ବିଶିଷ୍ଟ ସମାଜସେବୀ ଭଜକୃଷ୍ଣ ରାଉତଙ୍କ ପରଲୋକ


କେନ୍ଦ୍ରାପଡାର ବିଶିଷ୍ଟ ସମାଜସେବୀ, ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନର ଅବିସମ୍ବାଦିତ ନେତା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ, ବଗଡାସ୍ଥିତ ସିଦ୍ଧ ମରିଚାଣୀ ବିଦ୍ୟାପୀଠର ପ୍ରତିଷ୍ଠାତା ଭଜକୃଷ୍ଣ ରାଉତଙ୍କ ୭୬ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କ ମର ଶରୀର ନିକଟରେ ୩ପୁତ୍ର ଓ ଦୁଇ କନ୍ୟା ଉପସ୍ଥିତ ଥିଲେ ।ସେ ଜଣେ ଉଚ୍ଚକୋଟିର ମେଳାପି, ମିଷ୍ଠଭାଷି, ସ୍ନେହୀ ପରୋପକାରୀ ମଣିଷ ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଁଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ସ୍ଵର୍ଗତ ରାଉତ ମଧୁସାଗର ବିଦ୍ୟାପୀଠରୁ ମୈାଳିକ ଶିକ୍ଷା ସମାପ୍ତ କରି ପରେ ସେହି ଅନୁଷ୍ଠାନରେ ଶିକ୍ଷକତା ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ବଗଡାସ୍ଥିତ ସିଦ୍ଧ ମରିଚାଣୀ ବିଦ୍ୟାପୀଠ ପ୍ରତିଷ୍ଠା କରିଥିଲେ ।  ସେଠାରେ ୧୯୬୬ ମସିହାରୁ ଶିକ୍ଷକତା ଆରମ୍ଭ କରି ୨୦୦୬ ରେ ଅବସର ନେଇଥିଲେ । ସେ ବିଜୁବାବୁଙ୍କ ଅନୁଗତ ଥାଇ ରାଜନୈତିକ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ। ସେ ସମାଜର ସବୁ ବର୍ଗର ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ପାଇପାରିଥିଲେ । ଜଣେ ପରୋପକାରୀ ସମାଜସେବୀ ଭାବେ ସେ ସାରା ଜିଲ୍ଲାରେ ସୁପରିଚିତ ଥିଲେ । ତାଙ୍କ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରା, ପ୍ରାକ୍ତନ ବିଧାୟକ ଉତ୍କଳକେଶରୀ ପରିଡା, ସିପ୍ରା ମଲ୍ଲିକ, କିଶୋର ଚନ୍ଦ୍ର ତରାଇ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଧିରେନ ସାହୁ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ସଦସ୍ୟା ଲିଲିତା ଦାସ, ପ୍ରିୟଦର୍ଶିନୀ ତରାଇ, ନିର୍ମଳା ମ ହାନ୍ତି, ପ୍ରମୋଦ ରଥ,ଦୁର୍ଗାବତୀ ପ୍ରଧାନ, ଯୁବନେତା ରାଜେଶ ପଣ୍ଡା, କଂଗ୍ରେସ ନେତା ଜ୍ଞାନଦେବ ବେଉରା, ଫକୀର ଚରଣ ଖଟୁଆ, ବିଜେପି ନେତା ଭୁବନମୋହନ ଜେନା, ବ୍ରଜକିସୋର ବିଶ୍ୱାଳ, ରବୀନ୍ଦ୍ର ପ୍ରସାଦ ଜେନା, ଅଧ୍ୟାପକ ଅଜୟ ସାମଲ, ରମଣୀରଞ୍ଜହନ ରାଉତରାୟ, ଆଦିକନ୍ଦ ରାଉଳ, ଗୟାଧର ଧଳ, ପ୍ରଫୁଲ୍ଲ ଦାସ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ଶାନ୍ତନୁ ନାୟକ ଓ ତାଙ୍କର ଶତାଧିକ ଛାତ୍ରଛାତ୍ରୀ ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥରଲେ । ତାଙ୍କର ଶହ ଶହ ଅନୁଗାମୀ ଗଭୀର ଶୋକାକୁଳ ପରିବେଶ ମଧ୍ୟରେ ତାଙ୍କର ଶବ ଶୋଭାଯାତ୍ରାକୁ ଛଗରିଆ, କଳପଡା, ବଗଡା ପ୍ରଭୃତି ଗ୍ରାମ ପରିକ୍ରମା କରି ଶେଷରେ ଗ୍ରାମ୍ୟ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଜ୍ୟେଷ୍ଠପୁତ୍ର ମାନସରଞ୍ଜନ ମୁଖାଗ୍ନି ଦେଇଥିଲେ ।


Discover more from

Subscribe now to keep reading and get access to the full archive.

Continue reading