କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଏକ ନଦୀନାଳ ଘେରା ଅଂଚଳ । ସମୁଦ୍ରକୂଳବର୍ତୀ ଏହି ଅଞ୍ଚଳରେ ବ୍ରାହ୍ମଣୀ, ବୈତରଣୀ ସହ ଶାଖାନଦୀ ହଂସୁଆ, ପାଟ୍ଟାଶାଳା, ଖୋଳା ଭିତରକନିକା ଦେଇ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛନ୍ତି । ଏହି ବ୍ଲକ ତଥା ଜିଲ୍ଲାରେ ଦିନକୁ ଦିନ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଏପରିକି ଅଢେଇ ମାସରେ ଲଗାତର ୬ ଟି ଜୀବନ କୁମ୍ଭୀର ଆକ୍ରମଣରେ ଚାଲି ଯାଇଛି । ନଦୀକୂଳିଆ ଗାଁ ଲୋକମାନେ ସେମାନଙ୍କର ଦୈନନ୍ଦିନ ସ୍ନାନ ଶୈାଚଠାରୁ ଆରମ୍ଭ କରି ବାସମଜା, ଲୁଗାସଫା ପାଇଁ ନିର୍ଭର କରିଥାନ୍ତି । କୁମ୍ଭୀର ଆକ୍ରମଣରେ ଲଗାତର ୬ଟି ଜୀବନ ଚାଲିଯିବା ଘଟଣା ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ବନବିଭାଗ ପକ୍ଷରୁ ନଦୀକୂଳକୁ ନଯିବା ପାଇଁ ମାଇକ୍ ଯୋଗେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ରବିବାର ଦିନ ବନବିଭାଗ ପକ୍ଷରୁ ନଦୀକୂଳିଆ ଲୋକମାନଙ୍କୁ ସଚେତନ କରିବା ପାଇଁ ଭିନ୍ନ ଉପାୟରେ ଅବଗତ କରାଯାଉଛି । ବୋଟ ଯୋଗେ ଏହି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟଗାର୍ଡ ବିଶ୍ୱରଂଜନ ତରାଇ ଓ କର୍ମଚାରୀମାନେ ବୋଟରେ ମାଇକ ଲଗାଇ ଲୋକମାନେ ନଦୀକୂଳକୁ ସ୍ନାନ, ଶୈାଚ ଓ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଯାଆନ୍ତୁ ନାହିଁ କିମ୍ବା ଗୃହପାଳିତ ପଶୁଙ୍କୁ ନଦୀ ନିକଟକୁ ଛାଡନ୍ତୁ ନାହିଁ । ନଳକୂପ ଓ ପୋଖରୀ ଜଳ ବ୍ୟବହାର କରନ୍ତୁ । ଯେଉଁଠାରେ ବନବିଭାଗ ପକ୍ଷରୁ ଗାଧୁଆତୁଠ ନିର୍ମାଣ କରାଯାଇଛି ତା ମଧ୍ୟରେ ଗାଧାନ୍ତୁ । ବନବିଭାଗ ଜେଠିରୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଡିଆପାରୀ, ରାଜନଗର, ଏକମାଣିଆ, ବାଲି, ରାଜପୁର, ବାଲିଚନ୍ଦ୍ରପୁର, ବେଲପାଳ, ନଗଡ, ଓସ୍ତିଆ ଦେଇ ଏହି ସଚେତନତା ବୋଟ ଇନ୍ଦୁପୁର ପର୍ଯ୍ୟନ୍ତ ଯିବ । ଏହାମଧ୍ୟରେ ନଦୀକୂଳକୁ ଲାଗିଥିବା ଗାଁଗୁଡିକରେ ମାଇକ ଯୋଗେ ପ୍ରଚାର କରିବା ସହ ପ୍ରାଚୀରପତ୍ର ବଟାଂଯିବା ସହ ପୋଷ୍ଟର ଲଗାଯାଇ ସଚେତନତା କରାଯାଉଛି ।