କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ଗଣଧାରଣାକୁ ୯ଦିନ ପ୍ରବଳ ବର୍ଷା ସତ୍ତ୍ୱେ ଧାରଣା ଅବ୍ୟାହତ


କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ପାଇଁ ଚାଲିଥିବା ଗଣଧାରଣାକୁ ଆଜି ୯ଦିନ ପୁରିଛି । କ୍ରିୟାନୁଷ୍ଟାନ କମିଟି ଦାବି ହାସଲ ପାଇଁ ଆନ୍ଦୋଳନକୁ ଏବେ ଶେଷ ଅସ୍ତ୍ର ରୂପେ ବିଚାର କରି ଆନ୍ଦୋଳନକୁ ଯୋରଦାର କରିବାକୁ ଉଦ୍ୟମ କରୁଥିବା ବେଳେ ବର୍ଷା ଏଥିରେ ବାଧକ ସାଜିଛି । ଆଜି ପ୍ରବଳ ବର୍ଷା ସତ୍ତ୍ୱେ ଆନ୍ଦୋଳନକାରୀମାନେ ଗରାପୁରସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣାରେ ବସି ଜିଲ୍ଲାରେ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା ନିମନ୍ତେ ସରକାରୀ ଘୋଷଣା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ରାସ୍ତାରୁ ପଛକୁ ହଟିବ ନାହିଁ ବୋଲି ଘୋଷଣା କରିଥିଲେ । ପୂର୍ବତନ ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରଭାକର ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ପ୍ରତିବାଦ ସଭାରେ କ୍ରିୟାନୁଷ୍ଠାନ କମିଟି ସଭାପତି ଅଧ୍ୟାପକ ଅଜୟ ସାମଲ ଓ ସମ୍ପାଦକ ରମଣିରଞ୍ଜନ ରାଉତରାୟଙ୍କ ସମେତ କର୍ମଚାରୀ ନେତା ସୁରେଶ ଚନ୍ଦ୍ର ପଟ୍ଟନାୟକ, ଛାତ୍ରନେତା ମାନସ କୁମାର ବେହେରା, ନରୋତ୍ତମ ପାର୍ଥସାରଥୀ, ଗୟାଧର ଧଳ, ମୁକ୍ତାର ଖାଁ, ଭାଗୀରଥି ଜେନା, ବୈଷ୍ଣବ ଚରଣ ସ୍ୱାଇଁ, ଅମୀୟ ନାୟକ, ଶ୍ରୀଧର ମହାନ୍ତି, ହୃଷିକେଶ ବେହେରା, ରମେଶ ପ୍ରଧାନ, ନିରଞ୍ଜନ ପ୍ରଧାନ ପ୍ରମୁଖ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ସରକାରଙ୍କ କାଳକ୍ଷେପଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଅନ୍ୟପକ୍ଷରେ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଚାଲିଥିବା ଆନ୍ଦୋଳନକୁ ସଫଳ କରିବା ପାଇଁ ଗତକାଲି ରାଜକନିକା ବ୍ଲକର ଅଶୋକବଜାର ଠାରେ ଆଳି ଓ ରାଜକନିକା ଅଞ୍ଚଳର ବୁଦ୍ଧିଜିବୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଶିକ୍ଷକନେତା କାଳି ପ୍ରସାଦ ନାୟକଙ୍କ ନେତୃତ୍ୱରେ ଏକାଠି ହୋଇ ଆସନ୍ତା ୨୦ ଓ ୨୧ତାରିଖ ଦୁଇଦିନ ଧରି ଆନ୍ଦୋଳନର ଦାୟୀତ୍ୱ ବହନ କରିବେ ବୋଲି ନିଷ୍ପତ୍ତି ନେଇଥିବା ଜଣାଯାଇଛି । ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ନେଇ ଆସନ୍ତା ଦିନ ଗୁଡିକରେ ଜିଲ୍ଲାରେ ଉଷ୍ମ ବାତାବରଣ ଲାଗି ରହିବା ଜଳ ଜଳ ହୋଇ ଦିଶୁଛି ।


Next Post

ରାଜ୍ୟବ୍ୟାପି ତୀବ୍ର ହେଉଛି ଏସଏସବି ଅଧ୍ୟାପକଙ୍କ ଆନ୍ଦୋଳନ

Wed Sep 13 , 2023
କେନ୍ଦ୍ରାପଡ଼ା,୧୩ା୯: ତୀବ୍ର ହେଲାଣି ଏସଏସବି ଅଧ୍ୟାପକଙ୍କ ଆନଦୋଳନ । ଅଧ୍ୟାପକର ମାନ୍ୟତା ଓ ଗ୍ରେଡ ପେ ସଂଶୋଧନ ଦାବିରେ ରାଜ୍ୟ ବ୍ୟାପି ସମସ୍ତ ୪୮୮ବର୍ଗ କଲେଜର ଅଧ୍ୟାପକ ଓ ଅଧ୍ୟାପିକାମାନେ ଆନ୍ଦୋଳନ ଜାରି ରଖିଛନ୍ତି । ରାଜ୍ୟ ଏସଏସବି ସଙ୍ଘର ନିଷ୍ପତ୍ତି କ୍ରମେ ଗୁରୁ ଦିବସ ଠାରୁ କଳାବ୍ୟାଚ ପରିଧାନ ପୂର୍ବକ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଆଜି ନବମ ଦିନରେ ପହଞ୍ଚିଛି । ଏସଏସବି ଅଧ୍ୟାପକ ଓ ଅଧ୍ୟାପିକାମାନେ […]

KANIKA