ଓଡ଼ିଆ ସଂସ୍କୃତିରେ ମହାନ ଆଧ୍ୟାତ୍ମିକଧାରାର ପ୍ରତୀକ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପଟ୍ଟାମୁଣ୍ଡାଇର ପୁରପଲ୍ଲୀରେ ବିପୁଳ ଆନନ୍ଦଉଲ୍ଲାସର ସହିତ ମହାସମାରୋହରେ ପାଳିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ଅଂଚଳର ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ ଉତିକଣର ଚନ୍ଦ୍ରମଉଳି ମନ୍ଦିର ହରପାର୍ବତୀ ମନ୍ଦିର,ଭୋଳିବାବା ମଠ, ପତିତପାବନ ମନ୍ଦିର, ଲକ୍ଷେଶ୍ୱର ମହାଦେବ ମନ୍ଦିର, ହନୁମାନ ମନ୍ଦିର ଆଦି ବିଭିନ୍ନ ଦେବାଦେବୀ ପୀଠରେ ଜନ୍ମାଷ୍ଟମୀ ଉତ୍ସବ ପାଳନର ଅପୂର୍ଵ ଦୃଶ୍ୟ ଦେଖିବାକୁ ମିଳିଥିଲା । ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ […]

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଜିଲ୍ଲାରେ ଥିବା ଦୟନୀୟ ସ୍ୱାସ୍ଥ୍ୟସେବାରେ ସୁଧାର ନିମନ୍ତେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ଦୀର୍ଘ ଦୁଇବର୍ଷରୁ ଅଧିକ କାଳ ଧରି ବିଭିନ୍ନ ପର୍ଯ୍ୟାୟରେ ଚାଲି ଆସିଥିବା ଆନ୍ଦୋଳନ ଏବେ ଚରମ ରୂପ ନେବାକୁ ଆଭାସ ମିଳୁଛି । ଜିଲ୍ଲା ପ୍ରଶାସନର ବାରଣ ସତ୍ତ୍ୱେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ […]

ଓଡିଶାର ବିଭିନ୍ନ କଲେଜରେ ନିଯୁକ୍ତି ପାଇଥିବା ଏସ ଏସ ବି ଅଧ୍ୟାପକ ଓ ଅଧ୍ୟାପିକା ସ୍ୱଳ୍ପ ଦରମାରେ ଦୀର୍ଘ ୮ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ ମଧ୍ୟ ସରକାର ସେମାନଙ୍କ ନାର୍ଯ୍ୟ ଦାବୀପ୍ରତି ଉଦାସୀନ ମନୋଭାବ ପୋଷଣ କରିଆସୁଥିବା ଅଭିଯୋଗ ହୋଇଛି । ଓଡିଶା ଏସ ଏସ ବି ଅଧ୍ୟାପକ ସଂଘ ସଭାପତି ସରୋଜକାନ୍ତ ନାୟକଙ୍କ ନେତୃତ୍ୱରେ ଗ୍ରେଡ଼ ପେ ୪୬୦୦ରୁ ୫୪୦୦ କରିବା ଆଦି ବିଭିନ୍ନ ଦାବୀ ନେଇ ପଟ୍ଟାମୁଣ୍ଡାଇ […]

କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଦୀର୍ଘ ୨ବର୍ଷରୁ ଅଧିକ କାଳ ଧରି ଆନ୍ଦୋଳନ ଚାଲିଛି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ମିଳିତ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଜିଲ୍ଲାବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନା ଓ ଆନ୍ଦୋଳନ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏ ସମ୍ପର୍କରେ କୌଣସି ସକରାତ୍ମକ ନିଷ୍ପତ୍ତି ନେଲେ ନାହିଁ । ଫଳରେ କ୍ରିୟାନୁଷ୍ଠାନ କମିଟି ଗୁରୁଦିବସ ଠାରୁ […]

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ଆଜି ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସ ପ୍ରାରମ୍ଭରେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ପ୍ରଦାନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ […]

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ପରିସରରେ ଶୌଚାଳୟ ଓ ପନୀୟ ଜଳ ସୁବିଧା ନ ଥିବାରୁ ଏଠାକୁ ଆସୁଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ନୂତନ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସାମାଜିକ କର୍ମୀ ଜ୍ୟୋତିପ୍ରକାଶ ପ୍ରଧାନ କୁହନ୍ତି ପଟ୍ଟାମୁଣ୍ଡାଇ ତହସିଲ ଉପରେ ନିର୍ଭରଶୀଳ ୩୧ ପଂଚାୟତର ୧୫୫ଗ୍ରାମର ଜନସାଧାରଣ, ଛାତ୍ରୀଛାତ୍ର ଜମିଜମା […]

କେନ୍ଦ୍ରାପଡ଼ା, ୫ା୯: ଗାଜିଆ ବାଦ କୋର୍ଟ ପରସିରରେ ଆଇନଜୀବୀଙ୍କୁ କାର୍ଯ୍ୟରତ ଅବସ୍ଥାରେ ନିର୍ମମ ଭାବରେ ହତ୍ୟା କରିବା ଘଟଣାକୁ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘ ନିନ୍ଦା କରିବା ସହ ଦୋଷୀକୁ ତୁରନ୍ତ ଦଣ୍ଡ ଦେବା ପାଇଁ ଦାବି କରିଛି । ଆଇନଜୀବୀମାନଙ୍କୁ କାର୍ଯ୍ୟରତ ସମୟରେ ସୁରକ୍ଷା ପ୍ରଦାନ କରାଯିବା ଅତ୍ୟନ୍ତ ଜରୁରୀ ଅଟେ । ଏଣୁ ଜିଲ୍ଲା ଓକିଲ ସଂଘର ସଭାପତି ବିଚିତ୍ରାନନ୍ଦ ମହାନ୍ତିଙ୍କ ନେତୃତ୍ୱରେ ଜିଲ୍ଲାପ୍ରଶାସନ ଜରିଆରେ ରାଜ୍ୟପାଳଙ୍କୁ […]