
କେନ୍ଦ୍ରାପଡ଼ା୨୩/୯ -ପୂର୍ବତନ ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ସୁଖ ଦୁଖଃର ସାଥୀ ଜନନେତା ଗଣେଶ୍ୱର ବେହେରାଙ୍କ ଜନ୍ମଦିନ ନିଆରାଢଙ୍ଗରେ ପାଳନ କଲେ ବିଧାନସଭା ଯୁବ କଂଗ୍ରେସ ଓ ଜିଲ୍ଲା ଛାତ୍ର କଂଗ୍ରେସ କର୍ମିମାନେ । ଏହି ଅବସରରେ ଶ୍ରୀ ବଳଦେବ ଜୀୟୁଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ସେଠାରେ ସେମାନେ ଗଣେଶ ଭାଇଙ୍କ ନେତୃତ୍ୱରେ ଦଳକୁ ସୁଦୃଢ କରିବାକୁ ବଜ୍ର ଶପଥ ନେଇଥିଲେ । ଶ୍ରୀ ବେହେରା ଦେଇଥିବା ନାରା “ମୋ ପାଇଁ ପାଞ୍ଚ ମାସ ଖଟନ୍ତୁ, ମୁଁ ଆପଣଙ୍କ ପାଇଁ ପାଞ୍ଚବର୍ଷ ଖଟିବି”କୁ ପାଳନ କରି ଓ ଆଗାମୀ ନିର୍ବାଚନରେ ଗଣେଶ ଭାଇଙ୍କ ହାତମୁଠାକୁ ଟାଣ କରିବାକୁ ଶପଥ ମଧ୍ୟ ନେଇଥିଲେ । ଏହାପରେ ଅପରାହ୍ନରେ ଦୁହୁରିଆ ସ୍ଥିତ ଲେବର କଲୋନିରେ କର୍ମିମାନେ ପହଞ୍ôଚ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାନ ସଭା ଯୁବ କଂଗ୍ରେସ ସଭାପତି ରତିକାନ୍ତ ସାମଲ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପରୱେଜ ଅକ୍ତର, ଜିଲ୍ଲା ସଂଖ୍ୟାଲଘୁ କଂଗ୍ରେସ ସଭାପତି ସେଖ ଅରମାନ, ଜ୍ଞାନରଞ୍ଜନ ସାହୁ, ସାର୍ଥକ କୁମାର ମହାପାତ୍ର, ସୌମ୍ୟ ରଞ୍ଜନ ବେହୁରା, ସୁବାସ ମାହାଲିକ, ମୋଜାହିଦ ଖାଁ, ନରେଶ କୁମାର ଜେନା, ଚିତ୍ତ ରଞ୍ଜନ ନାୟକ, ପ୍ରୀୟବର୍ତ୍ତ ବେହୁରା ପ୍ରମୁଖ ବହୁ ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।











