କୃଷି ବିଭାଗ ପକ୍ଷରୁ କ୍ଷେତ୍ରକର୍ମଚାରୀ ତାଲିମ ଶିବିର

କୃଷି ବିଭାଗ ପକ୍ଷରୁ କ୍ଷେତ୍ରକର୍ମଚାରୀ ତାଲିମ ଶିବିର

ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଆଧୁନିକ ଜ୍ଞାନକୌଶଳ ସହ ଯୋଜନା ପରେ ଯୋଜନା ପ୍ରସ୍ତୁତ କରିଚାଲିଥିବାରୁ କୃଷକ ସାଥୀ ସମେତ କୃଷି ବିଭାଗ କ୍ଷେତ୍ରକର୍ମ ଚାରୀମାନେ ସରକାରଙ୍କ କୃଷକକଲ୍ୟାଣ ଯୋଜନାକୁ ସଫଳ କରିବାକୁ ଅତିରିକ୍ତ ଜିଲ୍ଲା କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷକ ସାଥୀ ଓ କ୍ଷେତ୍ରକର୍ମଚାରୀଙ୍କୁ ନେଇ ଆୟୋଜିତ ତାଲିମ ଶିବିରରେ ଯୋଗ ଦେଇ ବିଭାଗୀୟ ଅଧିକାରୀ ଓ ତାଲିମଦାତାମାନେ ପ୍ରକାଶ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା କୃଷି ଅଧିକାରୀ ଡ଼ ମନୋଜ କୁମାର ଚାନ୍ଦ, କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ସୁକାନ୍ତୀ ସାମଲ, କେନ୍ଦ୍ରାପଡ଼ା ଏ ଡି ଏସ ଅଶୋକ ସାମଲ, ପଟ୍ଟାମୁଣ୍ଡାଇ ଅତିରିକ୍ତ କୃଷି ଜିଲ୍ଲା ଅଧିକାରୀ ଦ୍ୱିଜବର ସେଠୀ, ପାରାଦ୍ୱୀପ ଇଫକୋ କ୍ଷେତ୍ର ପରିଚାଳକ କୂଳମଣି ମାଝୀ ପ୍ରମୁଖ ଯୋଗ ଦେଇ ଆଧୁନିକ ଜ୍ଞାନକୌଶଳ ଓ ବିଭିନ୍ନ ସରକାରୀ ଯୋଜନା ମାଧ୍ୟମରେ କୃଷକମାନେ ଅଧିକ ଫସଲ ଅମଳ କରି ନିଜକୁ ଆର୍ôଥକ କ୍ଷେତ୍ରରେ ସଶକ୍ତ କରିପାରିବେ ସେ ଦିଗରେ କାର୍ଯ୍ୟ କରିବାକୁ କୃଷି ବିଭାଗକର୍ମଚାରୀଙ୍କୁ ପରାମର୍ଶ ଦେବା ସହିତ ଉପଯୁକ୍ତ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଗନ ଲେଙ୍କା, ପଙ୍କଜ ମଲ୍ଲିକ, ଜଗନ୍ନାଥ ବିଶ୍ୱାଳ ଓ ସତ୍ୟବ୍ରତ ସାମଲ ପ୍ରମୁଖ ପରିଚାଳନା କରିଥିଲେ ।