କେନ୍ଦ୍ରାପଡାରେ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜିଲ୍ଲା କ୍ୟାମ୍ପୋରୀ ଉଦଘାଟିତ



କେନ୍ଦ୍ରାପଡ଼ା,୮ା୧୨: କେନ୍ଦ୍ରାପଡାରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟସ ଏବଂ ଗାଇଡସର ଚତୁର୍ଦଶ କ୍ୟାମ୍ପୋରୀ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ସିଦ୍ଧ ମରିଚିଆଣୀ ବିଦ୍ୟାପୀଠରେ ରବିବାର ଉଦଘାଟିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ୟାମ୍ପୋରୀକୁ ଉଦଘାଟନ କରି ସ୍କାଉଟସ ଓ ଗାଇଡସ୍ ଶିବିରାର୍ଥୀ ଛାତ୍ରଛାତ୍ରୀମାନଙ୍କୁ ସେବା, ସ୍ୱଛତା, ଶୃଙ୍ଖଳା, ସଂସ୍କୃତି ଓ ପରମ୍ପରା ସହିତ ବିଶ୍ୱ ଭାତୃଭାବ ସୃଷ୍ଟି କରିବା ଉପରେ ପରାମର୍ଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନୀ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବେ ଉପ ଆରକ୍ଷୀ ଅଧୀକ୍ଷକ(ଡିଆଇବି) ଲକ୍ଷ୍ମୀନାରାୟଣ ତିୱାରୀ, ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ସଂଗଠନ ଆୟୁକ୍ତ ଜ୍ଞାନଜ୍ୟୋତି ମହାନ୍ତି, କେନ୍ଦ୍ରାପଡା ମଣ୍ଡଳ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦଳାଇ, ଡେରାବିଶ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ମହାକାଳପଡା ମଣ୍ଡଳ ଶିକ୍ଷା ଅଧିକାରୀ ତନ୍ମୟ କୁମାର ବେହେରା, ସିଦ୍ଧ ମରିଚିଆଣୀ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଅମୂଲ୍ୟ କୁମାର ନାୟକ, କ୍ରୀଡା ସଂଗଠକ ରବୀନ୍ଦ୍ର ପ୍ରସାଦ ଜେନା, କାର୍ଯ୍ୟକ୍ରମ ସଂଯୋଜକ ସରୋଜକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଚରିତ୍ର ଗଠନ, ଶୃଙ୍ଖଳା ରକ୍ଷା ଓ ଭାତୃଭାବ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ସମ୍ପାଦିକା ସ୍ମିତାପ୍ରତୀଭା ସାହୁ ବିବରଣୀ ପାଠ କରିଥିବା ବେଳେ ଜିଲ୍ଲା ଆୟୁକ୍ତ ପିତବାସ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ଶିବିରାର୍ଥୀମାନଙ୍କୁ ଏହି ।ବସରରେ ପୁରସ୍କୃତ କରାଯାଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଉତ୍ସବରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ୍ ସଭାପତିତ୍ୱ କରିଥିବା ବେଳେ ଗରଦପୁର ମଣ୍ଡଳ ଶିକ୍ଷା ଅଧିକାରୀ ଅଜୟ କୁମାର ସେଠୀ, ମାର୍ଶାଘାଇ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସିଦ୍ଧ ମରିଚିଆଣୀ ବିଦ୍ୟାପୀଠ ମୋ ସ୍କୁଲ ଅଭିଯାନ ସଭାପତି ଅକ୍ଷୟ କୁମାର ପାଣି, ମହାକାଳପଡା ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ସାହୁ, ସ୍କୁଲ ପରିଚାଳନା ସମିତି ଅଧ୍ୟକ୍ଷ ଚିତ୍ତରଞ୍ଜନ ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍କାଉଟସ ଓ ଗାଇଡସ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଏହି ଶିବିରରେ ଜିଲ୍ଲାର ୩୫ଟି ବିଦ୍ୟାଳୟର ୮୪୦ରୁ ଉର୍ଦ୍ଧ୍ୱ ସ୍କାଉଟସ ଓ ଗାଇଡସର ବିଦ୍ୟାର୍ଥୀଙ୍କ ସମେତ ଏକଶହରୁ ଉଦ୍ଦ୍ୱର୍ ସ୍କାଉଟ ମାଷ୍ଟର ଓ ଗାଇଡ କ୍ୟାପଟେନମାନେ ଯୋଗଦେଇଛନ୍ତି।


Next Post

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ଟଙ୍କା ପ୍ରଦାନ

Sun Dec 8 , 2024
  କେନ୍ଦ୍ରାପଡା ତା୮/୧୨ – ଆଜି ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଂଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଅତିରିକ୍ତ ସହାୟତା ଅର୍ଥ ମୋଟ ୩୧୦୦/- ଟଙ୍କା ପ୍ରଦାନ ନିମନ୍ତେ ବରଗଡ ଜିଲ୍ଲାର ସୋହେଲା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଯାହାର ସିଧାପ୍ରସାରଣ କାର୍ଯ୍ୟକ୍ରମ କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପଡିଆଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲାର […]