କେନ୍ଦ୍ରାପଡା ସହରର ବଣିଆମାଳସ୍ଥିତ ଶ୍ରୀ ଶ୍ରୀ ନୃସିଂହଜୀଉଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହା ଏକ ପୁରାତନ ମନ୍ଦିର ହୋଇଥିବା ସ୍ଥଳେ ଏହାର ବିକାଶ କାର୍ଯ୍ୟରେ ସେଭଳି ପ୍ରଗତି ହୋଇନଥିବାର ଅନୁଭବ କରି ଏ ସମ୍ପର୍କରେ ସେ ଉପସ୍ଥିତ ଶ୍ରୀ ଜୀଉଙ୍କ ଶ୍ରଦ୍ଧାଳୁମାନଙ୍କ ସହିତ ବିଚାର ବିମର୍ଶ କରିଥିଲେ । ଚଳିତ ବର୍ଷ ସରକାରୀ ଆର୍ଥୀକ ଅନୁଦାନକୁ କିଭଳି ସୁବାରୁରୂପେ ବିନିଯୋଗ କରାଯାଇପାରିବ ସେଥିପ୍ରତି ଆବଶ୍ୟକ ଧ୍ୟାନ ଦେବାକୁ ସେ ନୂତନ ଭାବେ ନିଯୁକ୍ତି ପାଇଥିବା ଟ୍ରଷ୍ଟିମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ଗୁଣନିଧି ଜଗତି, ଟ୍ରଷ୍ଟି ବ୍ରହ୍ମାନନ୍ଦ ତ୍ରିପାଠୀ, ବିଶ୍ୱଜିତ୍ ରାୟ, ମନୋରଞ୍ଜନ ପାତ୍ର, ଶ୍ରୀଧର ନାଥ, ଶଶିକାନ୍ତ ବଳ, ସନ୍ତୋଷ ତ୍ରିପାଠୀ, ମୁରଲୀଧର ମହାନ୍ତି ଓ ଜିତେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରେ ଟ୍ରଷ୍ଟ ବୋର୍ଡର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ବିଜେଡି ନେତା ଶରତ କୁମାର ବେହୁରାଙ୍କ ବଣିଆମାଳସ୍ଥିତ ବାସଭବନକୁ ମନ୍ତ୍ରୀ ଶ୍ରୀ ନାୟକ ଯାଇ ତାଙ୍କ ସହ କେନ୍ଦ୍ରାପଡାର ସାଂପ୍ରତିକ ରାଜନୀତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ପତିତପାବନ କ୍ଲବର କର୍ମକର୍ତ୍ତା ଓ ସଭ୍ୟଗଣ ଏବଂ ୧୯ ଓ ୨୦ ନଂ ୱାର୍ଡର ବହୁ ମହିଳା ଓ ସାଧାରଣ ଲୋକମାନେ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ସରକାରର ଲୋକାଭିମୂଖୀ ଯୋଜନା ଗୁଡିକର ସଫଳ ରୂପାୟନ ନିମନ୍ତେ ମନ୍ତ୍ରୀଙ୍କ ସକ୍ରିୟ ସହଯୋଗ କାମନା କରିଥିଲେ । ମନ୍ତ୍ରୀ ଶ୍ରୀ ନାୟକ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।
kanikanews.in
Next Post
ପଟ୍ଟାମୁଣ୍ଡାଇ କଲେଜରେ ଶୈକ୍ଷିକ ଓ ପ୍ରଶାସନିକ ମାନ ସମୀକ୍ଷା
Sat Sep 30 , 2023
ପଟ୍ଟାମୁଣ୍ଡାଇ କଲେଜର ୨୦୨୦-୨୧ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶୈକ୍ଷିକ ଓ ପ୍ରଶାସନିକ ମାନର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ପରିଚାଳନା କମିଟି ସଭାପତି ପ୍ରଫେସର ଅଧିକାରୀ ଲଷ୍ମୀନାରାୟଣ ଦାଶଙ୍କ ପୌରହିତ୍ୟରେ ଆୟୋଜିତ ସମୀକ୍ଷା ବୈଠକରେ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁ ବିଶେଷଜ୍ଞ ମାନଙ୍କୁ ସ୍ୱାଗତ କରିଥିଲେ । ଆଇ କ୍ୟୁ ଏ ସି ସଂଯୋଜକ ପ୍ରାଧ୍ୟାପକ ସୁନୀଲ ପ୍ରଧାନ କଲେଜର ସଂକ୍ଷିପ୍ତ ଇତିହାସ ପ୍ରଦାନ କରିଥିଲେ […]

You May Like
- 1 year ago
ଧାନେଶ୍ୱରୀ ପୀଠରେ ନୃତ୍ୟ ମହୋତ୍ସବ
- 2 years ago
ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ
- 9 months ago
କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦର ପ୍ରତିଷ୍ଠା ଦିବସ
- 10 months ago
ଛାତ୍ରୀଙ୍କୁ ଅସଦାଚରଣ କରି ଛେଚା ଖାଇଲେ ଶିକ୍ଷକ
- 12 months ago
ପଟ୍ଟାମୁଣ୍ଡାଇ ବ୍ଲକରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ