ୍ୟକ୍ଷା ସରିତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନେକ ସ୍ମୃତି ଓ କୃତି ଯୋଡି ହୋଇ ରହିଛି କେନ୍ଦ୍ରାପଡା ସହିତଆମର ସ୍ମୃତି ଆମର ଉତ୍ତର ପିଢୀକୁ ଅନୁପ୍ରାଣିତ କରିବ । କେନ୍ଦ୍ରାପଡାର ଐତିହ୍ୟ, ସଂସ୍କୃତି […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କେରଡାଗଡ-ଏକମାଣିଆ ନଦୀରେ ଘାଟଡଙ୍ଗା ଚଳାଉଥିବା ସୁଦର୍ଶନ ସ୍ୱାଇଁଙ୍କୁ ମରଣୋତର ଭାବେ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତ ସୁଦର୍ଶନଙ୍କ ସ୍ତ୍ରୀ ସୁବାସୀ ସ୍ୱାଇଁଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାର ଉତ୍ସବରେ କ୍ରୀଡାମନ୍ତ୍ରୀ ତୃଷାରକାନ୍ତୀ ବେହେରା, ହକି ଇଣ୍ଡଆ ସଭାପତି ଦିଲ୍ଲୀପ ତିର୍କୀ, ମୁଖ୍ୟ ଶାସନ ସଚିବ ପ୍ରଦୀପକୁମାର ଜେନା, ୫-ଟି ସଚିବ […]
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜପୁର ଗ୍ରାମରେ ଗୁରୁବାର ଅଭୟ ରାଉତଙ୍କୁ ବ୍ରାହ୍ମଣୀ ନଦୀପଠାରେ କୁମ୍ଭୀର ଝାମ୍ପି ନେଇଯାଇଥିବା ଖବରପାଇ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଶୋକସନ୍ତପ୍ତ ଅଭୟଙ୍କ ବାସଭବନରେ ପହଁଞ୍ଚି ତାଙ୍କ ପରିବାରକୁ ଶାନ୍ତ୍ୱନା ଦେବା ସହ ସମବେଦନା ଜଣାଇଥିଲେ । ସେଠାରେ ଉପସ୍ଥିତ ଥିବା ରେଞ୍ଜ ଅଫିସର ଚିତରଂଜନ ବେଉରା ଓ ଫରେଷ୍ଟର ବିଜୟ ପାତ୍ରଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହିତ ବ୍ଲକ କଂଗ୍ରେସ […]
କେନ୍ଦ୍ରାପଡା ଜିଲ୍ଲାରେ କୁମ୍ଭୀର ଆତଙ୍କ ପୁଣି ଦେଖିବାକୁ ମିଳିଛି । ନଦୀକୂଳିଆ ଗ୍ରାମବାସୀଙ୍କ ମନରେ ଛନକା ପଶିଛି । ଦୁଇମାସ ମଧ୍ୟରେ ୫ଜଣ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଲେଣି । ରାଜନଗର ବ୍ଲକ ରାଜପୁର ଗ୍ରାମର ଅଭୟ ରାଉତ (ଭାସିଆ) ୬୫ବର୍ଷକୁ ବ୍ରାହ୍ମଣୀ ନଦୀ ପଠାରୁ କୁମ୍ଭୀର ଝାମ୍ପି ନେଇଛି । ସବୁଠାରୁ ବଡକଥା ହେଲା, ଅନିଲର ଆଖି ଆଗରେ ତା ବାପା ଅଭୟକୁ କୁମ୍ଭୀର ଝାମ୍ପି ନେଉଥିବାର […]
କେନ୍ଦ୍ରାପଡ଼ା, ତା୩୧/୮: ଦରିଦ୍ର ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇଦେବା ଲକ୍ଷ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ରାଷ୍ଟ୍ରୀୟ ଲୋକ ଅଦାଲତ । ଆସନ୍ତା ସେପ୍ଟେମ୍ବର ମାସ ୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡ଼ା କୋର୍ଟ ସମେତ ଏହାର ନିକଟବର୍ତି ପଟ୍ଟାମୁଣ୍ଡାଇ, ଆଳି, ରାଜନଗର କୋର୍ଟ ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ । […]










