ଅଖିଳ ଭାରତୀୟ ପଛୁଆ ବର୍ଗ ଓ ସଂଖ୍ୟାଲଘୁ ବିକାଶ ପରିଷଦ ରାଜ୍ୟ ମହାସଚିବ ହେଲେ ମହମ୍ମଦ ଅମୀର



କେନ୍ଦ୍ରାପଡ଼ା, ୨୫ା୯: ଅଖିଳ ଭାରତୀୟ ଏସ.ସି. , ଏସ.ଟି. , ଓ.ବି.ସି. ଏବଂ ସଂଖ୍ୟାଲଘୁ ବିକାଶ ପରିଷଦର ରାଷ୍ଟ୍ରୀୟ ସଭାପତି ରାଜ ସିଂ ଭରଦ୍ୱାଜଙ୍କ ସହମତିରେ ୭ଟି ରାଜ୍ୟର ରାଜ୍ୟ ସଭାପତି ଓ ରାଜ୍ୟ ମହାସଚିବଙ୍କ ନାମ ଅନୁଷ୍ଠାନର ରାଷ୍ଟ୍ରୀୟ ମହାସଚିବ ଅଭିଷେକ କୁମାର ଯାଦବ ଘୋଷଣା କରିଛନ୍ତି । ଏଥିରେ ଓଡିଶାରୁ ପ୍ରଦେଶ ମହାସଚିବ ଭାବେ କେନ୍ଦ୍ରାପଡା ସହରସ୍ଥିତ ଫକିରାବାଦର ମୀର ମହମ୍ମଦ ଅମୀରଙ୍କୁ ମନୋନିତ କରାଯାଇଛି । ଏହାବ୍ୟତିତ ବିଜୁ ଜନତା ଦଳ ଯୁବ ସଂଖ୍ୟାଲଘୁ ସେଲ ସଭାପତି ଭାବରେ ବିଗତ ୪ବର୍ଷରୁ ଉର୍ଦ୍ଧ୍ୱ ହେବ କାର୍ଯ୍ୟ କରି ଆସୁଥିବା ମହମ୍ମଦ ଅମୀର ବିଜୁ ପଟ୍ଟନାୟକ ସ୍ପୋର୍ଟସ ଏକାଡେମୀର ଅଧ୍ୟକ୍ଷ, କେନ୍ଦ୍ରାପଡା ଉର୍ଦ୍ଧୁ ପାଠାଗାରର ସହ ସମ୍ପାଦକ, ଓଡିଶା ନଜୱାନ ୟୁନିଅନର ରାଜ୍ୟ କାର୍ଯ୍ୟକାରୀ ସଭାପତି, ଜିଲ୍ଲା ଫୁଟବଲ ଆସୋସିଏସନର ଉପସଭାପତି, ଜାବିର ବିନ କବିର ଏଜୁକେସନାଲ ଟ୍ରଷ୍ଟର ଉପାଧ୍ୟକ୍ଷ, କେନ୍ଦ୍ରାପଡା ତେଜରାତି ବଣିକ ସଙ୍ଘର କାର୍ଯ୍ୟନିର୍ବାହୀ ସଦସ୍ୟ, ପ୍ରଣବ ପ୍ରକାଶ ଦାସ ସମାଜସେବା ସଂଗଠନର ଜିଲ୍ଲା ସଂଯୋଜକ ଆଦି ସଂଗଠନରେ ସକ୍ରୀୟ ଭାବେ କାର୍ଯ୍ୟ କରି ଆସୁଛନ୍ତି । ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଠାରୁ ଆରମ୍ଭ କରି ବେକାରୀ ସମସ୍ୟା ଦୂରିକରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସାହାଯ୍ୟ ଲୋଡିବା ସହିତ ପଛୁଆ ବର୍ଗ ଓ ସଂଖ୍ୟାଲଘୁମାନଙ୍କ ବିକାଶ ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୈାଳିକ ସମସ୍ୟାର ସମାଧାନ ନିମନ୍ତେ ନିଷ୍ଠାର ସହିତ କାର୍ଯ୍ୟ କରିବା ପାଇଁ ସେ ପ୍ରତିଶୃତି ବଦ୍ଧ ବୋଲି ମହମ୍ମଦ ଅମୀର ପ୍ରକାଶ କରିଛନ୍ତି । ଅଖିଳ ଭାରତୀୟ ଏସ.ସି., ଏସ.ଟି., ଓ.ବି.ସି. ଏବଂ ସଂଖ୍ୟାଲଘୁ ବିକାଶ ପରିଷଦ ପ୍ରଥମ ଥର ପାଇଁ ଓଡିଶା ପ୍ରଦେଶରେ ମହାସଚିବ ପଦବୀ ନୂତନ ଭାବରେ ପୁରଣ କରିଥିବାରୁ ମହମ୍ମଦ ଅମୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜ ସିଂ ଭରଦ୍ୱାଜ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି ।


Next Post

ମଦ ପିଇବାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ , ଜଣେ ମୃତ

Mon Sep 25 , 2023
କେନ୍ଦ୍ରାପଡ଼ା ଜିଲ୍ଲା  ନିକିରାଇ ଥାନା ଅନ୍ତର୍ଗତ ଧୂମାତ ପଞ୍ଚାୟତର ଶାସନ ଗ୍ରାମରେ ଦୁଇ ଯୁବକ ମଦ ପିଇବା ସମୟରେ ନିଜ ନିଜ ମଧ୍ୟରେ କଳି ହେବାରୁ ଜଣେ ଆଉ ଜଣଙ୍କୁ ଛୁରା ଭୁଷି ଦେଇଥିଲା । ଯାହାଫଳରେ ଯୁବକ ଗୁରୁତର ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପ୍ରକାଶ ଯେ ଚାରିଗାଁର ଅମର ମଲ୍ଲିକଙ୍କ ପୁଅ ତ୍ରିଲୋଚନ […]

KANIKA