ଆବାସିକ ସେବାଶ୍ରମ ବିଦ୍ୟାଳୟରେ “ଆମେ ଜାଣିବା ଆମେ ଜିଣିବା ” କାର୍ଯ୍ୟକ୍ରମ


କେନ୍ଦ୍ରାପଡ଼ା, ତା୨୭/୦୯: ୨୬/୦୯/୨୩ ରିଖ ପୂର୍ବାହ୍ନ ୧୦ ଘଟିକା ସମୟରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସଂଖ୍ୟାଲଘୁ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବେରୁହାଁ ଆବାସିକ ସେବାଶ୍ରମ ବିଦ୍ୟାଳୟରେ ଚଳିତ ବର୍ଷର ପ୍ରଥମ ଅଭିଭାବକଙ୍କ ସମ୍ମିଳନୀ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମହାସମାବେଶରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ପ୍ରଧାନ ଶିକ୍ଷକ ବିଜୟ କେତନ ସାହୁ ସଭାକାର୍ଯ୍ୟକୁ ଉଦ୍‌ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ସୁଶୀଲ କୁମାର ମଲ୍ଲିକ ସ୍ୱାଗତ ଭାଷଣ ମାଧ୍ୟମରେ ଆଜିର ପିଏପି ସମ୍ମିଳନୀର ଆବଶ୍ୟକତା ତଥା ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ୱ ଅଭିଭାବକ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେରୁହାଁ ପଞ୍ଚାୟତର ସରପଞ୍ଚ ବାବାଜି ଚରଣ ସ୍ୱାଇଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟ ଲାଗି ରହିଥିବା ଖାଲିସ୍ଥାନ ଗୁଡିକ ପୂରଣ କରି ଖେଳ ପଡିଆ ନିର୍ମାଣ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ଏବଂ ଜଣେ ଭଲ ପ୍ରଧାନ ଶିକ୍ଷକଙ୍କୁ ଅନୁଷ୍ଠାନ ବହୁ ବର୍ଷ ପରେ ପାଇଛି ତାଙ୍କୁ ସହଯୋଗର ହାତ ବଢାଇ ବିଦ୍ୟାଳୟକୁ କିପରି ଆଗେଇ ନେବା ସେ ସମ୍ବନ୍ଧରେ ମତ ରଖିଥିଲା । ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ତୃତୀୟ ଜଣ ପୁରାତନ ଛାତ୍ର ବିଜୟ ମଲ୍ଲିକ, ବାବାଜୀ ବେହେରା ଓ କୁଳମଣୀ ଦାସଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ସେମାନଙ୍କ ଛାତ୍ର ଜୀବନର ଅଭୁଲା ସ୍ମୃତିକୁ ବର୍ଣ୍ଣନା କରିଥିଲେ । ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମ୍ୟୁଜିକ୍ ଚେୟାର, ଡିବେଟ୍‌, ସଙ୍ଗୀତ ଓ ଅନ୍ତାକ୍ଷରୀ ଆଦି ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ପୁନଶ୍ଚ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କଲ୍ୟାଣୀ ଅଧିକାରୀ ଗୁରୁ ଚରଣ ମଲ୍ଲିକ ଓ ଜିଲ୍ଲା ସଂଯୋଜକ ପୋଷ୍ଟ ମାଟ୍ରିକ ସ୍କୋଲାରସିପ୍ ବଳରାମ ପାଢୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଅନିଲ କୁମାର ଜେନା, କିଶୋର ସାହୁ ଓ ଶିକ୍ଷୟତ୍ରୀ ନଶ୍ରିତା ସାହୁ ମାଟ୍ରୋନ ପ୍ରୀତିଛନ୍ଦା ରାଉତରାୟ, ସୁଷମା ଓଝା ଏବଂ କିଶୋର ମଲ୍ଲିକ, ଦୁର୍ଯ୍ୟୋଧନ ଦାସ, ମୀନତି ମୁଣ୍ଡା ଗ୍ରାମର ପ୍ରଶାନ୍ତ ମଲ୍ଲିକ ଓ ବିପିନ ବିହାରୀ ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading