
କେନ୍ଦ୍ରାପଡା ୩୦/୯-ମହାକାଳପଡା ବିଧାୟକ ତଥା ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଆଜି ବତୀଘର ପଞ୍ଚାୟତକୁ ମାରାଥନ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ନାୟକ ପ୍ରଥମେ ବତୀଘର ପଞ୍ଚାୟତର ବିଦ୍ୟାସାଗର ପ୍ରାଥମିକ ବିଦ୍ୟାଳୟ ବରକୋଳି ଖଳାରେ କିଶୋର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ, ବରକୋଳି ଖଳାରେ ଥିବା ଜ୍ଞାନମୟୀ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିକରଣ ପାଇଁ ଶିଳାନ୍ୟାସ, ଦକ୍ଷିଣ ବରକୋଳି ଖଳାରେ ଥିବା ମିଶନ ଶକ୍ତି ଗୃହର ଉଦ୍ଘାଟନ, ନପାଣିଆ ବାତ୍ୟା ଅଶ୍ରୟସ୍ଥଳୀର ଉଦ୍ଘାଟନ କରିଥିଲେ । ପରେ ମା’ ମନସା ମନ୍ଦିରକୁ ଯାଇ ମା’ଙ୍କ ଦର୍ଶନ କରିବା ପରେ ବରକୋଳି ଖଳାରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ । ମନ୍ତ୍ରୀ ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ ବତୀଘର ପଞ୍ଚାୟତରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ବହୁ ଉନ୍ନତି ହୋଇଛି । ରାମଚଣ୍ଡୀ ମନ୍ଦିର ପାଖରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ମନ୍ତ୍ରୀଙ୍କୁ ବତୀଘର ପଞ୍ଚାୟତକୁ ପାଛୋଟି ନିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମିତି ଅଧ୍ୟକ୍ଷା କଳ୍ପନା ରାଉତ, ବିଡିଓ ସାଗର କୁମାର ନନ୍ଦ, ଜିଲ୍ଲା ପରିଷଦ ସଭ୍ୟ ମୃତ୍ୟୁଞ୍ଜୟ ମଣ୍ଡଳ, ବ୍ଲକ ଉପାଧ୍ୟକ୍ଷ ବିଜୟ ଶୁକ୍ଳା, ରାଜ୍ୟ ବିଜୁ ମହିଳା ସମ୍ପାଦିକା ସୁରଭି ଜେନା, ବ୍ଲକ ଆତ୍ମା ଅଧ୍ୟକ୍ଷ ବିଜୟ ଜେନା, ପୂର୍ବତନ ଉପାଧ୍ୟକ୍ଷ ଅମରେନ୍ଦ୍ର ସାମଲ, ସରପଞ୍ଚ ଶିବାନୀ ବିଜୁଳି, ଦେବୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।











