ଆୟବା ପଞ୍ଚାୟତରେ କଂଗ୍ରେସର ବୁଥ୍ କର୍ମୀ ସମ୍ମିଳନୀ


କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଞ୍ଚାୟତର ବୁଥ କଂଗ୍ରେସ କର୍ମୀ ସମ୍ମିଳନୀ ଶ୍ରୀ ମା ଛୁଆଳିଆ ପୀଠରେ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ କଂଗ୍ରେସ ସଭାପତି ଅଜୟ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବୁଥ କମିଟିର ସଭାପତି, ବୁଥ କମିଟିର ସଦସ୍ୟ ଓ ବରିଷ୍ଠ କର୍ମୀମାନେ ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଏହି ସମ୍ମିଳନୀରେ କର୍ମୀମାନଙ୍କୁ ଆହ୍ୱାନ ଦେଇ ଆମେ ବିଧାନସଭା ଯିବା ବିଷୟରେ ସଚେତନ କରିଥିଲେ ଓ ଦିନରାତି ପରିଶ୍ରମ କରି ଏହାକୁ ଚରିତାର୍ଥ କରିବା ପାଇଁ ନିବେଦନ କରିଥିଲେ । ଶ୍ରୀ ବେହେରା କର୍ମୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଆପଣମାନେ ପାଞ୍ଚମାସ ମୋପାଇଁ ସମୟ ଦିଅନ୍ତୁ, ମୁ ପାଞ୍ଚବର୍ଷ ଆପଣଙ୍କ କାର୍ଯ୍ୟ ସମ୍ଭାଳିବି । ଏହି ସମ୍ମିଳନୀରେ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡା, ଡିସିସି ଉପସଭାପତି ପ୍ରଫୁଲ୍ଲ ଦାସ, ବ୍ଲକ କିଷାନ କଂଗ୍ରେସ ସଭାପତି ଅନନ୍ତ କୁମାର ସ୍ୱାଇଁ, ବରିଷ୍ଠ କଂଗ୍ରେସ ନେତା ପ୍ରାତପ ଚନ୍ଦ୍ର ବିଶ୍ୱାଳ, ଯୁବ ନେତା ରଞ୍ଜନ କୁମାର ନାୟକ ଓ ସୁରେନ୍ଦ୍ର ସ୍ୱାଇଁ ଉଦ୍‌ବୋଧାନ ଦେଇ ଏଥର ବିଧାନସଭା ନିର୍ବାଚନରେ ଗଣେଶ୍ୱର ବେହେରାଙ୍କୁ ନିର୍ବାଚିତ କରିବା ଆମର ଏକମାତ୍ର ଲକ୍ଷ୍ୟ ବୋଲି ଘୋଷଣା କରିଥିଲେ ଓ କେନ୍ଦ୍ରାପଡାବାସୀଙ୍କ ଆର୍ଶୀବାଦରୁ ଏହି ଲକ୍ଷ୍ୟ ନିଶ୍ଚିତ ସାଧିତ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନାରାୟଣ ରାଉତ, ବିଚିତ୍ର ଲେଙ୍କା, ସଞ୍ଜୟ ଦାସ, ନୃସିଂହ ଚରଣ ସାହୁ, ସୃତି ରଞ୍ଜନ ଦାସ, ରଙ୍ଗାଧର ସ୍ୱାଇଁ, ପ୍ରକାଶ ସ୍ୱାଇଁ, ଗଣେଶ୍ୱର ମଲ୍ଲିକ, ଦେବାଶିଷ ସାହୁ, ବଳରାମ ସ୍ୱାଇଁ, ବିଚିତ୍ର ମହାକୁଡ, ଧନେଶ୍ୱର ସ୍ୱାଇଁ, ଶୀବ ପ୍ରସାଦ ବେହେରା, କାମପାଳ ମଲ୍ଲିକ, ପ୍ରହ୍ଲାଦ ମଲ୍ଲିକ, ନଳିନୀ ସ୍ୱାଇଁ, ଏକାଦଶୀ ମଲ୍ଲିକ, ଅରୁଣ କୁମାର କବି, ସୂର୍ଯ୍ୟକାନ୍ତ ସ୍ୱାଇଁ, ତାପସ ଦାସ ଓ ରଶ୍ମି ରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇଥିଲେ ।

 


Next Post

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

Sun Sep 10 , 2023
କେନ୍ଦ୍ରାପଡ଼ା ସିଭିଲ କୋର୍ଟ ପରିସରରେ ଆଇନସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଲୋକଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ଜିଲ୍ଲା ଦୌରାଜଜ୍‌ ଶ୍ରୀ ବିଶ୍ୱଜିତ୍‌ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଲୋକ ଅଦାଲତରେ ୩୫୪ଟି ମାମଲାର ବିଚାର କରାଯାଇ ୧ କୋଟି ୫୯ଲକ୍ଷ ୬୪ହଜାର ୮୧୮ଟଙ୍କା ଆଦାୟ କରାଯାଇଛି । ଏହା ବ୍ୟତୀତ ବ୍ୟାଙ୍କ ଋଣ ବାବଦ ୨୩୬ ମାମଲା ଫଇସଲା କରାଯାଇ ୩୭ ଲକ୍ଷ ୩୯ ହଜାର […]

KANIKA