ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ନୀଳ ଆକାଶ ସ୍ୱଚ୍ଛ ବାୟୁ ଦିବସ ପାଳନ


ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିରୋଗ ଓ ସୁସ୍ଥ ରହିବା ପାଇଁ ନୀଳଆକାଶ ଓ ସ୍ୱଚ୍ଛ ବାୟୁ ଦିବସ ପାଳନ କରାଯାଇ ସ୍ୱାସ୍ଥ୍ୟ ସଚେତନତା ବାର୍ତା ଦିଆଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ହାଇସ୍କୁଲରେ ସଚେତନତା ସଭା ଆୟୋଜନ କରାଯାଇଥିଲା । ମୁଖ୍ୟଚିକିତ୍ସାଧିକାରୀ ଡା ନିରାକାର ପରିଡାଙ୍କ ପୌରହିତ୍ୟରେ ଆୟୋଜିତ ସଚେତନତା ସଭାରେ ପି ଏଚ. ଇ ଓ ନୃସିଂହ ଚରଣ ଦାସ, ବିପି ଏମ ପ୍ରଶାନ୍ତ କୁମାର ଜେନା, ସଞ୍ଜୟ କୁମାର ଦାସ, ଶୁଭରତ୍ନ ଖୁଂଟିଆ ଓ ପ୍ରିୟଦର୍ଶିନୀ ଦିପ୍ତିମୟୀ ସାହୁ ପ୍ରମୁଖ ଯୋଗ ଦେଇ ନୀଳଆକାଶ ସ୍ୱଚ୍ଛ ବାୟୁ ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏଇ ଅବସରରେ ଆୟୋଜିତ କୁଇଜ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବା ବୃକ୍ଷରୋପଣ କରାଯାଇଥିଲା ।


Next Post

ଗରାପୁର ଶିବାନନ୍ଦ ଆଶ୍ରମରେ ଶିବାନନ୍ଦଙ୍କ ଜୟନ୍ତୀ

Fri Sep 8 , 2023
କେନ୍ଦ୍ରାପଡ଼ା, ୮ା୯: ବିଶ୍ୱ ଦିବ୍ୟ ଜୀବନ ସଙ୍ଘର ପ୍ରତିଷ୍ଠାତା ସଦଗୁରୁଦେବ ସ୍ୱାମୀ ଶିବାନନ୍ଦ ମହାରାଜଙ୍କର ୧୩୬ତମ ଜୟନ୍ତୀ କେନ୍ଦ୍ରାପଡାର ଗରାପୁରସ୍ଥିତ ଆଶ୍ରମରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଭାତରୁ ନଗର ପରିକ୍ରମା, ସଙ୍କୀର୍ତ୍ତନ, ବୃକ୍ଷରୋପଣ, ଗଗନ ଆଚାର୍ଯ୍ୟଙ୍କ ଦ୍ୱାରା ରୁଦ୍ରାଭିଷେକ ଓ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଭଜନ ପରିରେଷଣ କରାଯାଇଥିଲା । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଭକ୍ତମାନଙ୍କ ଗହଣରେ ଗୁରୁଦେବଙ୍କର […]

KANIKA