ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ନାଫ୍‌ସକବ୍‌ର ନିର୍ଦ୍ଦେଶକ ନିର୍ବାଚିତ


କେନ୍ଦ୍ରାପଡ଼ା, ୨୭/୦୯: ବିଶିଷ୍ଟ ସମବାୟବିତ୍ ଅମ୍ବିକା ପ୍ରସାଦ ଦାସ ଜାତୀୟ ସ୍ତରରେ ସର୍ବୋଚ୍ଚ ସମବାୟ ସଂସ୍ଥା ରାଜ୍ୟ ସମବାୟ ବ୍ୟାଙ୍କମାନଙ୍କ ମହାସଂଘ (ନାଫ୍‌ସକବ୍‌)ର ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । କେନ୍ଦ୍ରାପଡ଼ା ଜନ ଚେତନା ମଲ୍ଟିପରପୋଜ କୋଅପରେଟିଭ୍ ସୋସାଇଟିର ସଭାପତି ତଥା ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ବରିଷ୍ଠ ନିର୍ଦ୍ଦେଶକ ଥିବା ଶ୍ରୀଦାସ ଗତ ମଙ୍ଗଳବାର ଦିନ ନାଫ୍‌ସକବ୍ ର ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରକାଶ ଯେ,ମଙ୍ଗଳବାର ଦିନ ନାଫ୍‌ସକବ୍‌ର ବୋର୍ଡ ଅଫ ଡାଇରେକ୍ଟର୍ସ ମିଟିଂ ସହିତ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥରେ ବିଭିନ୍ନ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି/ ପରିଚାଳନା ନିର୍ଦ୍ଦେଶକ ଓ ଅନ୍ୟ ପ୍ରତିନିଧିମାନେ ସାମିଲ ହୋଇଥିଲେ । ରାଜସ୍ଥାନର ଜୟପୁର ଠାରେ ଅନୁଷ୍ଠିତ ନାଫ୍‌ସକବ୍‌ର ଏହି ବାର୍ଷିକ ଅଧିବେଶନରେ ନାଫ୍‌ସକବ୍‌ର ଖାଲିଥିବା ୫ଟି ନିର୍ଦ୍ଦେଶକ ପଦବୀ ଲାଗି ନିର୍ବାଚନ ହୋଇଥିଲା । ଏଥିରେ ଶ୍ରୀ ଦାସ ଅନ୍ୟତମ ନିର୍ଦ୍ଦେଶକ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ରିଟର୍ଣ୍ଣିଂ ଅଫିସର ଘୋଷଣା କରିଛନ୍ତି । ଏହି ଅଧିବେଶନରେ ରାଜସ୍ଥାନର କୃଷି ମନ୍ତ୍ରୀ ଲାଲ୍‌ଚନ୍ଦ କାଟରିଆଙ୍କ ସମେତ ନାଫ୍‌ସକବ୍‌ର ଅଧ୍ୟକ୍ଷ କୋନ୍ଦରୁ ରବୀନ୍ଦର ରାଓ, ପରିଚାଳନା ନିର୍ଦ୍ଦେଶକ ଭୀମା ସୁ୍‌ବ୍ରମଣ୍ୟମ୍ ଉପସ୍ଥିତ ଥିଲେ । ରାଜସ୍ଥାନ ରାଜ୍ୟ ସମବାୟ ବ୍ୟାଙ୍କର ମୁଖ୍ୟ ପ୍ରଶାସକ ତଥା ସମବାୟ ବିଭାଗର ପ୍ରମୁଖ ସଚିବ ଶ୍ରେୟା ଗୁହା ବିଭିନ୍ନ ରାଜ୍ୟର ସମବାୟ ବ୍ୟାଙ୍କ ମାନଙ୍କର ପ୍ରତିନିଧି ମାନଙ୍କୁ ସ୍ୱାଗତ କରିଥିଲେ । ୨୦୨୦-୨୧ ଓ ୨୦୨୧-୨୨ରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ଲାଗି ପାକ୍ସ, କେନ୍ଦ୍ର ସମବାୟ ବ୍ୟାଙ୍କ ଓ ରାଜ୍ୟ ସମବାୟ ବ୍ୟାଙ୍କ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କ୍ରମରେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କର ଲଗାତାର ଦୁଇବର୍ଷ ଉତ୍ତମ ପ୍ରଦର୍ଶନ ପାଇଁ ତୃତୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲା । ଅଧିବେଶନରେ ଉପସ୍ଥିତ ଥିବା ବ୍ୟାଙ୍କ ସଭାପତି ଟି .ପ୍ରସାସ ରାଓ ଦୋରା ଓ ନିର୍ଦ୍ଦେଶକ ଶ୍ରୀ ଦାସ ଅତିଥିମାନଙ୍କ ଠାରୁ ଏହି ପୁରସ୍କାର ଏବଂ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ଜାତୀୟ ସ୍ତରରେ ସର୍ବୋଚ୍ଚ ସମବାୟ ସଂସ୍ଥାରେ ନିର୍ଦ୍ଦେଶକ ପଦବୀକୁ ନିର୍ବାଚିତ ହେବାରେ ଶ୍ରୀ ଦାସ କେନ୍ଦ୍ରାପଡା ଜିଲ୍ଲାରୁ ପ୍ରଥମ ସମବାୟବିତ୍ । ଏହି ସଫଳତା ଲାଗି ଶ୍ରୀ ଦାସ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଓଏସ୍‌ସିବି ସଭାପତି ଟି .ପ୍ରସାସ ରାଓ ଦୋରା,ପରିଚାଳନା ପରିଷଦର ସମସ୍ତ ସଦସ୍ୟ ଏବଂ ପରିଚାଳନା ନିର୍ଦ୍ଦେଶକ ଡ.ଉଦ୍ଧବ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।


Next Post

ଉପଯୁକ୍ତ ସମୟରେ ପଟ୍ଟାମୁଣ୍ଡାଇ ସବଡ଼ିଭିଜନ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ :ରାଜସ୍ୱମନ୍ତ୍ରୀ

Thu Sep 28 , 2023
ଓଡିଶାର ପ୍ରମୁଖ ବାଣିଜ୍ୟକେନ୍ଦ୍ର ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ପଟ୍ଟାମୁଣ୍ଡାଇ ସବଡିଭିଜନ ଘୋଷଣା ପାଇଁ ସମସ୍ତ ଭିତିଭୂମି ରହିଥିବାରୁ ସବଡିଭିଜନ ଘୋଷଣା ପାଇଁ ଓଡିଶା ସରକାରଙ୍କ ନିକଟରେ ପଟ୍ଟାମୁଣ୍ଡାଇର ବିଭିନ୍ନ ସଂଗଟନ ପକ୍ଷରୁ ଦୃଢ ଦାବୀ କରିଅସୁଥରଲେ । ସୀମା ପୁନଃନିର୍ଧାରଣ ପରେ ଗୁରୁତ୍ୱପୂର୍ଣ୍ଣ ପଟ୍ଟାମୁଣ୍ଡାଇ ନିର୍ବାଚନ ଆସନର ବିଲୋପ ଘଟି କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା ଆସନରେ ସାମିଲ କରାଯାଇଛି । ପଟ୍ଟାମୁଣ୍ଡାଇବାସୀଙ୍କ ସ୍ୱାଭିମାନ ଓ […]

You May Like