
କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଚଂଳର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଏମ.ଏନ ହାଇସ୍କୁଲ ମୋସ୍କୁଲ ଅଭିଯାନ କମିଟି ଓ ପୁରାତନ ଛାତ୍ରସଂସଦ ପକ୍ଷରୁ ଏକ ମିଳିତ ବୈଠକ ଏମଏନ ହାଇସ୍କୁଲ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମୋସ୍କୁଲ ଅଭିଯାନ କମିଟିର ସଭାପତି ପ୍ରଫେସର ଅନିରୁଦ୍ଧ ରାଉଳଙ୍କ ପୌରହିତ୍ୟରେ ଆୟୋଜିତ ସଭାରେ ବରିଷ୍ଠ ଉପଦେଷ୍ଟା ଡ. କେଳୁଚରଣ ସ୍ୱାଇଁ,ପ୍ରଫେସର କୈଳାସ ଚନ୍ଦ୍ର ପାତ୍ର, ପ୍ରଫେସର ଭରତ ଚନ୍ଦ୍ର ପାତ୍ର, ପୁରାତନ ଛାତ୍ର ସଂସଦ ସମ୍ପାଦକ କଣ୍ଡୁରୀ ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ଆଡଭୋକେଟ ଗୋପିନାଥ ତ୍ରିପାଠୀ, ଶିକ୍ଷକନେତା ବିଜୟ କୁମାର ସାହୁ, ତପନ ପାତ୍ର, ଗଗନ ବିହାରୀ ସୁତାର, ଗୋପିବଲ୍ଲଭ ନାୟକ, ଶିକ୍ଷୟତ୍ରୀ ସସ୍ମିତା ସିଂ, ଛାତ୍ର ସଂସଦ ଉପ ସଭାପତି ରମେଶ ଦେ, ଉପ ସଭାପତି ସଞୟ କୁମାର ବର୍ମା, ଅଶୋକ କୁମାର ଦାଶ,ପ୍ରମୋଦ ସାହୁ ପ୍ରମୁଖ ଏହି ସାଭାରେ ଅଂଶଗ୍ରହଣ କରି ଏମଏନ ହାଇସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁମତେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରାଯାଇଥିଲା । ଏମଏନ ହାଇସ୍କୁଲକୁ ରାଜ୍ୟ ସରକାର ୫ଟି ମାଧ୍ୟମରେ ରୁପାନ୍ତରିକରଣରେ ସାମିଲ କରାଯାଇଛି । ଏଥି ନେଇ ଉନ୍ନତି ମୁଳକ କାର୍ଯ୍ୟ ହୋଇଥିଲା । ମାତ୍ର ଏହି ଉନ୍ନତି ମୁଳକ କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବାରୁ ସଭାରେ ଉଦବେଗ ପ୍ରକାଶ ପାଇଥିଲା । ଅସମ୍ପୂର୍ଣ୍ଣ କ୍ଲାସରୁମ ରଙ୍ଗ କାମ ସମାପ୍ତ କରିବାକୁ ବିଭାଗୀୟ ନିର୍ଦ୍ଦେଶ ଦେବାକୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏକ ପ୍ରତିନିଧି ଦଳ ସ୍ଥିର କରାଯାଇଥିଲା । ଆଗାମି ଅକ୍ଟୋବର ମାସ ପହିଲାରେ ପୁରାତନ ଛାତ୍ର ସଂସଦ ବାର୍ଷିକ ଉତ୍ସବ ପାଳନ କରାଯିବ । ଉକ୍ତ ଉତ୍ସବକୁ ସରସ ସୁନ୍ଦର କରିବାକୁ ପୁରାତନ ଛାତ୍ରୀଛାତ୍ର ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା । ଶେଷରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ କଣ୍ଡୁରୀ ଚରଣ ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।











