
କେନ୍ଦ୍ରାପଡ଼ା,୩ା୯ : ବଜ୍ରପାତରେ ଜଣେ ଯୁବଚାଷୀଙ୍କ ବିୟୋଗ ହୋଇଯାଇଛି । କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ପଞ୍ଚାୟତର କଂସାର ଗ୍ରାମର ରଘୁନାଥ ରଣାଙ୍କ ପୁତ୍ର ପ୍ରତାପ ରଣା(୨୮) ଆଜି ଅପରାହ୍ନ ପ୍ରାୟ ସାଢେ ଗୋଟାଏ ସମୟରେ ବିଲରେ ତଳି ରୁଆ କାର୍ଯ୍ୟ କରୁଥିବା ବେଳେ ହଠାତ ବଜ୍ରପାତ ଘଟି ସେ ଗୁରୁତର ହୋଇ ପଡିଥିଲେ । ତାଙ୍କୁ ସଙ୍କାଟାପନ୍ନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତାଙ୍କର ପତ୍ନୀ ଓ ଗୋଟିଏ ୨ବର୍ଷର ଝିଅ ଅଛି । ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।











