କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡ଼ା ସଦର ମହକୁମାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପୈାରସଂସ୍ଥା ଟାଉନ୍‌ହଲ୍‌ରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ସନ୍ଦୀପ୍ ସମ୍ପଦ୍ ମଡକର୍‌, କେନ୍ଦ୍ରପଡ଼ା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର କୁମାର ପଣ୍ଡା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ବିଭିନ୍ନ […]

କେନ୍ଦ୍ରାପଡ଼ା, ୪ା୯: କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ଯଥାଶୀଘ୍ର କରାଯିବା ଏବଂ କଲେଜରେ ହୋଇଥିବା ମହାଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ରାପଡା ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରଭେଜ ଅକ୍ତରଙ୍କ ନେତୃତ୍ୱ୍ୱରେ ଛାତ୍ର କଂଗ୍ରେସ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ରାସ୍ତା ନିର୍ମାଣରେ ୨୯ଲକ୍ଷ […]

ଭିତରକନିକାର ଡାଙ୍ଗମାଳ ଯେତିକି ପ୍ରସିଦ୍ଧ ସେତିକି ପ୍ରସିଦ୍ଧି ଲାଭକରିଛି କୁମ୍ଭୀର ପ୍ରଜନନ ପାଇଁ, ଭିତରକନିକାର ବଗଗହନ ମଧ୍ୟ ସେତିକି ପ୍ରସିଦ୍ଧି ଲାଭକରିଛି ଦେଶୀୟ ପକ୍ଷୀ ମାନଙ୍କ ପ୍ରଜନନ ପାଇଁ । ବର୍ଷାଦିନେ ଭିତରକନିକାର ବଗଗହନ ଦେଶୀୟ ପକ୍ଷୀମାନଙ୍କ କଳରବରେ ଫାଟିପଡେ । ଲକ୍ଷଲକ୍ଷ ଦେଶୀୟ ପକ୍ଷୀମାନେ ବିଭିନ୍ନ ଅଞ୍ଚଳରୁ ଆସି ଏଠି ଅଣ୍ଡା ଦିଅନ୍ତି, ଛୁଆ ଫୁଟାନ୍ତି । ଆଉ ଛୁଆମାନେ ଉଡି ଶିଖିଲେ, ଶିକାର କରି ଶିଖିଲେ ବାପା […]

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଏକ ନଦୀନାଳ ଘେରା ଅଂଚଳ । ସମୁଦ୍ରକୂଳବର୍ତୀ ଏହି ଅଞ୍ଚଳରେ ବ୍ରାହ୍ମଣୀ, ବୈତରଣୀ ସହ ଶାଖାନଦୀ ହଂସୁଆ, ପାଟ୍ଟାଶାଳା, ଖୋଳା ଭିତରକନିକା ଦେଇ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛନ୍ତି । ଏହି ବ୍ଲକ ତଥା ଜିଲ୍ଲାରେ ଦିନକୁ ଦିନ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି ।   ଏପରିକି ଅଢେଇ ମାସରେ ଲଗାତର ୬ ଟି ଜୀବନ କୁମ୍ଭୀର ଆକ୍ରମଣରେ ଚାଲି ଯାଇଛି । […]

କେନ୍ଦ୍ରାପଡ଼ା,୩ା୯ : କେନ୍ଦ୍ରାପଡ଼ା ଜିଲ୍ଲାର ସର୍ବ ପ୍ରାଚୀନ ସାଂସ୍କୃତିକ ଅନୁଷ୍ଠାନ ଗୋକୁଳ ଚନ୍ଦ୍ର ସଂଗୀତ ସଦନ ଆନୁକୂଲ୍ୟରେ ଆଜି ଜିଲ୍ଲା ସଂସ୍କୃତି ଭବନ ଠାରେ ଏକ ଭବ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମାରୋହକୁ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷା ସରିତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସଂଗୀତ ସଦନର ସଭାପତି ଅମ୍ବିକା ପ୍ରସାଦ ଦାସ ଏଥିରେ ପୌାରହିତ୍ୟ କରି ରାଜ୍ୟରେ […]