ପ୍ରଥମ ପର୍ଯ୍ୟାୟ ଇଭିଏମ୍ ମେସିନ୍ ପରୀକ୍ଷଣ ନେଇ ସର୍ବଦଳୀୟ ବୈଠକ


କେନ୍ଦ୍ରାପଡ଼ା, ୨୭/୦୯: ଇଭିଏମ୍ ମେସିନ୍‌ର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ନେଇ ଏକ ସର୍ବଦଳୀୟ ବୈଠକ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ପୀତାମ୍ବର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ । ରାଜ୍ୟ ରାଜନୈତିକ ଦଳ ବିଜେଡି ପକ୍ଷରୁ ପ୍ରଦୀପ୍ତ କୁମାର ମହାନ୍ତି ପ୍ରତିନିଧିତ୍ୱ କରିଥିବା ବେଳେ ଜାତୀୟ ରାଜନୈତିକ ଦଳ ବିଜେପି ପକ୍ଷରୁ ଉପିନ୍ କୁମାର ରାଉତ, କଂଗ୍ରେସରୁ ପ୍ରଫୁଲ୍ଲ କୁମାର ଦାସ, ସିପିଆଇଏମ୍‌ରୁ ଗୟାଧର ଧଳ, ବିଏସ୍‌ପିରୁ ସୁଧାକର ମଲ୍ଲିକ, ଆମ୍ ଆଦମୀ ପାର୍ଟି ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ସୂର୍ଯ୍ୟକାନ୍ତ ପରିଡ଼ା । ସମସ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କ ସହ ମତଦାନକେନ୍ଦ୍ରର ଯୁକ୍ତିଯୁକ୍ତ କରଣ (ରେସ୍‌ନାଲାଇଜେସନ୍‌) ଉପରେ ମଧ୍ୟ ଆଲୋଚନା ହୋଇଥିଲା । ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଉପ-ଜିଲ୍ଲାପାଳ ନିରଞ୍ଜନ ବେହେରା, ଡେପୁଟି ଜିଲ୍ଲା ନିର୍ବାଚନ ଅଧିକାରୀ ଶିବାଶିଷ ପରିଡ଼ା, ଡେପୁଟି କଲେକ୍ଟର ଅନନ୍ୟା ତ୍ରିପାଠୀ ପ୍ରମୂଖ ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading